Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉତ୍ତର ଓଡିଶାକୁ ବନ୍ୟା ଭୟ; ମୟୂରଭଞ୍ଜରେ ଦିନକ ପାଇଁ ସବୁ ସ୍କୁଲ ଛୁଟି, 3 ଦିନ ଅଙ୍ଗନବାଡି ଛୁଟି

Smruti Parija
Browse all articles by Smruti Parija
·1 year ago·1 min read
ଉତ୍ତର ଓଡିଶାକୁ ବନ୍ୟା ଭୟ; ମୟୂରଭଞ୍ଜରେ ଦିନକ ପାଇଁ ସବୁ ସ୍କୁଲ ଛୁଟି, 3 ଦିନ ଅଙ୍ଗନବାଡି ଛୁଟି

Key Points

ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା

ଜଳକା ନଦୀ ଜଳସ୍ତର

ଉତ୍ତର ବାଲେଶ୍ୱରରେ ବନ୍ୟା ଭୟ

ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା, ଜଳକା ନଦୀ ଜଳସ୍ତର । ଉତ୍ତର ବାଲେଶ୍ୱରରେ ବନ୍ୟା ଭୟ । ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ୧୦. ୩୬ ଥିବାବେଳେ ସକାଳ ୬ଟା ସୁଦ୍ଧା ୧୧.୩୨ ମିଟରରେ ଜଳ ପ୍ରବାହିତ ହେଉଛି । ଗାଲୁଡ଼ିହିରେ ୮ଟି ଗେଟ୍ ଦେଇ ୧ ଲକ୍ଷ ୨୦ କ୍ୟୁସେକ ଜଳ ସେକେଣ୍ଡ ପ୍ରତି ନିଷ୍କାସିତ । ଘଣ୍ଟା ପ୍ରତି ଜଳସ୍ତର ପ୍ରାୟ ୫୦ ସେମିମିଟର ବୃଦ୍ଧି ଘଟୁଛି ।


ସେହିପରି ଜଳକା ନଦୀର ଉପରମୁଣ୍ଡା ପ୍ରବଳ ବର୍ଷା କରଣରୁ ମଥାନୀଠାରେ ବିପଦ ସଙ୍କେତ ୬,୫୦ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ୬,୯୦ ମିଟର ଜଳ ପ୍ରବାହିତ ହେଉଛି । ଜଳେଶ୍ଵର, ବସ୍ତା, ବାଲିଆପାଳ, ଭୋଗରାଇ ବ୍ଳକର ଶତାଧିକ ଗାଁରେ ପାଣି ପଶିବା ସହ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜିଲ୍ଲା ପ୍ରଶାସନ ହେଲ୍ପଲାଇନ ନମ୍ବର ଜାରି କରିଛି । ସେପଟେ ବୁଢାବଳଙ୍ଗ ନଦୀରେ ଜଳସ୍ତର କମିଛି, ମୟୂରଭଞ୍ଜରେ ବନ୍ୟାସ୍ଥିତିରେ ଆସିଛି ସୁଧାର । ସୁନଗଡିଆ, ଲାଲବଜାର, ମାଇନିଙ୍ଗ କଲୋନୀ, କବରଖାନା, କାଳିକାପୁର୍, ଦେଉଳସାହି, ମଧୁବନର ତଳି ଅଞ୍ଚଳରେ ପାଣି ପଶିଛି । ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କାରେ ଆଜି ଦିନକ ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି। ଏଥିସହ ଜିଲ୍ଲାରେ ଆସନ୍ତା ୩ ଦିନ ପାଇଁ ଅଙ୍ଗନୱାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି ।

Sponsored
flood-threat-in-north-odisha-all-schools-in-mayurbhanj-closed-for-a-day-anganwadi-closed-for-3-days | Argus News