5 ଶହ ଟଙ୍କା ଭତ୍ତା ପାଇଁ 8 କିମି ପିଠିରେ

କୋରାପୁଟ: 5 ଶହ ଟଙ୍କା ଭତ୍ତା ପାଇଁ, 8 କିମି ପିଠିରେ ବୁହା ହେଉଛନ୍ତି 80 ବର୍ଷୀୟ ବୃଦ୍ଧ। ଏମିତି ଦୀର୍ଘ ବର୍ଷ ହେଲା ପ୍ରତି ମାସରେ ୮ କିଲୋମିଟର ପିଠିରେ ବୁହାହୋଇ ବ୍ଳକ କାଯ୍ୟାଳୟକୁ ଯାଇଥାନ୍ତି ବୃଦ୍ଧ। ଏପରି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ଜଡ଼ା ପୁଟ ଗାଁର। ଯାହା ରାଜ୍ୟ ସରକାର ଆଉ ପ୍ରଶାସନର ପୁଣି ପାରିବାପଣିଆ ଉପରେ ଆଙ୍ଗଳି ନିର୍ଦ୍ଦେଶ କରିଛି। ପୂର୍ବରୁ ନବରଙ୍ଗପୁରର ସୂର୍ଯ୍ୟ ହରିଜନଙ୍କ ଘଟଣାରେ ଟ୍ବିଟ୍ କରି ଘରେ ଭତ୍ତା ଦେଇଆସିବାକୁ ତାଗିଦ୍ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ... ତଥାପି ନା ଚେତିଛୁ ପ୍ରଶାସନ ନା ଚେତିଲେ ରାଜ୍ୟ ସରକାର। ପୁଣି ଥରେ ସେହି ଚିତ୍ର ପୁନରାବୃତ୍ତି ହୋଇଛି ରାଜ୍ୟରେ। ପିଠି ବୁହା ହୋଇ ଥିବା ବୃଦ୍ଧ ଜଣଙ୍କ ହେଉଛନ୍ତି ପିତ ମୁଦୁଲି। ୫ ବର୍ଷ ତଳେ ପକ୍ଷାଘାତ ରୋଗରେ ପିଡିତ ଚାଲି ବୁଲି ପାରୁନାହଁନ୍ତି।
ଅନ୍ୟ ପଟେ ବୟଷ ଅନୁସାରେ ତାଙ୍କୁ ସରକାର ପକ୍ଷରୁ ମାସକୁ ୫ ଶହ ଟଙ୍କା ଭତ୍ତା ଯୋଗାଇ ଦିଆ ଯାଇଛି। ଭଲ ଥିବା ସମୟରେ,ସେ ଚାଲି ଚାଲି ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଇ ଭତ୍ତା ଟଙ୍କା ଆଣୁ ଥିଲେ। ବର୍ତମାନ ଚାଲିପାରୁନଥିବାରୁ ନିଜେ ଭତ୍ତା ଟଙ୍କା ଆଣି ଯାଇ ପାରୁ ନାହାଁନ୍ତି। ସେଥିପାଇଁ ତାଙ୍କୁ ଜଣେ ସମ୍ପର୍କୀୟ ଲୋକ ପିଠିରେ ବୋଳି ନେଇ ଯାଇଥାନ୍ତି। ପିତଙ୍କ ସ୍ତ୍ରୀ ସୁଆଇ ମୁଦୁଲି ମଧ୍ୟ ହାତରେ ବାଡ଼ି ଧରି ଚାଲି ଚାଲି ୫ ଶହ ଭତ୍ତା ଟଙ୍କା ପାଇଁ ଯାଇଥାନ୍ତି। ଦମ୍ପତି କୁ ପ୍ରତି ମାସରେ ପ୍ରଶାସନ ନ ଦେଖିଲେ ସେ ମାନଙ୍କୁ ଭତ୍ତା ଟଙ୍କା ଦେଉ ନାହାନ୍ତି । ସେଥିପାଇଁ ବାଧ୍ୟ ହୋଇ ବ୍ଲକକୁ ଏମିତି ବୁହା ହୋଇ ଯିବାକୁ ପଡିଥାଏ । ଏ ସମ୍ପର୍କରେ ବିଡ଼ିଓ କହିଥିଲେ ଯେ, ଏଭଳି ବୁହା ହୋଇ ବ୍ଲକ କୁ ଆସି ଭତ୍ତା ଟଙ୍କା ନେଉଥିବା ହିତାଧିକାରୀ ମୋ ନଜରକୁ ଆସି ନାହିଁ। ଖୁବ୍ ଶୀଘ୍ର ତାଙ୍କ ଘରେ ଆସନ୍ତା ମାସ ଠାରୁ, ଭତ୍ତା ଟଙ୍କା ଯୋଗାଇ ଦେବା ବ୍ୟବସ୍ଥା କରା ଯିବ ବୋଲି ପ୍ରକାଶ କରିଛନ୍ତି।
ଅଧିକ ଦେଖନ୍ତୁ :