Videos
|
Odisha

ମୁଣ୍ଡୁଳିରେ ପହଞ୍ଚିବ ପ୍ରଥମ ବନ୍ୟାଜଳ

Smruti Parija
Browse all articles by Smruti Parija
·1 year ago·1 min read
ମୁଣ୍ଡୁଳିରେ ପହଞ୍ଚିବ ପ୍ରଥମ ବନ୍ୟାଜଳ

Key Points

ଆଜି ମୁଣ୍ଡୁଳିରେ ପହଞ୍ଚିବ ବନ୍ୟାଜଳ

ହୀରାକୁଦ ଡ୍ୟାମରୁ ୨୦ ଟି ଗେଟ୍‌ରେ ଜଳ ନିଷ୍କାସନ ଜାରି

ଫୁଲୁଛି ରାଜ୍ୟର ବିଭିନ୍ନ ନଦୀ

ଆଜି ମୁଣ୍ଡୁଳିରେ ପହଞ୍ଚିବ ବନ୍ୟାଜଳ । ହୀରାକୁଦ ଡ୍ୟାମ୍‌ରୁ ଛଡ଼ାଯାଇଥିବା ପ୍ରଥମ ବନ୍ୟାଜଳ ମୁଣ୍ଡୁଳିରେ ପହଞ୍ଚିବ । ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଏବେ ଫୁଲୁଛି ରାଜ୍ୟର ବିଭିନ୍ନ ନଦୀ । ଉତ୍ତରରୁ ଉପକୂଳ, ଦୁର୍ଦ୍ଦଶା ବଢାଇଲାଣି ବନ୍ୟାଜଳ । ହୀରାକୁଦ ଡ୍ୟାମରୁ ୨୦ ଟି ଗେଟ୍‌ରେ ଜଳ ନିଷ୍କାସନ ଜାରି ରହିଛି । ସକାଳ ୬ଟା ସୁଦ୍ଧା ଜଳସ୍ତର ୬୦୮.୦୪ ଘନ ଫୁଟ ରହିଛି । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଜଳଭଣ୍ତାରକୁ ଜଳପ୍ରବେଶ ବଢିବାରେ ଲାଗିଛି ।


ସେକେଣ୍ତ ପ୍ରତି ୨ ଲକ୍ଷ ୩୩ ହଜାର ୮୨୪ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ସମୁଦାୟ ୨୦ ଟି ଗେଟ ଯୋଗେ ୩ ଲକ୍ଷ ୩୨ ହଜାର ୪୯୧ କ୍ୟୁସେକ ଜଳ ନିଷ୍କାସନ ହେଉଛି । ଆଜି ମୁଣ୍ଡୁଳିରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ । ଏବେ ତଳମୁଣ୍ଡରେ ବନ୍ୟା ସ୍ଥିତି ନାହିଁ । କିନ୍ତୁ ଉପରମୁଣ୍ଡରେ ପୁଣି ବର୍ଷା ହେଲେ ହୀରାକୁଦ ଗେଟ୍ ଖୋଲିବ । ଯାହା ତଳମୁଣ୍ଡରେ ବନ୍ୟାସ୍ଥିତି ସୃଷ୍ଟି କରିପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
floodwaters-will-reach-munduli-today | Argus News