Ekamra Kanan Flower Show / ଫୁଲ ଦେଖି ଆଶ୍ଚର୍ଯ୍ୟ ଜନତା, ଦେଶୀ ବିଦେଶୀ ପୁଷ୍ପର ସମ୍ଭାର

Key Points
ମହମହ ମିଠା ବାସ୍ନାରେ ମହକୁଛି ଏକାମ୍ର କାନନ । ରାଜଧାନୀ ଏକାମ୍ର ପାର୍କରେ ଫୁଲର ସମ୍ଭାର ସହ ବିଭିନ୍ନ ପ୍ରକାର ସାମାଜିକ ସଚେତନତାର ଥିମକୁ ନେଇ ଆରମ୍ଭ ହୋଇଛି ପୁଷ୍ପ ପ୍ରଦର୍ଶନୀ । ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବେଳେ ରବିବାର ଯାଏଁ ତିନିଦିନ ଧରି ଏହି ପୁଷ୍ପ ପ୍ରଦର୍ଶନି ଚାଲିବ । ଏହି ପଦର୍ଶନୀ ୩୭ ତମ ପ୍ରଦର୍ଶନୀ ହୋଇଥିବା ବେଳେ ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଛି ଓଡିଆ ଅସ୍ମିତାର ଝଲକ।
ଜାତି ଜାତିକା ଫୁଲରେ ସଜେଇ ହେଇଛି ପରିବେଶ । ଦେଶୀ ଓ ବିଦେଶୀ ଫୁଲର ସମ୍ଭାର ଦେଖି ବିମୋହିତ ହେଉଛନ୍ତି ପର୍ଯ୍ୟଟକ । କିଏ ସେଲଫି ନେଉଛି ତ କିଏ ଫୁଲକୁ ଦେଖି ହେଉଛି ଭାବ ପ୍ରବଣ । ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ପକ୍ଷରୁ ଭୁବନେଶ୍ବର ଏକାମ୍ର କାନନ ପାର୍କରେ ଆୟୋଜିତ ହୋଇଛି ରାଜ୍ୟ ସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ।
ଯେଉଁଠି ଗୋଲାପ, ଡାଲିଆ, ସେବତୀ, ଗେଣ୍ଡୁ, ଜିନିଆ, ଆଷ୍ଟର, କାଲେଣ୍ଡୁଲା, ଲିଲିୟମ, ଗ୍ଲାଡିଓଲି, ଆନ୍ଥୁରିୟମ, ସାଲଭିଆର ଅପୂର୍ବ ସମ୍ଭାର ଲୋକଙ୍କ ମନ ମୋହୁଛି । ଏକା ସାଙ୍ଗରେ ଦେଖିବାକୁ ମିଳିଛି ୨ ଶହରୁ ଅଧିକ କିସମର ଦେଶୀ ବିଦେଶୀ ଫୁଲ । ବିଦେଶର ଅନେକ ନାମୀଦାମୀ ଫୁଲ ଗୋଟିଏ ଜାଗାରେ ଦେଖିବାକୁ ମିଳୁଥିବାରୁ ଜମିଛି ଲୋକଙ୍କ ଭିଡ଼ । ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବେଳେ ରବିବାର ଯାଏଁ ତିନିଦିନ ଧରି ଏହି ପୁଷ୍ପ ପ୍ରଦର୍ଶନୀ ଚାଲିବ । ଏହି ପଦର୍ଶନୀ ୩୭ ତମ ପ୍ରଦର୍ଶନୀ ହୋଇଥିବା ବେଳେ ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଛି ଓଡିଆ ଅସ୍ମିତାର ଅନେକ ଝଲକ।
ବିଭିନ୍ନ ପ୍ରକାର ମନୋରମ ଫ୍ଳୋରାଲ କଳାକୃତି ଲୋକଙ୍କୁ ବେଶ ଆକର୍ଷିତ କରିଛି। ପୁରୁଣା ଗୀତର ଧୂନ ସାଙ୍ଗକୁ ଫାଉଣ୍ଟେନର ମଜା ଏବଂ ତା ସହିତ ଫୁଲର ଗନ୍ତାଘର । ଫୁଲରେ ଅପରେସନ ସିନ୍ଦୁର, ପୁରୀ ଜଗନ୍ନାଥ ମନ୍ଦିର, ଗ୍ରୀନ ସିଟି ଭୁବନେଶ୍ୱର ପ୍ରତିଛବି, ଏକ ପେଡ୍ ମା' କେ ନାମ ଭଳି ଥିମ ସବୁ ଛୋଟ ଶିଶୁ ଓ ସ୍କୁଲ ପିଲାଙ୍କର ବି ମନ ଜିଣିଛି ।
କାରୁକାର୍ଯ୍ୟ ମାଧ୍ୟମରେ ପିଲାମାନେ ଅନେକ କିଛି କଥା ଜାଣିବାକୁ ପାଇଥିଲେ । ଭଲିକି ଭଳି ରଙ୍ଗର ସଜିତ ଫୁଲର ପ୍ରସ୍ତୁତ ପଦର୍ଶନୀକୁ ଦେଖି ଲୋକେ ବେଶ ଖୁସି ହେଉଛନ୍ତି । ଫୁଲ ସହ ସ୍ମୃତିକୁ ସାଉଁଟି ଦୁଃଖକୁ ଭୁଲିଯାଉଥିବା କହିଛନ୍ତି ରାଜଧାନୀବାସୀ । ଫୁଲ କାହାକୁ ବା ଭଲ ନଲାଗେ । ଶୀତ ଋତୁରେ ଜଙ୍ଗଲ ପରିବେଶ ମଧ୍ୟରେ କରାଯାଉଥିବା ଏଭଳି ପ୍ରଦର୍ଶନୀ ରାଜଧାନୀବାସୀଙ୍କୁ ବୁଲିବାକୁ ନୂଆ ବାହାନା ଯୋଗାଇଛି ।
📱 Get Argus News App
✨Related Topics
Explore more stories