|
logo
Live

Argus News - ଓଡ଼ିଶା ପାଇଁ ମୁଁ ଦାଦନ, ରାଜମିସ୍ତ୍ରୀ ହେବି

Odisha

ଓଡ଼ିଶା ପାଇଁ ମୁଁ ଦାଦନ, ରାଜମିସ୍ତ୍ରୀ ହେବି

Smruti Parija
Browse all articles by Smruti Parija
·1 year ago·2 min read
ଓଡ଼ିଶା ପାଇଁ ମୁଁ ଦାଦନ, ରାଜମିସ୍ତ୍ରୀ ହେବି

Key Points

  • ଓଡ଼ିଶା ପାଇଁ ମୁଁ ଦାଦନ, ରାଜମିସ୍ତ୍ରୀ ହେବି
  • ଓଡ଼ିଶାର ସମ୍ମାନକୁ ତଳେ ପକାଇବିନି

ଅର୍ଗସ ବ୍ୟୁରୋ: ଓଡ଼ିଆ ଜାତି ବଡ଼ ସ୍ଵାଭିମାନୀ...ସ୍ଥିତି ଯାହା ବି ହେଉ କାହା ସାମ୍ନାରେ ମୁଣ୍ଡ ନୂଆଇଁବା ଏ ଜାତିର ଲକ୍ଷଣ ନୁହେଁ । କିନ୍ତୁ ଏ ବିଜେଡି ସରକାର ଲାଗି ବିପଦରେ ଆଜି ଓଡ଼ିଶା...୨୫ ବର୍ଷର ସ୍ଥିର ସରକାର କିନ୍ତୁ ମୌଳିକ ସୁବିଧା ଦେବାରେ ପୂରା ପଛରେ ରାଜ୍ୟ ସରକାର । ପିଇବା ପାଇଁ ପାଣି ନାହିଁ, ଚାଲିବାକୁ ରାସ୍ତା ନାହିଁ । ନାହିଁ ନାହିଁରେ ଚାଲୁଛି ସରକାର । ଏତେ ସବୁ ଅବ୍ୟବସ୍ଥା ଥିବା ପରେ ବି ସରକାରଙ୍କୁ ସତେ ଯେମିତି କିଛି ଦିଶୁନି । ସେଇଥି ଲାଗି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ମନେଥିବ ନିଶ୍ଚୟ, ଏଇ ତିନିମାସ ତଳେ ପିଇବା ପାଣି ଲାଗି ନାହିଁନଥିବା ଅସୁବିଧାର ସାମ୍ନା କରିଥିଲେ ହୀରାକୁଦବାସୀ । ଖାଲି ଅସୁବିଧା ସାମ୍ନା କରିଥିଲେ ତାହା ନୁହେଁ ବରଂ ପ୍ରାଣ ବି ହରାଇଥିଲେ । ଖାଲି ଏ ସମସ୍ୟା ନୁହେଁ ବରଂ ରାଜ୍ୟରେ ଦାଦନ ସଂଖ୍ୟା ଏବେ ହୁହୁ ହୋଇ ବଢିଲାଣି । ବାହାର ଜିଲ୍ଲା କଥା ଛାଡ, ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏବେ ଲକ୍ଷାଧିକ ଲୋକ ଦାଦନ ଯାଉଛନ୍ତି ପରିବାର ପୋଷିବାକୁ ।  କିନ୍ତୁ ୨୫ ବର୍ଷ ସରକାରରେ ରହିବା ପରେ ଓଡିଆ ଲୋକ କାହିଁକି ବାହାରକୁ କାମ ପାଇଁ ଯାଉଛନ୍ତି ?  କଂଗ୍ରେସ ଯେମିତି ବିଭିନ୍ନ ରାଜ୍ୟରେ ନିଶ୍ଚିହ୍ନ ହୋଇଗଲାଣି, ଠିକ୍ ସେମିତି ଅବସ୍ଥା ବିଜେଡିର ହେବ । ୨୫ ବର୍ଷରେ ବିକାଶ କରିଛନ୍ତି ବୋଲି ରାଜ୍ୟ ସରକାର କହୁଛନ୍ତି, ହେଲେ ଇଏ କେଉଁ ଓଡିଶା ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । 

ବିକାଶ ତଥା ଓଡିଆ ଅସ୍ମିତାକୁ ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆଉ 12 ବର୍ଷ ପରେ ଭାଷା ଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ଭାବେ ଓଡିଶାକୁ 100 ବର୍ଷ ପୁରିବ । ହେଲେ ଜାତୀୟ ସ୍ତରରେ ଶିଶୁମୃତ୍ୟୁ ହାରରେ ଓଡିଶା 2 ନମ୍ବର ସ୍ଥାନରେ ରହିଛି । ଜାତୀୟ ସ୍ତରରେ ମୁଣ୍ଡ ପିଛା ଚିକିତ୍ସା ଖର୍ଚ୍ଚ ୨୦୧୪ଟଙ୍କା ରହିଥିବାବେଳେ ଓଡିଶାରେ ଏହା 1449 ଟଙ୍କା । ଯେଉଁମାନଙ୍କ ହାତରେ ଶାସନ ଭାର ଅଛି ସେମାନଙ୍କୁ ଲକ୍ଷ୍ୟ କରି ଧର୍ମେନ୍ଦ୍ର କହିଛନ୍ତି ମାଙ୍କଡ ହାତରେ ଶାଳଗ୍ରାମ । ଭାଷାଭିତ୍ତିକ ରାଜ୍ୟ ଭାବେ ଓଡିଶା 100 ବର୍ଷ ପାଳିବାକୁ ଯାଉଥିବାବେଳେ ନ ଅଙ୍କ ଦୁର୍ଭିକ୍ଷ ସ୍ଥିତି ଆଡକୁ ଯିବା ନା 1 ନମ୍ବର ରାଜ୍ୟ ହେବା ତାହା ଓଡିଶାବାସୀ ସ୍ଥିର କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
ଓଡ଼ିଶା ପାଇଁ ମୁଁ ଦାଦନ, ରାଜମିସ୍ତ୍ରୀ ହେବି | Argus News