Videos
|
Odisha

FM କଲେଜ ଛାତ୍ରୀ ମୃତ୍ୟୁ ମାମଲା, କଲେଜରେ ପହଁଚିଲେ UGC ଟିମ୍

Banajyotshna Ray
Browse all articles by Banajyotshna Ray
·1 year ago·1 min read
FM କଲେଜ ଛାତ୍ରୀ ମୃତ୍ୟୁ ମାମଲା, କଲେଜରେ ପହଁଚିଲେ UGC ଟିମ୍

Key Points

ବାଲେଶ୍ୱର FM କଲେଜ ଛାତ୍ରୀ ମୃତ୍ୟୁ ମାମଲା

ତଦନ୍ତ ପାଇଁ ଆଜି ପୁଣି କଲେଜରେ ପହଁଚିଲେ UGC ଟିମ୍


ବାଲେଶ୍ୱର FM କଲେଜ ଛାତ୍ରୀ ମୃତ୍ୟୁ ମାମଲା । ତଦନ୍ତ ପାଇଁ ଆଜି ପୁଣି କଲେଜରେ ପହଁଚିଲେ UGC ଟିମ୍ । ବାଲେଶ୍ୱର FM କଲେଜ ଛାତ୍ରୀ ମୃତ୍ୟୁ ମାମଲାର ଜାରି ରହିଛି ଖୋଳତାଡ । ଆଜି ବି ଘାଣ୍ଟିବ ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଓ ଉଚ୍ଚ ଶିକ୍ଷା ବିଭାଗର ଟିମ୍ । ତନାଘନା କରିବେ ତଦନ୍ତକାରୀ ଟିମ୍ । ଗତକାଲି ଦିନ ତମାମ ଚାଲିଥିଲା ମାରାଥନ ଜେରା। UGC ର ଫ୍ୟାକ୍ଟ ଫାଇଣ୍ଡିଙ୍ଗ, ଉଚ୍ଚଶିକ୍ଷା ବିଭାଗର ଟିମ କଲେଜ କର୍ତ୍ତୃପକ୍ଷ ଓ ICC କମିଟି କୁ ପଚରାଉଚରା କରିଥିଲେ । ସେପଟେ ଭୋଗରାଇ ପାଳସୀୟାରେ କ୍ରାଇମବ୍ରାଞ୍ଚ୍ ଟିମ୍ ମୃତ ଛାତ୍ରୀଙ୍କ ଘରେ କରିଥିଲେ ପଚରାଉଚୁରା ।


କଲେଜରୁ ତଥ୍ୟ ହାସଲ ସହ ଛାତ୍ରୀଙ୍କ ଗାଁରେ ପହଞ୍ଚି ପରିଜନଙ୍କୁ କରିଥିଲେ ପଚରାଉଚୁରା । ଗତକାଲି ତଦନ୍ତ ବେଳେ ଅଭିଯୁକ୍ତ HOD ସମୀର ସାହୁଙ୍କ ବିରୋଧରେ ମିଳିଥିଲା ବଳିଷ୍ଠ ପ୍ରମାଣ । ପ୍ରଥମ ଦିନ 4 ଜଣ ଛାତ୍ରଛାତ୍ରୀଙ୍କ ସହ କିଛି କର୍ମଚାରୀଙ୍କୁ ପଚରା ଉଚରା କରାଯାଇଥିବାବେଳେ ଆଜି ଶେଷ ହେବ କମିଟିର ତଦନ୍ତ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
fm-college-student-death-case-ugc-team-reaches-college | Argus News