Videos
|
Odisha

ଅଧ୍ୟାପକଙ୍କ ବିଷୟରେ ସବୁ ସତ ଖୋଲିଦେଲେ ପୀଡିତାଙ୍କ ସାଙ୍ଗ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଅଧ୍ୟାପକଙ୍କ ବିଷୟରେ ସବୁ ସତ ଖୋଲିଦେଲେ ପୀଡିତାଙ୍କ ସାଙ୍ଗ

Key Points

FM କଲେଜ ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ସାଙ୍ଗଙ୍କ ବଡ଼ ଖୁଲାସା
HODଙ୍କ ସମର୍ଥନରେ ଅଧିକ, ସୌମ୍ୟାଙ୍କ ସମର୍ଥନରେ କମ୍‌
HODଙ୍କ ବିରୋଧରେ ଅଭିଯୋଗ ବେଳେ, ସୌମ୍ୟାଶ୍ରୀଙ୍କ ବିରୋଧରେ କ୍ୟାମ୍ପେନ ହୋଇଥିଲା

HOD ଙ୍କ ସମର୍ଥନରେ ଅଧିକ, ମୃତ FM ଛାତ୍ରୀଙ୍କ ସମର୍ଥନରେ କମ । କିଛି ଏମିତି ଚାଲିଥିଲା କ୍ୟାମ୍ପେନ । FM କଲେଜ ଛାତ୍ରୀଙ୍କ ସାଙ୍ଗ କରିଛନ୍ତି ବଡ ଖୁଲାସା । ଯେତେବେଳେ ପ୍ରିନ୍ସପାଲଙ୍କ ନିକଟରେ ଏଚଓଡି ସମୀରଙ୍କ ବିରୋଧରେ ଅଭିଯୋଗ କରିଥିଲେ ସେତେବେଳେ ତାଙ୍କ ବିରୋଧରେ କ୍ୟାମ୍ପେନ ଆରମ୍ଭ ହୋଇଯାଇଥିଲା । ଅନେକ ବିଭ୍ରାନ୍ତୀକର ତଥ୍ୟ ଦିଆଯାଇଥିଲା ।


ଯେଉଁମାନେ କ୍ୟାମ୍ପେନ କରିଥିଲେ, ସେମାନେ ଏଚଓଡିଙ୍କ ସମର୍ଥନରେ ସମସ୍ତେ ବାହାରିଥିଲେ । ସମର୍ଥନରେ କମ ବାହାରିଥିଲେ । ଏପରିକି ଏବିଭିପି ରାଷ୍ଚ୍ରିୟ କାର୍ଯ୍ୟକାରିଣି ବିଶ୍ବଜିତ ଦାସ କହିଛନ୍ତି, ଆଜି ଯେଉଁ ବିରୋଧି ଦଳ ଛାତ୍ରନେତାମାନେ ନ୍ୟାୟ ପାଇଁ ହୋହଲ୍ଲା କରୁଛନ୍ତି ସେମାନେ ଛାତ୍ରୀଙ୍କ ବିରୋଧରେ ଅପପ୍ରଚାର କରିଥିଲେ । ସିଗନେଚର କ୍ୟାମ୍ପେନ ମଧ୍ୟ କରିଥିଲେ । ଅନ୍ୟପଟେ ମୃତ ଛାତ୍ରୀଙ୍କ ବାପା କହିଛନ୍ତି, ଏହି ଘଟଣାର ରାଜନୀତିକରଣ କରାନଯାଉ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


FM college Victim's friend reveals the truth about the professor | Argus News