୨୦ ବର୍ଷ ହେଲା ନଳକୂଅରୁ ବାହାରୁଛି ଫ୍ଲୋରାଇଡ୍ ଯୁକ୍ତ ପାଣି

ଅର୍ଗସ ବ୍ୟୁରୋ: କଳାହାଣ୍ଡି ଧର୍ମଗଡ ବ୍ଲକର ଟିପିଗୁଡା । ଗାଁ ପାଇଁ ଚିନ୍ତାର କାରଣ ସାଜିଛି ପାଣି। ଗଲା ୨୦ ବର୍ଷରୁ ଅଧିକ ହେବ ଡରାଉଛି ପାଣି। କାରଣ ପାନୀୟ ଜଳ ଯୋଗାଣ ପାଇଁ ଥିବା ନଳକୂଅରୁ ବାହାରୁଛି ଫ୍ଲୋରାଇଡ ମିଶା ପାଣି । ଏହି ପାଣି ପିଇ କିଡନୀ ରୋଗରେ ଅଞ୍ଚଳବାସୀ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି। ଏବେ ପରିସ୍ଥିତି ଏମିତି ଗାଁର ୭୦ ପ୍ରତିଶତ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସାଙ୍ଗେ ଲଢୁ ଥିବା ଅଭିଯୋଗ ହୋଇଛି ।
୨୦ ବର୍ଷ ଧରି ପାଣି ନେଇ ଅଭିଯୋଗ ହୋଇ ଆସୁଥିଲେ ଶୁଦ୍ଧା ଅଭିଯୋଗକୁ ଅଣଦେଖା କରି ଆସିଥିଲେ ପୂର୍ବ ସରକାର। ଏପଟେ ପାଣି ପାଇଁ ଗାଁରେ ବଢି ଚାଲିଛି କିଡନୀ ରୋଗ। ଗ୍ରାମବାସୀ ଖାଲି ଚିକିତ୍ସା କରି ଖର୍ଚ୍ଚାନ୍ତ ହେଉଛନ୍ତି ସିନା କିନ୍ତୁ ପାଣି ସମସ୍ୟାର ସମାଧାନ ହେଉନି।
ପାନୀୟ ଜଳ ଯୋଗାଣ ନାଁରେ ନଳକୂପ ହୋଇଛି ସିନା ହେଲେ ନଳକୂପର ପାଣି ସାଜିଛି ବିସ। ଦୀର୍ଘ ବର୍ଷ ଧରି ଏହି ସମସ୍ୟା ସମ୍ପର୍କରେ ପ୍ରଶାସନ ଅବଗତ ଥିଲେ ମଧ୍ୟ ସୁଧୁରୁନି ପାଣି ସମସ୍ୟା ଏପଟେ ପାଣି ପାଇଁ ପ୍ରତିଦିନ ମୃତ୍ୟୁ ସହ ଲଢୁଛନ୍ତି ଅଞ୍ଚଳବାସୀ।