|
logo
Live

Argus News - କାଠରେ ଚମତ୍କାର କଳାକୃତି

Odisha

କାଠରେ ଚମତ୍କାର କଳାକୃତି

Manini Pattanayak
Browse all articles by Manini Pattanayak
·2 years ago·1 min read
କାଠରେ  ଚମତ୍କାର କଳାକୃତି

କେନ୍ଦୁଝର: କାଠରେ ଖୋଦେଇ ୭ଖଣ୍ଡ ରାମାୟଣ । ମଝିରେ ଶ୍ରୀରାମଙ୍କର  ମୂର୍ତ୍ତି ସହ, ଚାରିପଟେ ସାଙ୍କେତିକ ଭାବେ ୭ଖଣ୍ଡ ରାମୟଣ ସୁକ୍ଷ୍ମ ଓ ନିଖୁଣ ଭାବେ ଖୋଦେଇ ହୋଇଛି।  ଏପରି ଚମତ୍କାର କଳାକୃତି କରିଛନ୍ତି  କରିଛନ୍ତି କେନ୍ଦୁଝର ର ଶିଳ୍ପୀ ଅଭିମନ୍ୟୁ ମହାରଣା । ଦୀର୍ଘ ୧ବର୍ଷ ଧରି ସେ ଉତ୍ସର୍ଗୀକୃତ ଭାବେ ପ୍ରଭୁ ଶ୍ରୀରାମଙ୍କର ସାଢେ ୩ଫୁଟ ଉଚ୍ଚତା ଓ ୩ଫୁଟ ଓସାର ବିଶିଷ୍ଟ ଏପରି ଏକ ବିରଳ ଓ ଅନନ୍ୟ କଳାକୃତି ନିର୍ମାଣ କରିଛନ୍ତି ।

୪୦ବର୍ଷ ଧରି ଅଭିମନ୍ୟୁ କାଠରେ ଅନେକ ସୁକ୍ଷ୍ମ ଓ ନିଖୁଣ  ମୂର୍ତ୍ତି ନିର୍ମାଣ କରି ଜିଲ୍ଲାକୁ ଆଣି ଦେଇଛନ୍ତି ଗୌରବ । ନିମ୍ବକାଠରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନୋମୁଗ୍ଧକର ମୂର୍ତ୍ତି, ଗଣେଶ, ଆଶୋକ ଚକ୍ର, ବୁଦ୍ଧଙ୍କର ମୂର୍ତ୍ତି ଆଦି ତିଆରି କରିଛନ୍ତି । କାଠରେ ନିର୍ମିତ ଏସବୁ ସାମଗ୍ରୀ ସେ ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ପଲ୍ଲିଶ୍ରୀ ମେଳାରେ ବିକ୍ରୀ କରିଥାନ୍ତି । ଜଣେ ସରକାରୀ ପ୍ରଶିକ୍ଷକ ଭାବେ ଦୀର୍ଘ ୩୦ବର୍ଷ ଧରି ଅନେକ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ଶିଳ୍ପୀ ଅଭିମନ୍ୟୁଙ୍କର ଏଭଳି ଉତ୍ସର୍ଗୀକୃତ ଜୀବନଙ୍କୁ ପଡୋଶୀ ଉଚ୍ଚ ପ୍ରଶଂସା କରିଛନ୍ତି ।

ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କାଠରେ ଚମତ୍କାର କଳାକୃତି | Argus News