Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗ୍ରୀଷ୍ମ ପ୍ରବାହ ପାଇଁ ବଦଳିଲା ବିଦ୍ୟାଳୟ ପାଠପଢ଼ା ସମୟ, ଆରମ୍ଭ ହେଲା ମର୍ଣ୍ଣିଂ ସ୍କୁଲ୍

Odisha

ଗ୍ରୀଷ୍ମ ପ୍ରବାହ ପାଇଁ ବଦଳିଲା ବିଦ୍ୟାଳୟ ପାଠପଢ଼ା ସମୟ, ଆରମ୍ଭ ହେଲା ମର୍ଣ୍ଣିଂ ସ୍କୁଲ୍

Sushanta Sahoo
Browse all articles by Sushanta Sahoo
·1 year ago
ଗ୍ରୀଷ୍ମ ପ୍ରବାହ ପାଇଁ ବଦଳିଲା ବିଦ୍ୟାଳୟ ପାଠପଢ଼ା ସମୟ, ଆରମ୍ଭ ହେଲା ମର୍ଣ୍ଣିଂ ସ୍କୁଲ୍

ଭୁବନେଶ୍ଵର: ଆଜିଠାରୁ ସକାଳୁଆ ସ୍କୁଲ୍ ଆରମ୍ଭ ହୋଇଛି । ସକାଳ ସାଢେ ୬ଟାରୁ ସ୍କୁଲ୍ ଖୋଲିଥିବା ବେଳେ ପିଲା ପାଠ ପଢ଼ିବାକୁ ଆସିଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ବିଦ୍ୟାଳୟରେ ସକାଳୁଆ ପାଠପଢ଼ା । ରାଜ୍ୟର ସବୁ ସ୍କୁଲ ସକାଳ ସାଢେ ୬ଟାରୁ ଖୋଲିଛି । ସକାଳୁଆ ସ୍କୁଲ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।


ବିଦ୍ୟାଳୟ ସକାଳ ସାଢ଼େ ୬ଟାରେ ଖୋଲିଥିବା ବେଳେ ପାଠପଢ଼ା ଦିନ ସାଢ଼େ ୧୦ଟା ଯାଏଁ ଚାଲିବ । ପ୍ରଥମରୁ ଦ୍ଵାଦଶ ପର୍ଯ୍ୟନ୍ତ କ୍ଲାସ୍‌ ସକାଳୁଆ କରିବାକୁ ବିଜ୍ଞପ୍ତିରେ ନିର୍ଦ୍ଦେଶ ରହିଛି । ଏହି ସମୟରେ ସ୍କୁଲରେ ପାନୀୟ ଜଳ, ଓଆର୍‌ଏସ୍‌ ପ୍ୟାକେଟ ମହଜୁଦ୍ ରଖିବା ସହ ଅନ୍ୟ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛି ବିଭାଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
For Heat Wave Conditions Odisha Started Morning School | Argus News