ଆସନ୍ତା ଦୁଇ ଦିନ କଲବଲ କରିବ ଘନ କୁହୁଡ଼ି...
·1 year ago·1 min read

ଅର୍ଗସ ବ୍ୟୁରୋ: ପଶ୍ଚିମାଝଡ଼ ଅପସାରଣ ପରେ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ରାଜ୍ୟକୁ ପ୍ରବେଶ କରୁଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୪ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ। ଆସନ୍ତା ୨୪ ଘଣ୍ଟା ଆହୁରି ୨ରୁ ୩ ଡିଗ୍ରୀ କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆସନ୍ତା ଦୁଇ ଦିନ ଯାଏଁ କଲବଲ କରିବ ଘନ କୁହୁଡ଼ି। ୨୪ ଘଣ୍ଟା ପାଇଁ ୧୦ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ଗତକିଛି ଦିନ ଧରି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଥିଲା। ଥଣ୍ଡା କମିବା ସହ ତାତି ଅନୁଭତ ହେଉଥିଲା। ହେଲେ ବର୍ତ୍ତମାନ ଏଥିରେ ବଡ ପରିବର୍ତ୍ତନ ହୋଇଛି। ଯାହା ଫଳରେ ସାମାନ୍ୟ ଶୀତ ହେବା ସହ କୁହୁଡି ହେଉଥିବା ଦେଖିବାକୁ ମିଳିଛି। ରାଜ୍ୟରେ ଆସନ୍ତା ଦୁଇ ଦିନ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ । ସେହିପରି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: