Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଟଣାଗଡରେ ଚାରା ଦୁର୍ନୀତି:ମିଛ ଧରିଦେଲେ ଉପମୁଖ୍ୟମନ୍ତ୍ରୀ,ନେଲେ ସିଧା ଆକ୍ସନ୍ 

Sangram Tripathy
Browse all articles by Sangram Tripathy
·1 year ago·2 min read
ପାଟଣାଗଡରେ ଚାରା ଦୁର୍ନୀତି:ମିଛ ଧରିଦେଲେ ଉପମୁଖ୍ୟମନ୍ତ୍ରୀ,ନେଲେ ସିଧା ଆକ୍ସନ୍ 

ଅର୍ଗସ ବ୍ୟୁରୋ:ଦୁର୍ନୀତି ଖୋର ଅଫିସର ହୋଇଯାଅ ସାବଧାନ,ନହେଲେ ପଡିବ ଶନି ଦଶା,ଆମଠୁ ଏକଥା ଶୁଣି ସାରିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସିବା ସ୍ବଭାବିକ। ପାଟଣାଗଡରେ ଧରାପଡିଛି ଚାରା ରୋପଣ ନାଁରେ ବଡ ଦୁର୍ନୀତି ,ମିଛ ଧରିଛନ୍ତି ଖୋଦ୍ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂ ଦେଓ,ନେଇଛନ୍ତି ଅଫିସରଙ୍କ ବିରୋଧରେ ସିଧା ଆକ୍ସନ୍ । ଘଟଣାଟି ଥିଲା ଏମିତି କାମ୍ପା ୟୋଜନାରେ ବୃକ୍ଷରୋପଣ ନକରି ଟଙ୍କା ଆତ୍ମସାତ କରିଥିବା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ପାଖରେ ଲୋକେ କରିଥିଲେ ଅଭିଯୋଗ। ସତ ପରଖିବା ପାଇଁ   ବନବିଭାଗ ଅଧିକାରୀଙ୍କୁ ସାଙ୍ଗରେ ଧରି ଜଙ୍ଗଲରେ ପହଞ୍ଚିଥିଲେ ଉପମୁଖ୍ୟମନ୍ତ୍ରୀ।  ଅଫିସର କହିଥିଲେ ବୁଢାରାଜା ପାହାଡ ଉପରେ ଲାଗିଛି ଗଛ, ଜଙ୍ଗଲିଆ ରାସ୍ତାରେ  ଚାଲି ଚାଲି ଚାରା ଦେଖିବାକୁ ଯାଇଲେ ଉପମୁଖ୍ୟମନ୍ତ୍ରୀ,ହେଲେ ୨୦୨୪ରେ ଉଠିଥିବା ଟଙ୍କାରେ କେଉଁଠି ଗଛ ଲାଗିଛି  ତାହା ଦେଖାଇ ପାରି ନ ଥିଲେ  ବନ ବିଭାଗ ଅଫିସର, ସ୍ପଟରେ ବିଭାଗର ମିଛ ଧରାପଡିବା ପରେ ନିଲମ୍ବନ କରାଯାଇଛି ଲରମ୍ଭା ରେଞ୍ଜ ଫରେଷ୍ଟର ପ୍ରିୟବ୍ରତ ନାୟକଙ୍କୁ। ଜଙ୍ଗଲ ମଝିରେ ଉପମୁଖ୍ୟମନ୍ତ୍ରୀ ଏମିତି ଟ୍ୟୁସନ୍ କରିଛନ୍ତି 
ଜଙ୍ଗଲ ବିଭାଗ ଅଧିକାରୀଙ୍କର ହୋସ୍ ମଧ୍ୟ ଉଡିଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ ଫରେଷ୍ଟ ରେଞ୍ଜ ଲାରମ୍ଭା  ସେକସନର ଦମକିପାଲି,ଠେଲକୋଛାପରରେ ୨୦୨୧/୨୨, ୨୦୨୨/୨୩,୨୦୨୪/୨୫ ଆର୍ଥିକ ବର୍ଷରେ କାମ୍ପା ଯୋଜନାରେ  ଚାରା ଲାଗିଛି.। ଏ ହେଉଛି  ବର୍ଷ ୱାରି ଲାଗିଥିବା ଗଛର ହିସାବ।  ୨୦୨୪ ଅର୍ଥାତ ଏହି ବର୍ଷ ୨୦ ହେକ୍ଟର ଜମିରେ ୨୦ ହଜାର  ଗଛ ଲାଗିଥିବା କାଗଜ କହୁଛି, କିନ୍ତୁ ବାସ୍ତବରେ ଗଛ ନ ଲଗାଇ ଟଙ୍କା ଚଳୁ କରିନେଇଛନ୍ତି ଅଧିକାରୀ।  ସତ ଜଣାପଡିବା ପରେ ଚାରା କୁଆଡେ ଗଲା  ବୋଲି ପ୍ରଶ୍ନରେ ପାଟଣା ଗଡ ରେଞ୍ଜର,ପାଟି ମଧ୍ୟ ଖନି ମାରିଯାଇଥିଲା ।

ଉପମୁଖ୍ୟମନ୍ତ୍ରୀଙ୍କ ସହ ବଲାଙ୍ଗିର ଡିଏଫଓ ବି ଯାଇଥିଲେ ସ୍ପଟକୁ । ହେଲେ ୨୦୨୪ରେ ଲଗାଯାଇଥିବା ଚାରା କେଉଁଠି ଲଗାଯାଇଛି ତାର ବି ଦେଇ ପାରି ନଥିଲେ ସନ୍ତୋଷଜକ ଉତ୍ତର,ଏପଟେ ସ୍ଥାନୀୟ ଲୋକଙ୍କ ଚାରା ଦୁର୍ନୀତିର ସଂପୃକ୍ତ ବଡ ମାଛକୁ ଧରନ୍ତୁ ସରକାର ବୋଲି ଦାବି କରିଛନ୍ତି । କାଗଜ କଲମେ ଗଛ ଲଗାଇ ଟଙ୍କା ହଡପ କରିବା ପୂର୍ବ ସରକାର ଅମଳରେ ନିତିଦିନିଆ ଘଟଣା ପାଲଟିଥିବାବେଳେ ମୋହନ ସରକାରରେ କିନ୍ତୁ ଦୁର୍ନୀତି କଲେ ନାହିଁ ନିସ୍ତାର,ଏବେ ପ୍ରଶ୍ନ କେବଳ ଏଥିରେ ଜଣେ ଫରେଷ୍ଟର ସଂପୃକ୍ତ ନା  ଅଛନ୍ତି ବିଭାଗ ଆଉ ବଡ ଅଧିକାରୀ,ଏବେ ସଚେତନ ନହେଲେ ଅଫିସରଙ୍କ ବେଳ ଖରାପ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fodder corruption in Patnagarh: Deputy Chief Minister caught lying, took simple action | Argus News