Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସବୁଆଡେ ମାଡ଼ିଲା ବନ୍ୟାଜଳ: ୨ ଦିନ ପାଇଁ ସ୍କୁଲ ଛୁଟି

Rashmita Mishra
Browse all articles by Rashmita Mishra
·11 months ago·1 min read
ସବୁଆଡେ ମାଡ଼ିଲା ବନ୍ୟାଜଳ: ୨ ଦିନ ପାଇଁ ସ୍କୁଲ ଛୁଟି

Key Points

ଭଦ୍ରକ ଧାମନଗର ବ୍ଲକର ବନ୍ୟା ପାଇଁ ୪ପଞ୍ଚାୟତରେ ସ୍କୁଲ ଛୁଟି
୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା
ପ୍ରଧାନୀ, ସୋହଡ଼ା, ଅର୍ଜୁନପୁର ଓ ହସନବାଦରେ ସ୍କୁଲ ଛୁଟି

ଯାଜପୁର ଦଶରଥପୁରରେ ବନ୍ୟା ସ୍ଥିତି ଗମ୍ଭିର
ବୈତରଣୀ ନଦୀରେ ନିଖୋଜ ହୋଇଥିବା ଯୁବକ ଉଦ୍ଧାର

କମୁଛି ବୈତରଣୀ ନଦୀର ଜଲସ୍ତର । ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତିକୁ ଦେଖି ଧାମନଗର ବ୍ଲକର ୪ଟି ପଞ୍ଚାୟତରେ ୨ଦିନ ସ୍କୁଲ ଛୁଟି । ପ୍ରଧାନୀ, ସୋହଡା, ଅର୍ଜୁନପୁର ଓ ହସନବାଦ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି । ଏନେଇ ଘୋଷଣା କଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ।

ସେପଟେ ଯାଜପୁର ଦଶରଥପୁରରେ ବନ୍ୟା ସ୍ଥିତି ଗମ୍ଭିର । ଗତକାଲି ବୈତରଣୀ ନଦୀରେ ନିଖୋଜ ହୋଇଥିବା ଯୁବକ ଉଦ୍ଧାର । ଯାଜପୁର ଅଗ୍ନିଶମ ବିଭାଗ ଉଦ୍ଧାର କରିଥିଲେ । ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ମକର ଯେନା ।

ଅନ୍ୟପଟେ କମୁଛି ଜଳକା, ବଢ଼ୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ବାଲେଶ୍ବର ଭୋଗରାଇରେ ଗାଁରେ ପଶିଲା ବନ୍ୟା ପାଣି I ଭୋଗରାଇ ବ୍ଲକ ୫ଟି ପଂଚାୟତରେ ବନ୍ୟା ପାଣି ପ୍ରବେଶ କରିଛି । ପୂର୍ବରୁ ୪ଟି ବନ୍ୟାକୁ ସାମ୍ନା କରିଥିଲେ ଲୋକେ । ଏବେ ପୁଣି ଏକ ବଡ଼ ବନ୍ୟା ଆସୁଥିବାରୁ ଗ୍ରାମବାସୀ ଭୟଭୀତ I ପାଣି ଘେରରେ ବୁନି ରହିଛି ହେକ୍ଟର ହନକ୍ଟର ଚାଷ ଜମି । ସରକାରୀ ସହାୟତା ଦାବୀ କରିଛନ୍ତି ଲୋକେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
floodwaters-spread-everywhere-school-holiday-for-2-days | Argus News