ନ୍ୟାୟ ପାଇଁ ଲଢି ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ

Key Points
ବାପାଙ୍କୁ ଶେଷ କଲ କରିବା ପରେ ମନରେ ହୁଏତ କିଛି ଏମିତି ଭାବିଥିବା ସୌମ୍ୟାଶ୍ରୀ । ବାପାଙ୍କୁ FIR କଥା କହିବା ବେଳେ ବାପା ମନା କରିଦେଇଥିଲେ ।, ସେମାନେ ଗୁରୁ ସେମାନଙ୍କ ବିରୋଦ୍ଧରେ ନଯିବା ପାଇଁ ସୌମ୍ୟାଙ୍କୁ କହିଥିଲେ । ହେଲେ ସୌମ୍ୟାଶ୍ରୀ ପ୍ରିନ୍ସିପାଲଙ୍କୁ ଜଣାଇବା ପରେ ନିଜ ଦେହରୋ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଯାହା ପୁରା କଲେଜକୁ ସ୍ତବ୍ଧ କରି ଦେଇଥିଲା ।
ବାପା ତୁମେ ମନା କରିଥିଲ ସେମାନଙ୍କ ବିରୋଦ୍ଧରେ FIR ଦେବାପାଇଁ । ତୁମ କଥା ମାନି ମୁଁ ଦେଇନଥିଲି । ପୁଣି ମନା କରିଥିଲ, ଗୁରୁଙ୍କ ବିଷୟରେ ଏପରି ଖରାପ କଥା କହିବା ପାଇଁ । କିନ୍ତୁ ମୁଁ କଣ କରିଥାନ୍ତି ବାପା ? ଯଦି ଗୁରୁ ଏମିତି ରାକ୍ଷସ ପାଲଟେ, ଯଦି ଗୁରୁ ସୁରକ୍ଷ ଦେବା ବଦଳରେ ନିର୍ଯ୍ୟାତନା ଦିଅନ୍ତି, ସେଇଠି ମୋର ଉପାୟ କଣ ? ଏତେ ନେହୁରା ହେଲି , ସମସ୍ତଙ୍କୁ ବାରମ୍ବାର ଜଣାଇଲି, ସାର ପ୍ରିନ୍ସିପାଲ ସମସ୍ତଙ୍କ ପାଖକୁ ଗଲି, ହେଲେ ଦୋଷୀକୁ କାର୍ଯ୍ୟାନୁଷ୍ଠାନ ଦେବା ବଦଳରେ ମତେ ମିଳିଲା କେବଳ ମିଛ ସାନ୍ତ୍ଵନା । ସେପଟେ ମୋ ପାଠପଢା ଉପରେ ଉଠୁଥିଲା ପ୍ରଶ୍ନ ବାପା । ସାର ମତେ ଫେଲ କରେଇଦେବେ ବୋଲି ଧମକ ଦେଉଥିଲେ । ମୋର ଏତେ କଷ୍ଟର ପରିଶ୍ରମକୁ ନିଜ ହାତରେ ନଷ୍ଟ କରିଦେବାକୁ ବସିଥିଲେ । ନ୍ୟାୟର ଲଢେଇରେ ମୁଁ ଏକୁଟିଆ ଥିଲି ବାପା । କାଳେ ମୁଁ ହାରିଯିବି, ସେ ଭୟରେ ମୁଁ ଆତ୍ମାହୂତି ଦେଇ ଦେଉଛି । ଆଉ ମୋ ପାଖରେ ସମୟ ନାହିଁ । ମୁଁ ଜାଣିଛି, ଆତ୍ମହତ୍ୟା ସବୁ ସମସ୍ୟାର ସମାଧାନ ନୁହେଁ । ମତେ, କ୍ଷମା କରିଦେବ । ଆଶା , ଦୋଷୀର କଳା କାରନାମାର ପର୍ଦ୍ଦାଫାଶ ହେଉ । ତାହେଲେ ମୋ ଭଳ ଅନେକ ଝିଅ ଆତ୍ମାହୂତି ଦେବାରୁ ବଞ୍ଚିଯିବେ ।
ବାପାଙ୍କୁ ଶେଷ କଲ କରିବା ପରେ ମନରେ ହୁଏତ କିଛି ଏମିତି ଭାବିଥିବା ସୌମ୍ୟାଶ୍ରୀ । ବାପାଙ୍କୁ FIR କଥା କହିବା ବେଳେ ବାପା ମନା କରିଦେଇଥିଲେ ।, ସେମାନେ ଗୁରୁ ସେମାନଙ୍କ ବିରୋଦ୍ଧରେ ନଯିବା ପାଇଁ ସୌମ୍ୟାଙ୍କୁ କହିଥିଲେ । ହେଲେ ସୌମ୍ୟାଶ୍ରୀ ପ୍ରିନ୍ସିପାଲଙ୍କୁ ଜଣାଇବା ପରେ ନିଜ ଦେହରୋ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଯାହା ପୁରା କଲେଜକୁ ସ୍ତବ୍ଧ କରି ଦେଇଥିଲା । ନ୍ୟାୟ ପାଇବାକୁ ନିଆଁରେ ଜଳିବାର ରାସ୍ତା ବାଛିଥିଲେ ସୌମ୍ୟାଶ୍ରୀ । ଆଉ ଶେଷରେ ଜୀବନ ମରଣ ସହ ସଂଘର୍ଷ କରି ଆଖି ବୁଜିଦେଇଥିଲେ । ନ୍ୟାୟର ଲଢେଇରେ ଜିତିବାକୁ ଚେଷ୍ଟା କରୁ କରୁ ଜୀବନ ଯୁଦ୍ଧରେ ସେ ହାରିଗଲେ । ଝରା ସେଫାଳି ହୋଇ ଝରିଗଲେ ସବୁଦିନ ପାଇଁ ।
ଭଲ ପାଠ ପଢୁଥିଲେ ବୋଲି ବାଲେଶ୍ଵରର ଏଫଏମ କଲେଜରେ ଇଣ୍ଟିଗ୍ରେଟେଡ୍ ବିଇଡିରେ ନାମ ଲେଖାଇଥିଲେ ସୌମ୍ୟାଶ୍ରୀ । ଭାବିଥିଲେ, ସାର ମ୍ୟାଡାମ ମାନଙ୍କ ସହାୟତାରେ ସେ ଏଥର ମଧ୍ୟ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବେ । ତାଙ୍କ ସହ ଭେଟ ହୋଇଥିଲେ ସେହି ବିଦ୍ୟାଳୟର ଶିକ୍ଷା ବିଭାଗର ଏଚ୍ଓଡ଼ି ତଥା ଅଧ୍ୟାପକ ସମୀର କୁମାର ସାହୁ । କହିଥିଲେ, ମୁଁ ତମ ପାଇଁ ସବୁ ବୁଝିଦେବି, ହେଲେ ମତେ ଫେବର ଦରକାର । ଆଉ ଫେବରର ଅର୍ଥ ପଚାରିଲେ କହୁଥିଲେ, ଛୋଟ ପିଲା ନୁହେଁ, ତତେ କଣ କହିବି । ଆଉ ସାର୍ଙ୍କ କଥା ନଶୁଣିବାରୁ ଆରମ୍ଭ ହୋଇଥିଲା ମାନସିକ ପୁଣି ଶାରୀରିକ ନିର୍ଯ୍ୟାତନା । ଦୀର୍ଘ ୬ ମାସ ଧରି ମାନସିକ ନିର୍ଯ୍ୟାତନା ଦେଉଥିଲେ ସମୀର । ଫେଲ କରାଇଦେବି, ପାସ୍ କରିପାରିବୁନି ବୋଲି ଧମକ ଦେଉଥିଲେ । ଯାହାକୁ ନେଇ ଦିନକୁ ଦିନ ମାନସିକ ଆଘାତ ପାଉଥିଲେ ସୌମ୍ୟାଶ୍ରୀ । କଲେଜ ଇଣ୍ଟରନାଲ କମିଟିରେ ଅଭିଯୋଗ କରିଥିଲେ ସେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବାରୁ ଥରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ହେଲେ ବଞ୍ଚିଯିବା ପରେ ବି ଶାନ୍ତିରେ ବଞ୍ଚିବାକୁ ଦେଇନଥିଲା ସମୀର । ମାନସିକ ନିର୍ଯ୍ୟାତନା ଦେବାସହ ଶାରୀରିକ ନିର୍ଯ୍ୟାତନା ଦେଉଥିବା ବି ଅଭିଯୋଗ ହୋଇଥିଲା । ୧୨ ତାରିଖରେ ପ୍ରିନ୍ସିପାଲଙ୍କୁ ଜଣାଇବା ପରେ ଆଉ ଅପେକ୍ଷା ନକରି ନିଜ ଶରୀରରେ ପେଟ୍ରୋଲ ଢାଳି ଆତ୍ମାହୂତି ଦେଇଥିଲେ ସୌମ୍ୟାଶ୍ରୀ ।
ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା। ତାଙ୍କର ଶ୍ବାସନଳୀ, ହୃତ୍ପିଣ୍ଡ, ବୃକକ୍ ସମେତ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଅକାମି ହୋଇ ପଡ଼ିଥିଲା। ସମସ୍ତ ଡାକ୍ତରଙ୍କର ଅଦମ୍ୟ ଚେଷ୍ଟା ପରିବାର ତଥା ଓଡିଶାବାସୀଙ୍କ ପ୍ରାର୍ଥନା ସତ୍ତ୍ବେ ମଧ୍ୟ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ସୌମ୍ୟାଶ୍ରୀ । ଆଜି ରାତି ପ୍ରାୟ ୧୨ଟାରେ ପରିବାର ସଦସ୍ୟ ଓ ହସ୍ପିଟାଲରେ ଉପସ୍ଥିତ ଥିବା ସାଙ୍ଗମାନଙ୍କୁ ଛାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ଅବଗତ କରାଯାଇଥିଲା। ସୌମ୍ୟାଶ୍ରୀଙ୍କ ଭଳି ସୁନାଝିଅଙ୍କୁ ହରାଇ ସ୍ତବ୍ଧ ହୋଇଯାଇଥିଲା ପରିବାର ନିରବୀ ଯାଇଥିଲା ଗାଁ ।
ଆଶା ଘଟଣାର ତଦନ୍ତ କରାଯାଇ ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ହେଉ, ଆଉ ସୋମ୍ୟାଶ୍ରୀଙ୍କ ଭଳି ଘଟଣାର ପୁନରାବୃତ୍ତି ନହେଉ ।