Videos
|
Odisha

ଯାଜପୁରରେ ଘାଇ, ୩୦/୪୦ ଗାଁ ପ୍ରଭାବିତ

Banajyotshna Ray
Browse all articles by Banajyotshna Ray
·11 months ago·1 min read
ଯାଜପୁରରେ ଘାଇ, ୩୦/୪୦ ଗାଁ ପ୍ରଭାବିତ

Key Points

ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା
`ଯାଜପୁରକୁ ଛାଡ଼ି ବାକି ସବୁ ଜିଲ୍ଲାରେ ସ୍ଥିତି ପ୍ରାୟ ସ୍ୱାଭାବିକ ହେଲାଣି'
`ଯାଜପୁରରେ ଘାଇ ସୃଷ୍ଟି ହୋଇଛି, ୩୦/୪୦ ଗାଁ ପ୍ରଭାବିତ'

ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । ଯାଜପୁରକୁ ଛାଡ଼ି ବାକି ସବୁ ଜିଲ୍ଲାରେ ସ୍ଥିତି ପ୍ରାୟ ସ୍ବାଭାବିକ ହେଲାଣି । ଯାଜପୁରରେ ଘାଇ ସୃଷ୍ଟି ହୋଇଛି, ୩୦ ରୁ ୪୦ ଗାଁ ପ୍ରଭାବିତ ହୋଇଛି । ପାଣି ଛାଡ଼ିଲେ ହିଁ ଘାଇ ମରାମତି ସମ୍ଭବ ହେବ । ୫ ହଜାରରୁ ଊର୍ଦ୍ଧ୍ବ ଲୋକ ରିଲିଫ୍ କେନ୍ଦ୍ରରେ ଅଛନ୍ତି । ଜଳପ୍ଳାବିତ ଅଞ୍ଚଳରୁ ଗୃହପାଳିତ ପଶୁଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି । ପାଣି ଛାଡ଼ିଲେ କ୍ଷୟକ୍ଷତି ଆକଳନ ହେବ, ରିପୋର୍ଟ ଆସିଲେ ତୁରନ୍ତ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ସୂଜାରୀ ।


ଯାଜପୁରରେ ଅନେକ ଲୋକ ପାଣି ଘେରରେ ଅଛନ୍ତି। ଘର ଭିତରେ ପାଣି ପଶିଯାଇଥିବାରୁ ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ରାଜ୍ୟରେ ବର୍ଷା ଲାଗି ରହିଛି। ଯାହାର ପ୍ରଭାବରେ ଅନେକ ସ୍ଥାନରେ ଲୋକେ ପାଣି ଘେରେ ଅଛନ୍ତି। ବର୍ତ୍ତମାନ ଧିରେ ଧିରେ ସ୍ଥିତି ସୁଧୁରୁଛି। ସାଧାରଣ ଲୋକଙ୍କୁ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେଉଛନ୍ତି ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Floods hit Jajpur, 30/40 villages affected || Argus News | Argus News