Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା, 2 ଜଣ ଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

Banajyotshna Ray
Browse all articles by Banajyotshna Ray
·11 months ago·1 min read
FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା, 2 ଜଣ ଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

Key Points

FM କଲେଜ ଛାତ୍ରୀ ମୃତ୍ୟୁ
ବାଲେଶ୍ୱର FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା
2 ଜଣ ଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
ଗିରଫ ଦୁଇ ଛାତ୍ର ହେଲେ ଶୁଭ୍ର ସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ
ଗତକାଲି ରାତିରେ ଗିରଫ ପରେ କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ 

ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା । ଦୁଇ ଜଣ ଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଗିରଫ ଦୁଇ ଛାତ୍ର ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ। ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । SDJM କୋର୍ଟରେ ହାଜର ପରେ ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମର ୨୦ ଦିନ ପରେ ହୋଇଛି ଏହି ଗିରଫଦାରୀ।


ଗିରଫ ଦୁଇ ଜଣ ଛାତ୍ର, ଛାତ୍ରୀଙ୍କୁ ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଗିରଫ ଜ୍ୟୋତିପ୍ରକାଶ ବିଶ୍ବାଳ ହେଉଛନ୍ତି ସେହି ଛାତ୍ର ଯିଏ ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ନିଜେ ପୋଡ଼ି ଯାଇଥିଲେ ଜ୍ୟୋତିପ୍ରକାଶ। ଆଉ କଟକ ବଡ଼ ମେ଼ଡିକାଲରେ ଚିକିତ୍ସିତ ହୋଇଥିଲେ । ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ କଟକ ବଡ଼ ମେଡିକାଲରେ ଜ୍ୟୋତିପ୍ରକାଶଙ୍କୁ ପଚରାଉଚୁରା କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଗତକାଲି ଗିରଫ 2 ଛାତ୍ରଙ୍କୁ ମିଶାଇ ଏଯାଏଁ ମୋଟ 4 ଜଣ ଗିରଫ ହେଲେଣି। ପୂର୍ବରୁ ଏହି ଘଟଣାରେ 2 ଜଣ ଗିରଫ ହୋଇଥିଲେ। ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁ ପ୍ରଥମେ ଗିରଫ ହୋଇଥିଲେ । ସମୀରଙ୍କ ପରେ ଗିରଫ ହୋଇଥିଲେ ତତ୍କାଳୀନ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ।

Sponsored
fm-college-student-death-incident-crime-branch-arrests-2-students | Argus News