Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯେଉଁ କଲେଜରେ ତଦନ୍ତ କରିଥିଲେ, ସେଇମାନେ ହେବେ ଜେରା

Satyendu Sekhar Mishra
Browse all articles by Satyendu Sekhar Mishra
·12 months ago·2 min read
ଯେଉଁ କଲେଜରେ ତଦନ୍ତ କରିଥିଲେ, ସେଇମାନେ ହେବେ ଜେରା

Key Points

ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ତଦନ୍ତ କମିଟି ।

IC ସଦସ୍ୟଙ୍କୁ ଅବଗତ ପାଇଁ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି ।


FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା । କଲେଜର ଆଭ୍ୟନ୍ତରୀଣ କମିଟି (IC)କୁ ତଦନ୍ତ କମିଟି ପାଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୮ ଓ ୧୯ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବେ IC କମିଟିର ସଦସ୍ୟ । FM କଲେଜରେ ହାଜର ପାଇଁ ବାଲେଶ୍ବ ର ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ ରହିଛି । ଆହତ ଜ୍ୟୋତିପ୍ରକାଶ ବିଶ୍ବାଳଙ୍କୁ ଛାଡ଼ି ଅନ୍ୟ ୯ ଜଣଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି । IC ସଦସ୍ୟଙ୍କୁ ଅବଗତ ପାଇଁ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ତଦନ୍ତ କମିଟି ।

ଅନ୍ୟପଟେ ଆରମ୍ଭ ହୋଇସାରି ଛି କ୍ରାଇମବ୍ରାଞ୍ଚ ତଦନ୍ତ । ବାଲେଶ୍ୱର FM କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । କଟକ SCBରେ ଆହତ ଜ୍ୟୋତିପ୍ରକାଶ ବିଶ୍ୱାଳଙ୍କୁ ଭେଟି ପଚରାଉଚରା କରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ । ଜ୍ୟୋତି ପ୍ରକାଶ ହେଉଛନ୍ତି ସେହି ଛାତ୍ର, ଯିଏ ଉକ୍ତ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ନିଜେ ଜଳିଯାଇଛନ୍ତି । କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ତାଙ୍କଠାରୁ ସବୁ କଥା ଜାଣିବାକୁ ଚେଷ୍ଟା କରିଛନ୍ତି । ସେଦିନ କ'ଣ ଘଟିଥିଲା, ପାଖରେ କିଏ କିଏ ଥିଲେ । ସେ କାହାକୁ ଦେଖା କରିବାକୁ ଭିତରକୁ ଯାଇଥିଲେ । ନିଆଁ କେମିତି ଲାଗିଲା । ଏମିତି ନାନା ପ୍ରଶ୍ନ ପଚାରି ଘଟଣାର ତଦନ୍ତକୁ ଆଗକୁ ନେଇଛି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ।


ସେହିଭଳି FM କଲେଜ ପରିସରକୁ ମଧ୍ୟ ଯାଇଛି କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ । ସେଠାରେ ମଧ୍ୟ କଲେଜ ଷ୍ଟାଫ୍‌ଙ୍କୁ ପଚରାଉଚରା କରିଛି । ଆଇଜି ଏସ୍‌ ସାଇନି ଓ ତଦନ୍ତକାରୀ ଅଧିକାରୀ କଲେଜରେ ପହଞ୍ଚିଥିଲେ । ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ ବୋଲି କହିଥିଲେ । ସେପଟେ ମୃତ ଛାତ୍ରୀ ରହୁଥିବା ଛାତ୍ରୀ ନିବାସ ମାଲିକଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ମୃତ ଛାତ୍ରୀ ଜଣକ ଭଲ ପିଲା ଥିଲେ । ଦୁଇ ମାସ ହେବ ଏଠାରେ ରହୁଥିଲେ। କଲେଜ ଛୁଟିରେ ଘରକୁ ଯାଇଥିଲେ। ଗତକାଲି ରାତିରେ ପୋଲିସ ପହଁଚି ଯାଞ୍ଚ କରିବା ସହିତ ମାଲିକଙ୍କୁ ପଚାରା ଉଚୁରା କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
FM College incident. Internal Committee has been directed to appear before the investigation committee. | Argus News