Videos
|
Odisha

ମଣ୍ଡି ବ୍ୟତୀତ ବାହାରେ ଧାନ କିଣିଲେ ହେବ କଡା ଆକ୍ସନ

Smruti Parija
Browse all articles by Smruti Parija
·1 year ago·1 min read
ମଣ୍ଡି ବ୍ୟତୀତ ବାହାରେ ଧାନ କିଣିଲେ ହେବ କଡା ଆକ୍ସନ

ଅର୍ଗସ ବ୍ୟୁରୋ: ବିଭିନ୍ନ ସ୍ଥାନରେ ମିଲର ମାନେ ସିଧାସଳଖ ଚାଷୀଙ୍କଠୁ କମ ଦାମ୍ ରେ ଧାନ କିଣି ମହଜୁଦ କରି ରଖିବା ପ୍ରସଙ୍ଗରେ କଡା ଆଭିମୁଖ୍ୟ ଜାହିର କଲେ ଯୋଗାଣ ବିଭାଗ । ବିଭାଗୀୟ ମନ୍ତ୍ରୀ କୃଷ୍ଣ ପାତ୍ର ମିଲରମାନଙ୍କୁ ଚେତାବନୀ ଦେଇ କହିଛନ୍ତି ସିଧାସଳଖ ମିଲରମାନେ କୃଷକଙ୍କ ନିକଟରୁ ଧାନ କିଣି ପାରିବେ ନାହିଁ । କେବଳ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ମଣ୍ଡିରୁ ଧାର୍ଯ୍ୟ ଦରରେ ଧାନ କିଣିବେ । ସିଧାସଳଖ ମିଲରଙ୍କ ପାଖକୁ ଧାନ ଯିବ ନାହିଁ । 

ଯଦି ମିଲର ସିଧାସଳଖ ଧାନ କିଣିବେ ସେ ମିଲ୍ କୁ ସିଲ୍ କରି ଦିଆଯିବ । କଡ଼ା ଆକ୍ସନ ନିଆଯିବ । ସେହି ମିଲ୍ କୁ କଳା ତାଲିକା ଭୁକ୍ତ କରାଯିବ । ସେ ଆଉ ବେପାର କରି ପାରିବ ନାହିଁ । ନୂଆପଡ଼ାରେ ସେମିତି ଘଟଣା ସାମ୍ନାକୁ ଆସିଥିଲା ମିଲ୍ ମାଲିକ ମଣ୍ଡିରୁ ଧାନ ନକିଣି ୫୦୦ କୁଇଣ୍ଟାଲ ଧାନ ୧୭୦୦ ଟଙ୍କାରେ କିଣି ମହଜୁଦ ରଖିଥିଲା ତାକୁ ସିଲ କରାଯାଇଛି । 

ଆଗକୁ ଏମିତି ଯିଏ ବି କାମ କରିବ ତା ଉପରେ କଡା ଆକ୍ସନ ନେବେ ରାଜ୍ୟ ସରକାର । ଚାଷୀମାନେ ଧାନ ବିକିବା ପାଇଁ ତର ତର ହେଇ ଯାଉଥିବାରୁ ତାର ସୁଯୋଗ ଦଲାଲମାନେ ନେଉଛନ୍ତି । ତେଣୁ ଚାଷୀମାନଙ୍କୁ ଅପିଲ୍ କରୁଛି ଟୋକନ ଯେଉଁ ସମୟ ରେ ଦିଆଯାଉଛି ସେହି ସମୟରେ ଧାନ ମଣ୍ଡିକୁ ଆଣନ୍ତୁ । ସରକାର ସେହି ଦିନ ହିଁ ତାଙ୍କ ଠୁ ଧାନ କିଣିନେବେ । ସେମାନଙ୍କ ଧାନ ମଣ୍ଡିରେ ପଡ଼ି ରହିବ ନାହିଁ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
food-supply-minister-gave-strict-instruction-to-mealers-regarding-paddy-procurement | Argus News