Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରକଳ୍ପ ବିଳମ୍ବକାରୀଙ୍କୁ ସରକାରୀ ଛାଟ: ୫ ବର୍ଷ ପରେ ପାଣି ନ ମିଳିବାରୁ ଠିକା ସଂସ୍ଥାକୁ ୭୦ ଲକ୍ଷ ଜରିମାନା

Sushanta Sahoo
Browse all articles by Sushanta Sahoo
·1 year ago·1 min read
ପ୍ରକଳ୍ପ ବିଳମ୍ବକାରୀଙ୍କୁ ସରକାରୀ ଛାଟ: ୫ ବର୍ଷ ପରେ ପାଣି ନ ମିଳିବାରୁ ଠିକା ସଂସ୍ଥାକୁ ୭୦ ଲକ୍ଷ ଜରିମାନା

Key Points


ବଡ଼ମ୍ବା: ସୁଧୁରି ଯାଅ, ସରକାରୀ ପ୍ରକଳ୍ପ କାର୍ଯ୍ୟ ସରିବାରେ ଆଦୌ ବିଳମ୍ବ କରନି । ନ ହେଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ । କ୍ଷମତାକୁ ଆସିବା ପରେ ବିଭିନ୍ନ ଉନ୍ନୟନମୂଳକ ଓ ଜନ କଲ୍ୟାଣକାରୀ ପ୍ରକଳ୍ପ ବିଳମ୍ବିତ ହେବାକୁ ନେଇ ଏମିତି କଡ଼ା ବାର୍ତ୍ତା ଦେଇଛନ୍ତି ମୋହନ ମାଝୀଙ୍କ ନେତୃତ୍ଵାଧୀନ ବିଜେପି ସରକାର ।


କଟକ ଜିଲ୍ଲା ବଡ଼ମ୍ବା-ନରସିଂହପୁରରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଅବଧି ସରିବାର ୫ ବର୍ଷ ପରେ ବି ସରି ନଥିବାରୁ ଠିକା ସଂସ୍ଥାକୁ ଜରିମାନା କରାଯାଇଛି । ଠିକା ସଂସ୍ଥା ଏଲ୍ ଆଣ୍ଡ ଟି କମ୍ପାନୀକୁ ୭୦ ଲକ୍ଷ ଟଙ୍କା ଫାଇନ୍ କରିଛନ୍ତି ନୂଆ ସରକାର । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବଡ଼ମ୍ବା ବିଧାୟକ ବିଜୟ ଦଳ ବେହେରା ।


ନରସିଂହପୁର ବ୍ଲକ କାର୍ଯ୍ୟାଳୟରେ ପଞ୍ଚାୟତ ସମିତି ବୈଠକ କରି ପୁନଃ ତାଗିଦ କରିଛନ୍ତି ବିଧାୟକ । ମାର୍ଚ୍ଚ ୩୧ ସୁଦ୍ଧା ପାନୀୟ ଜଳ ପ୍ରକଳ୍ପ ନ ସାରିଲେ ପୁଣି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାୟକ ତାଗିଦ୍ କରିଛନ୍ତି । ବଡ଼ମ୍ବା-ନରସିଂହପୁର ବ୍ଲକର ୭୩ଟି ପଞ୍ଚାୟତର ପ୍ରତ୍ୟେକ ପରିବାରକୁ ମହାନଦୀରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ୨୧୭ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପାନୀୟ ଜଳ ମୁନ୍ଦେ ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନରସିଂହପୁର ବ୍ଲକର ବାଲିଝରି ଓ ବାସେଳିହତା ପଞ୍ଚାୟତରେ ଏ ପର୍ଯ୍ୟନ୍ତ ପାଣି ପାଇପ୍ ପଡ଼ି ନଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ରହିଛି ।

Sponsored
For Incomplete Watershed Project, Odisha Fines 70 Lakh To L And T | Argus News