ବଡମ୍ବା ଭଟ୍ଟାରିକା ମନ୍ଦିର ବେଢା ଛୁଇଁଲା ବନ୍ୟା ପାଣି

Key Points
ବାଲେଶ୍ବରରେ ବଢ଼ିବାରେ ଲାଗିଛି ସୁବର୍ଣ୍ଣରେଖା
ଭୋଗରାଇ ବ୍ଳକର ୩୦ରୁ ଅଧିକ ଗାଁରେ ବନ୍ୟାଜଳ ପ୍ରବେଶ କରିବା ଆଶଙ୍କା
ଭଦ୍ରକ ଜିଲ୍ଲା ଆଖୁଆପଦା ନିକଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ
ଭଣ୍ଡାରିପୋଖରୀ ଷୋଳମପୁର ପଞ୍ଚାୟତରେ ଭାଙ୍ଗିଲା ଗେଙ୍ଗୁଟି ନଦୀ ପୋଲ
ଯାଜପୁରରେ ବନ୍ୟା ସ୍ଥିତି
ବୈତରଣୀ ନଦୀର ଜଳସ୍ତର ବଢ଼ିବା ଯୋଗୁଁ ଯାଜପୁର ଦଶରଥପୁର ବ୍ଲକରେ ବନ୍ୟା । ଦୁର୍ବଳ ନଦୀବନ୍ଧ ଯୋଗୁଁ ଅନେକ ସ୍ଥାନରେ ବନ୍ଧରେ ଫାଟ...କିଛି ସ୍ଥାନରେ ଘଳିଆ ପଡି ଗାଁକୁ ପ୍ରଵେଶ କରୁଛି ବନ୍ୟାଜଳ । ଆତଙ୍କିତ ଅବସ୍ଥାରେ ଅଂଚଳବାସୀ । ଦଶରଥପୁର ଅଂଚଳର କାଣୀ ନଦୀରେ ବନ୍ଧ ଡେଇଁ ବନ୍ୟା ଜଳ ପ୍ରବାହିତ ହେଉଛି। ଦଶରଥପୁର ବ୍ଲକର କଣ୍ଟାପଡା, ଦତ୍ତପୁର, କସପା, କମାରଡିହି ଆଦି ଅଂଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ବୈତରଣୀ କୂଳରେ ଥିବା ସପ୍ତମାତୃକା ମନ୍ଦିରରେ ପଶିଲା ବନ୍ୟା ଜଳ।
ବୈତରଣୀ ବନ୍ୟାରେ ପ୍ରଭାବିତ ଭଦ୍ରକ ଜିଲ୍ଲା ଧାମନଗର ଓ ଭଣ୍ଡାରୀପୋଖରୀ ବ୍ଲକ୍। ବୈତରଣୀ ନଦୀର ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି । ବନ୍ୟା ପାଣିରେ ଅନେକ ଗାଁ ଜଳବନ୍ଦୀ । ଭଣ୍ଡାରିପୋଖରୀ ବ୍ଲକ୍ ରହଣିଆ, ମାଳଦା, ନପଙ୍ଗ ଆଦି ଅଞ୍ଚଳ ଜଳମଗ୍ନ ହୋଇଛି । ସ୍କୁଲ ଓ ବନ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ପ୍ରସ୍ତୁତ କରାଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପ୍ରଶାସନ ମାଇକ୍ ଯୋଗେ ପ୍ରଚାର କରି ସତର୍କ କରାଇଛି।
ବନ୍ୟାରେ ଭାଙ୍ଗିଲା ପୋଲ । ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ପଞ୍ଚାୟତରେ ନଦୀ ପୋଲ ଭାଙ୍ଗିଛି । ଗେଙ୍ଗୁଟି ନଦୀରେ ଥିବା ପୋଲ ଭାଙ୍ଗିବା ଯୋଗୁଁ ତିଖିଲିଆ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ବନ୍ୟାରେ ବୁଡ଼ିଲା ଐତିହାସିକ ଗୋଇରାଟିକିରି ମଠ । ପାଣି ଘେରରେ ମଠ ଥିବା ବେଳେ ଏଥିରେ ଫସି ରହିଛନ୍ତି ୪ବାବା, ମାତା ।
📱 Get Argus News App
✨ବାଲେଶ୍ବର ଜିଲ୍ଲାରେ ସୁବର୍ଣରେଖା ନଦୀରେ ପଞ୍ଚମ ଥର ବନ୍ୟା l ଚଳିତ ବର୍ଷର ଏଥର ସବୁଠାରୁ ବଡ଼ ବନ୍ୟା ବୋଲି ଆକଳନ କରାଯାଉଛି । ବଢ଼ିବାରେ ଲାଗିଛି ନଦୀର ଜଳସ୍ତର । ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ଜଳସେଚନ ବିଭାଗ ପକ୍ଷରୁ ନଦୀ ବନ୍ଧରେ ବାଲି ବସ୍ତା ପକାଯାଇଛି l ଲୋକଙ୍କୁ ଉଦ୍ଧାର ପାଇଁ ୫ଟି ଦେଶୀ ଡଙ୍ଗା ସହ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗକୁ ସଜାଗ ରଖାଯାଇଛି । ୧୩ଟି ପଞ୍ଚାୟତରେ ବନ୍ୟା ବିପନ୍ନ ପାଇଁ ଶୁଖିଲା ଖାଦ୍ୟ ସହ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ତାନାନ୍ତର ପାଇଁ ସ୍ଥାନୀୟ ପ୍ରଶାସନ ସଜାଗ ଅଛି ।
ଲଗାଣ ବର୍ଷାରେ ସୁନ୍ଦରଗଡ଼ କୋଇଡା ଅଞ୍ଚଳର ଚୁନାଘାଟିରେ ବଡ଼ ଭୂସ୍ଖଳନ। ଲଗାଣ ବର୍ଷା ପ୍ରଭାବରେ ଜାତୀୟ ରାଜପଥ ୫୨୦ର ଚୁନାଘାଟିରେ ବଡ଼ ଭୂସ୍ଖଳନ ହୋଇଛି ।
ହୀରାକୁଦ କୁ 5 ଲକ୍ଷ 17 ହଜାର କ୍ୟୁସେକ ଜଳ ଇନ ଫ୍ଲୋ ରହିଥିବା ବେଳେ 3 ଲକ୍ଷ 41 ହଜାର କ୍ୟୁସେକ ନିଷ୍କାସିତ ହେଉଛି..ଆଗକୁ ଇନ ଫ୍ଲୋ କମିଲେ ପର୍ଯ୍ୟାୟ କ୍ରମେ ଗେଟ ବନ୍ଦ କରାଯିବ..ସେହିପରି ରେଙ୍ଗାଲି ରେ 3 ଟି ଗେଟ ରେ ବନ୍ୟା ଜଳ ନିଷ୍କାସିତ ହେଉଛି.. ଆଗକୁ ଗେଟ ଖୋଲିବାର ସମ୍ଭବନା ନାହିଁ..ଗତକାଲି ରାଜ୍ୟ ର କୌଣସି ଜାଗା ରେ 50 MM ରୁ ଅଧିକ ବର୍ଷା ହୋଇ ନଥିବାରୁ ବଡ଼ ବନ୍ୟା ର ଆଶଙ୍କା ନାହିଁ ।