Videos
|
Odisha

ସୁବର୍ଣ୍ଣରେଖା ନଦୀରେ ଚଳିତ ବର୍ଷ ତୃତୀୟ ଥର ବନ୍ୟା ଆଶଙ୍କା

Smruti Parija
Browse all articles by Smruti Parija
·1 year ago·1 min read
ସୁବର୍ଣ୍ଣରେଖା ନଦୀରେ ଚଳିତ ବର୍ଷ ତୃତୀୟ ଥର ବନ୍ୟା ଆଶଙ୍କା

Key Points

ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର

ସୁବର୍ଣ୍ଣରେଖା ନଦୀରେ ଚଳିତ ବର୍ଷ ତୃତୀୟ ଥର ବନ୍ୟା ଆଶଙ୍କା

ବାଲେଶ୍ବର ଜିଲ୍ଲାପାଳ ବାଲିଆପାଳ ଗସ୍ତ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି

ସତର୍କ ସଙ୍କେତ ଅତିକ୍ରମ କରି କ୍ରମଶଃ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ରାଜଘାଟ ନିକଟରେ ବିପଦ ସଙ୍କେତ 10.36 ରହିଥିବା ବେଳେ ସତର୍କ ସଙ୍କେତ ରହିଛି 9.45 । ଅପରାହ୍ନ 4 ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 10.05 ମିଟରରେ ପ୍ରବାହିତ ହେଉଛି । ଯାହାଫଳରେ ସୁବର୍ଣ୍ଣରେଖା ନଦୀରେ ଚଳିତ ବର୍ଷ ତୃତୀୟ ଥର ବନ୍ୟା ଆଶଙ୍କା ଦେଖାଦେଇଛି ।


ଗତ କିଛି ଦିନ ଭିତରେ ସୁବର୍ଣ୍ଣରେଖା ନଦୀରେ ଦୁଇ ଥର ବନ୍ୟା ଆସିବା ଫଳରେ ବାଲିଆପାଳ, ଜଳେଶ୍ବର ଏବଂ ଭୋଗରାଇ ବ୍ଲକର ଶତାଧିକ ଗାଁ ଜଳମଗ୍ନ ହୋଇଥିବାବେଳେ ହଜାର ହଜାର ହେକ୍ଟର ଚାଷଜମିରେ ଫସଲ ଉଜୁଡି ଯାଇଥିଲା । ବନ୍ୟା ପାଣି ଚାଷଜମିରୁ ସମ୍ପୂର୍ଣ୍ଣ ନଛାଡୁଣୁ ପୁଣି ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏବେ ବାଲିଆପାଳ, ଭୋଗରାଇ ଏବଂ ଜଳେଶ୍ବର ବ୍ଲକର ଅନେକ ତଳିଆ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିଥିବାବେଳେ ଚାଷ ଜମି ସମ୍ପୂର୍ଣ୍ଣ ଭାବରେ ବୁଡି ରହିଛି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ 3 ଫୁଟ୍ ର ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଆଜି ବାଲେଶ୍ବର ଜିଲ୍ଲାପାଳ ବାଲିଆପାଳ ଗସ୍ତ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ।

flood-threat-in-the-subarnarekha-river-for-the-third-time-this-year | Argus News