Videos
|
Odisha

ଗେଣ୍ଡୁ ଫୁଲ ଦେଉଛି ମହିଳାଙ୍କୁ ରୋଜଗାର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଗେଣ୍ଡୁ ଫୁଲ ଦେଉଛି ମହିଳାଙ୍କୁ  ରୋଜଗାର

ଅର୍ଗସ ବ୍ୟୁରୋ:  ପୂର୍ବରୁ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ   କୁକୁଡ଼ା ଗାଈ ପାଳନ,ଛତୁ ଚାଷ କରି କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ଏବେ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ର  ମାଲଦା ଗ୍ରାମରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଗେଣ୍ଡୁ ଫୁଲ ଚାଷ କରି ବେଶ ଟଙ୍କା ରୋଜଗାର କରୁଛନ୍ତି।ଖାଲି ପଡିଆ ପଡିଥିବା ଜମିରେ ପ୍ରାକୃତିକ ସାର ପ୍ରୟୋଗ କରି ଗେଣ୍ଡୁ ଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଏହି ମହିଳା ମାନେ।

ଦିନେ ଏହି ଜମି ପଡିଆ ପଡ଼ି ରହିଥିଲା କିନ୍ତୁ ବର୍ତ୍ତମାନ ପେନ୍ଥା ପେନ୍ଥା ଗେଣ୍ଡୁ ଫୁଲ ଖିଲି ଖିଲି ହସୁଛି।ଯୁଆଡେ ଚାହିଁଲେ ନୀଳ ଆକାଶ ତଳେ ସୁନାର ଚଦର ଘୋଡେଇ ହୋଇଥିବା ଅନୁମାନ ହେଉଛି।ଏ ଦୃଶ୍ୟ ହେଉଛି ବୋରିଗୁମ୍ମା ବ୍ଲକ ମାଲଦା ଗ୍ରାମର।ଦିନେ ଏହି ଜମିରେ କୌଣସି ଚାଷ ହେଉ ନଥିଲା (ଏନ ବି ଆର ଆଇ) ଲୋକଣ୍ୱ ରୁ ଗେଣ୍ଡୁ ଚାରା ଆସିଲା ଓଡ଼ିଶା ଜୀବିକା ମିଶନ କୁ ସେହି ଉନ୍ନତ ମାନର ଗେଣ୍ଡୁ ଚାରା ମାଲଦା ଗ୍ରାମର ଦୁଇ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ପ୍ରଦାନ କରାଗଲା।ମହିଳା ମାନେ ସେହି ଗେଣ୍ଡୁ ଚାରା କୁ ସେହି ଜମିରେ ଚାଷ ଆରମ୍ଭ କଲେ।କିଭଳି ପ୍ରାକୃତିକ ପଦ୍ଧତିରେ ଚାଷ କରିବେ ସେଥିପାଇଁ ପ୍ରଦାନ (ଏନ ଏସ ଓ)ପକ୍ଷରୁ ପ୍ରଶିକ୍ଷଣ ଦିଆଗଲା ପ୍ରଶିକ୍ଷଣ ନେଇ ଗେଣ୍ଡୁ ଚାଷରେ ହାଣ୍ଡି ଖତ, ଜିଆ ଖତ,ଜିବାମୃତ ଏବଂ ନିମାସ୍ତ୍ର ପ୍ରୟୋଗ କଲେ ଏବଂ ଗେଣ୍ଡୁ ଚାଷରେ ସଫଳ ହୋଇ ବେସ ଖୁସି ଅନୁଭବ କରିଛନ୍ତି ମହିଳା ମାନେ।ଆଗରୁ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ଲାଭବାନ ହେଉଥିଲେ ତଥାପି ଗେଣ୍ଡୁ ଚାଷ କରି ଆହୁରି ଅଧିକ ଲାଭବାନ ହୋଇ ପାରିଛନ୍ତି।

ପୂର୍ବରୁ ଏମାନେ ପନିପରିବା,ମାଣ୍ଡିଆ ,ସୁଆଁ ଚାଷ କରୁଥିଲେ ।ଏବେ ଏଠି ପ୍ରଥମ କରି ଗେଣ୍ଡୁ ଫୁଲ ଚାଷ କରିଛନ୍ତି  ଏହି ମହିଳା ମାନେ। ଗୋଟିଏ ଥର ଚାଷ ରେ ଗେଣ୍ଡୁ ଫୁଲ ପ୍ରାୟ  ୬ ମାସ ପର୍ଯ୍ୟନ୍ତ ଫୁଲ ଫୁଟିଥାଏ।ପାର୍ବଣ ଋତୁରେ ଗେଣ୍ଡୁ ଫୁଲର ବେସ ଚାହିଦା ରହିଥାଏ ବର୍ତ୍ତମାନ ପର୍ଯ୍ୟନ୍ତ ୩୦ କୁଇଣ୍ଟାଲ  ଫୁଲ ତୋଳି ବିକ୍ରି କରି ସାରିଲେଣି ମହିଳା ମାନେ।  ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ  ୩୦ ହଜାର ରୁ ଉର୍ଦ୍ଧ୍ବ ଟଙ୍କା  ଲେଖାଏଁ ଲାଭ ପାଇ ସାରିଛନ୍ତି ପୁଣି ଆଉ ୩୦ ହଜାରୁ ୪୦ ହଜାର ଟଙ୍କା ଲେଖାଏଁ ପାଇବେ ବୋଲି ଆଶା ରଖିଛନ୍ତି।ଫୁଲ କିଲୋ ପିଛା ୮୦ ଟଙ୍କାରେ ବିକ୍ରି କରୁଛନ୍ତି।ଏହି ସବୁ ଫୁଲ ଜୟପୁର, ନବରଙ୍ଗପୁର ତଥା ପଡୋଶୀ ରାଜ୍ୟ ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ କୁ ଯାଉଛି। ଗେଣ୍ଡୁ ଫୁଲ ଚଷ ସହ ଏମାନେ ସେହି ଜମିରେ ଶାଗ ଓ କନ୍ଦ ମୂଳ ବି ଲାଗେଇଛନ୍ତି। ଗେଣ୍ଡୁ ଚାଷ କରି ସ୍ୱାବଲମ୍ବୀ ହୋଇଥିବା ଯୋଗୁଁ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ବେସ ଖୁସି ପ୍ରକଟ କରିଛନ୍ତି। ଓଡିଶା ଜୀବିକା ମିଶନ ସହାୟତା ରେ ପଡିଆ ପଡିଥିବା ଜମିରେ ପ୍ରାକୃତିକ ସାର ପ୍ରୟୋଗ କରି ମହିଳା ମାନେ ଗେଣ୍ଡୁ ଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
flowers provide employment to women | Argus News