Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଲଗୋଦାମରେ ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅତର୍କିତ ଚଢ଼ାଉ

Smruti Parija
Browse all articles by Smruti Parija
·1 year ago·2 min read
ମାଲଗୋଦାମରେ ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅତର୍କିତ ଚଢ଼ାଉ

Key Points

  • ଶୁଖିଲା ଖାଦ୍ୟ ସାମଗ୍ରୀ ଚଢା ଦରରେ ବିକ୍ରୀ ଅଭିଯୋଗ
  • ମାଲଗୋଦାମରେ ଯୋଗାଣ ମନ୍ତ୍ରୀଙ୍କ ଅତର୍କିତ ଚଢାଉ
  • ବିଭିନ୍ନ ଗୋଦାମକୁ ନୋଟିସ ଜାରି

ଅର୍ଗସ ବ୍ୟୁରୋ: ମାଲଗୋଦାମରେ ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅତର୍କିତ ଚଢ଼ାଉ । ଶୁଖିଲା ଖାଦ୍ୟ ସାମଗ୍ରୀ ଚଢା ଦରରେ ବିକ୍ରି ଅଭିଯୋଗରେ କଟକ ମାଲଗୋଦାମରେ ଚଢ଼ାଉ କରିଛନ୍ତି ରାଜ୍ୟ ଯୋଗାଣ ବିଭାଗ । ବିଭିନ୍ନ ଗୋଦାମକୁ ଯାଞ୍ଚ କରିବା ସହ ନୋଟିସ ମଧ୍ୟ କରାଯାଇଛି । ଅଭିଯୋଗ ଆସିଥିଲା । ସେଥିପାଇଁ  ନିଜେ ନିରୀକ୍ଷଣ କଲି । ଟିକେ ଅଧିକ ଦାମରେ ବିକ୍ରି ହେଉଥିଲା ସେଥିପାଇଁ ଷ୍ଟକ୍ ଯାଞ୍ଚ କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।

ଚୁଡା ,ଡାଲି, ତେଲ ସାମଗ୍ରୀ ଅଧିକ ଟଙ୍କାରେ ବିକ୍ରି ହେଉଥିଲା । ପ୍ରଥମରୁ କୁହାଯାଇଛି କଳାବଜାରୀ କିମ୍ବା ହୋଡ଼ିଂ କରିବ ତାହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ ଏହି ଦୁର୍ବିପାକ ସମୟରେ ଲୋକଙ୍କୁ ହଇରାଣ କରନ୍ତୁନାହିଁ ।  ବର୍ତ୍ତମାନ ମାଲଗୋଦାମରେ ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ରହିଛି । ତେଣୁ ବାତ୍ୟାକୁ ଭୟ ନକରି ସଚେତନ ରହିବା ପାଇଁ ଲୋକ ମାନଙ୍କୁ ନିବେଦନ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ମନ୍ତ୍ରୀଙ୍କୁ କିଏ ଭୁଲ ସୂଚନା ଦେଉଛି ।  ପୂର୍ବରୁ ମାଲଗୋଦାମ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଯେ ଏହି ପ୍ରାକୃତିକ ଦୁର୍ବିପାକ ସମୟରେ କଳାବଜାରୀ ହେଉ କି ଚଢା ଦର କିଛି ବି ବରଦାସ୍ତ କରାଯିବନି । ବାତ୍ୟା ପ୍ରଭାବିତ ହେବାକୁ ଥିବା ଭଦ୍ରକ, ବାଲେଶ୍ଵର , ଜଗତସିଂହପୁର , କେନ୍ଦ୍ରାପଡା ପାଇଁ  ଏଯାବତ ତ୍ରୁଟିଶୂନ୍ୟ ଭାବରେ ରିଲିଫ ଯାଇ ସାରିଛି ।  ସକାଳୁ ବନ୍ଦ ରହିଛି ମାଲଗୋଦାମ । କେହି ଜାଣିକି ଗୋଦାମ ବନ୍ଦ କରି ନାହାନ୍ତି । ତେଣୁ ମନ୍ତ୍ରୀଙ୍କ ଏହି ଅତର୍କିତ ଗସ୍ତକୁ ନାପସନ୍ଦ କରିବା ସହ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ମାଲଗୋଦାମ ବ୍ୟବସାୟୀ ସଂଘର କର୍ମକର୍ତ୍ତା । ଏହି ଗସ୍ତ ସମୟରେ ଛତ୍ରବଜାରରେ ଷ୍ଟକ ଯାଞ୍ଚ୍ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।


 

Sponsored
Food Supply Minister Krishnachandra patra-raid-in-malgodown | Argus News