Videos
|
Odisha

କମୁଛି ବନ୍ୟା ଜଳ, ହେଲେ ଦୁର୍ଦ୍ଦଶା ବଢିବାରେ ଲାଗିଛି

Rashmita Mishra
Browse all articles by Rashmita Mishra
·1 year ago·1 min read
କମୁଛି ବନ୍ୟା ଜଳ, ହେଲେ ଦୁର୍ଦ୍ଦଶା ବଢିବାରେ ଲାଗିଛି

Key Points

କମୁଛି ବନ୍ୟା ଜଳ, ବଢୁଛି ଦୁର୍ଦ୍ଦଶା
ଏବେ ବି ଉତ୍ତର ବାଲେଶ୍ବରର ଅନେକ ଗାଁ ଜଳମଗ୍ନ
କେଉଁଠି ଘରେ ପାଣି ପଶିଛି ତ ଆଉ କେଉଁଠି ରାସ୍ତାରେ ଚାଲୁଛି ପାଣି
ସୁବର୍ଣ୍ଣରେଖା, ଜଳକା ଓ ବୁଢାବଳଙ୍ଗ ନଦୀରେ ବନ୍ୟା
ବାଲେଶ୍ବର ଜିଲ୍ଲାର ବହୁ ଅଞ୍ଚଳ ବନ୍ୟାଘେରରେ

କମୁଛି ବନ୍ୟା ଜଳ, ହେଲେ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଏବେ ବି ଉତ୍ତର ବାଲେଶ୍ବରର ଅନେକ ଗାଁ ଜଳମଗ୍ନ । କେଉଁଠି ଘରେ ପାଣି ପଶିଛି ତ ଆଉ କେଉଁଠି ରାସ୍ତାରେ ଚାଲୁଛି ପାଣି । ସୁବର୍ଣ୍ଣରେଖା, ଜଳକା ଓ ବୁଢାବଳଙ୍ଗ ନଦୀରେ ବନ୍ୟା ଯୋଗୁଁ ବାଲେଶ୍ବର ଜିଲ୍ଲାର ବହୁ ଅଞ୍ଚଳ ବନ୍ୟା ଘେରରେ ରହିଛି । ବସ୍ତା ବ୍ଲକର କୁରିଆ, ଜମାଲପୁର, ବେଗୁନିଆ, ପତ୍ରଝଡା ପଞ୍ଚାୟତରେ ବନ୍ୟା ପରିସ୍ଥିତି । ସେହିପରି ଭୋଗରାଇ, ବାଲିଆପାଳର ବିଭିନ୍ନ ଗାଁରେ ଏବେ ବି ପାଣି ପଶି ରହିଛି । ହଜାର ହଜାର ହେକ୍ଟର ଜମିରେ ପରିବା ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ସେପଟେ ରାଜଘାଟ ଠାରେ ସୁବର୍ଣ୍ଣରେଖା ଜଳ ସ୍ତର କମୁଛି । ରାଜଘାଟଠାରେ ସକାଳ ୯ଟା ସୁଦ୍ଧା ୧୦.୭୫ ମିଟରକୁ ଜଳସ୍ତର କମିଛି । ହେଲେ ଏବେ ବି ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
flood-waters-are-receding-but-the-misery-is-increasing | Argus News