Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆତ୍ମାହୁତି ଦେଇଥିବା FM ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ

Smruti Parija
Browse all articles by Smruti Parija
·1 year ago·1 min read
ଆତ୍ମାହୁତି ଦେଇଥିବା FM ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ

Key Points

ଆତ୍ମାହୁତି ଦେଇଥିବା FM ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ
AIIMS ନିର୍ଦ୍ଦେଶକ କହିଲେ ଆଗାମୀ ୨୪ ଘଣ୍ଟା ଗୁରୁତ୍ବପୂର୍ଣ୍ଣ
ପୋଡ଼ିଯାଇଛି ପୀଡ଼ିତାଙ୍କ ଶରୀରର ୯୦ରୁ ୯୫ ପ୍ରତିଶତ
୮ ଜଣିଆ ଡାକ୍ତରୀ ଟିମ୍ ତତ୍ବାବଧାନରେ ଭେଣ୍ଟିଲେଟରରେ ଚିକିତ୍ସିତ
AIIMS ଯାଇ ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଲେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ
ସିଏମ୍ କହିଲେ ସ୍ଵାସ୍ଥ୍ୟରେ ଉନ୍ନତି ଆସିଲେ ଦିଲ୍ଲୀକୁ କରାଯିବ ଏୟାରଲିଫ୍ଟ

ଦିଲ୍ଲୀରୁ ଫେରିବା ପରେ ସିଧା ଏମ୍ସ ଯାଇ ଏଫଏମ୍ ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସାଙ୍ଗରେ ଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀ। ପୀଡ଼ିତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ପୀଡିତାଙ୍କ ଅବସ୍ଥା ଜଟିଳ ଅଛି l ଦିଲ୍ଲୀ ଏମ୍ସ ସହିତ ଆମେ ଯୋଗାଯୋଗରେ ଅଛୁ l ଦିଲ୍ଲୀ AIIMSର ଏକ ଟିମ ଭିସି ମାଧ୍ୟମରେ ଯୋଗାଯୋଗରେ ଅଛନ୍ତି l ସ୍ଵାଥ୍ୟରେ ଉନ୍ନତି ଆସିଲେ ଦିଲ୍ଲୀକୁ ଏଆରଲିଫ୍ଟ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ପୀଡ଼ିତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି । ଶରୀରର ଅଧିକାଂଶ ଅଂଶରେ ଡ଼ିପ ବର୍ଣ୍ଣ ହୋଇଛି। ଏପରିକି ଶ୍ୱାସ ନଳୀ, କିଡ଼ନୀ ଓ ଲଙ୍ଗସ ଭଳି ଇଣ୍ଟରନାଲ ପାର୍ଟ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଯେଉଁଥିପାଇଁ ନିଃଶ୍ୱାସ ନେବାରେ ପୀଡ଼ିତାଙ୍କର ଅସୁବିଧା ହେଉଥିବା କହିଛନ୍ତି ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ। ବର୍ଣ୍ଣ, ପ୍ଲାଷ୍ଟିକ ,ମେଡ଼ିସିନ, ପଲମନାରୀ, କ୍ରିଟିକାଲ କେୟାର, କାର୍ଡ଼ିଓଲୋଜି, ନେପରୋଲୋଜି ବିଭାଗର ବରିଷ୍ଠ ଡାକ୍ତରଙ୍କ ଟିମ୍ ପୀଡ଼ିତାଙ୍କର ଚିକିତ୍ସା କରୁଛନ୍ତି।

ଆଗାମୀ ୨୪ ଘଣ୍ଟା ପୀଡ଼ିତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ତାଙ୍କର ଆଶୁ ଆରୋଗ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରାର୍ଥନା କରାଯାଉଛି। ସେପଟେ ଝିଅର ଅବସ୍ଥାକୁ ନେଇ ଭାଙ୍ଗିପଡ଼ିଛନ୍ତି ପୀଡ଼ିତାଙ୍କ ପରିବାର। ଏହାଭିତରେ Aiims ଯାଇ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି ବିଜେପିର ପ୍ରତିନିଧି ମଣ୍ଡଳୀ। ପରିବାର ଲୋକଙ୍କୁ ଶାନ୍ତ୍ବନା ଦେବା ସହ ଆଶୁ ଆରୋଗ୍ୟ କାମନା କରିଛି ବିଜେପି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
fm-student-who-committed-suicide-is-in-critical-condition | Argus News