Videos
|
Odisha

24 ବର୍ଷ ଧରି ଲୋକଙ୍କୁ ମିଳିଛି ମାଳ ମାଳ ମିଛ ପ୍ରତିଶ୍ରୁତି

Banajyotshna Ray
Browse all articles by Banajyotshna Ray
·1 year ago·1 min read
24 ବର୍ଷ ଧରି ଲୋକଙ୍କୁ ମିଳିଛି ମାଳ ମାଳ ମିଛ ପ୍ରତିଶ୍ରୁତି

ଅର୍ଗସ ବ୍ୟୁରୋ:  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ରାସୋଳଠାରୁ ଆଳୁତୁମା ପର୍ଯ୍ୟନ୍ତ ଦଶ କିଲୋମିଟର ରାସ୍ତାର ଅବସ୍ଥା ଶୋଚନୀୟ । ଏ ରାସ୍ତାରେ ପାଦରେ ଯିବା ତ ଦୂରର କଥା ପାଦ ବଢାଇଲେ ଘଟୁଛି ଦୁର୍ଘଟଣା । ହେଲେ ବାଧ୍ୟ ହୋଇ ଦଶରୁ ଅଧିକ ଗାଁର ଲୋକେ ଏହି ବାଟରେ ଯାଆ ଆସ କରୁଛନ୍ତି। ରାସ୍ତା ସାରା ଖାଲ ଖମାରେ ପରିପୂର୍ଣ୍ଣ ହୋଇ ରହିଥିବା ବେଳେ ଦୀର୍ଘ ଦିନରୁ ହୋଇଥିବା ରାସ୍ତାରୁ ମେଟାଲ ବାହାରି ବିପଦ ସୃଷ୍ଟି କରିଛି। ଯାହା ଫଳରେ ପ୍ରତିଦିନ ଏଠାକାର ଲୋକେ ଯମ ଯନ୍ତ୍ରଣା ଭୋଗୁଛନ୍ତି।


ଏହି ରାସ୍ତା ଦେଇ ଦଶ ଗୋଟି ଗାଁର ସ୍କୁଲ ପିଲା ଯାଆ ଆସ କରନ୍ତି । ପିଡିଏସ ସାମଗ୍ରୀ ଆଣିବା ଠାରୁ ଆରମ୍ଭ କରି ଯେକୌଣସି କାର୍ଯ୍ୟ ପାଇଁ ଏହି ରାସ୍ତା ଦେଇ ଯିବାକୁ ପଡେ । ରୋଗୀ ହୁଅନ୍ତୁ କି ଗର୍ଭବତୀ, ରାସ୍ତାରେ ଯିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି। କେବେ କେବେ ରାସ୍ତା ଅବସ୍ଥା ଦେଖି ଆମ୍ବୁଲାନ୍ସ ଆସିବାକୁ ମଧ୍ୟ ମନା କରିଦିଅନ୍ତି।

ତେବେ ଅନେକ ସମୟରେ ଏହି ରାସ୍ତା ସମ୍ପର୍କରେ ପୂର୍ବ ସରକାରଙ୍କୁ ଅଞ୍ଚଳବାସୀ ଗୁହାରି କରିଥିବା ବେଳେ ଦୀର୍ଘ 24 ବର୍ଷ କାଳ ସମସ୍ୟାର ସମାଧାନ କରିବା ଦିଗରେ ପୂର୍ବ ସରକାର ବିଫଳ ହୋଇଛନ୍ତି । ତେବେ ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ତୁରନ୍ତ ଏହାର ସମାଧାନ କରିବେ ବୋଲି ଆଶା ବାନ୍ଧିଛନ୍ତି ଲୋକେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

For 24 years, people have been given a lot of false promises | Argus News