Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଥମ ଥର ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମୁହେଁ ମୁହେଁ ଜବାବ ଦେଲେ ଦଳର ବରିଷ୍ଠ ନେତା

Odisha

ପ୍ରଥମ ଥର ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମୁହେଁ ମୁହେଁ ଜବାବ ଦେଲେ ଦଳର ବରିଷ୍ଠ ନେତା

Rashmita Mishra
Browse all articles by Rashmita Mishra
·1 year ago·2 min read
ପ୍ରଥମ ଥର ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମୁହେଁ ମୁହେଁ ଜବାବ ଦେଲେ ଦଳର ବରିଷ୍ଠ ନେତା

Key Points

ସାମ୍ନାକୁ ଆସିଲା ବିଜେଡିର ନୂଆ ଚରିତ୍ର

ନବୀନ ନିବାସରେ ପାଣ୍ଡିଆନ ଗୋ ବ୍ୟାକ୍

ମେଳି ବାନ୍ଧି ଶକ୍ତି ପ୍ରଦର୍ଶନ କଲେ ଆଣ୍ଟି-ପାଣ୍ଡିଆନ ଗୋଷ୍ଠୀ

ପରେ ଖୋଦ୍ ନବୀନ ସାମ୍ନାକୁ ଆସି ପାଣ୍ଡିଆନଙ୍କୁ ଦେଲ ସୁରକ୍ଷା

ପ୍ରଥମ ଥର ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମୁହେଁ ମୁହେଁ ଜବାବ ଦେଲେ ଦଳର ବରିଷ୍ଠ ନେତା


ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କୁ ବହୁ ପୂର୍ବରୁ ବହିଷ୍କାର କରାଯାଇଥିବା କହିଲେ ମାରିଲେ ବାଣ। ପରେ ପରେ ପ୍ରଭାତ ବି ନବୀନଙ୍କୁ ଶୁଣାଇଲେ ମୁହେଁ ମୁହେଁ। ନିଲମ୍ବିନ ପ୍ରତ୍ୟାହାରର ପ୍ରମାଣ ଦେଖାଇ କହିଲେ ମହାମିଥ୍ୟା କହିଛନ୍ତି ନବୀନ। ପ୍ରଶ୍ନ- କ୍ଷମତାରୁ ବାହାରିଲା ପରେ ନେତୃତ୍ବର କର୍ତ୍ତୃତ୍ବ ଶେଷ ହୋଇଗଲା କି । ବିଶେଷଜ୍ଞ ଆକଳନ କରିଥିଲେ- କ୍ଷମତାରୁ ବାହାରିଲେ ଦଳ ଶେଷ ହୋଇଯିବ । ବିଜେଡି ଭିତରେ ଏହି ସ୍ଥିତି କହୁଛି ସତ ହେବାକୁ ଯାଉଛି ବିଶେଷଜ୍ଞ ଭବିଷ୍ୟବାଣୀ । ୱାକଫ୍ ସାଇଡ୍ ଇଫେକ୍ଟ ଧକ୍କା, ବିଜେଡିକୁ କରିବ ଧରାଶାୟୀ ।

ପୂର୍ବରୁ ନବୀନ ଯାହା କହୁଥିଲେ, କରୁଥିଲେ ତାକୁ ବେଦର ଗାର ଭାବୁଥିଲେ ନେତା, କର୍ମୀ । ପ୍ରଭାତଙ୍କୁ ନେଇ ନବୀନ କହିଥିଲେ ସେ ଦଳରେ ନାହାନ୍ତି । କିନ୍ତୁ ଦଳର ନିଲମ୍ବନ ପ୍ରତ୍ୟହାର ନିର୍ଦ୍ଦେଶ ଓ ନବୀନଙ୍କ ସହ ନିର୍ବାଚନ ପ୍ରଚାର ଫଟୋ ଦେଖାଇ ମୁହଁ ତୋଡ଼ ଜବାବ ଦେଇଛନ୍ତି ପ୍ରଭାତ । ପ୍ରଶ୍ନ ପ୍ରଭାତ ଦଳରେ ଥିଲେ ବୋଲି ନବୀନଙ୍କର ସ୍ମରଣ ନଥିଲା, ନା ଏମିତି ତାଙ୍କୁ କୁହାଇ ଦିଆଗଲା ।

ଏତେ ସବୁ ପ୍ରସଙ୍ଗ ପରେ ନବୀନ କିନ୍ତୁ ମୁଖ୍ୟ ପ୍ରସଙ୍ଗରୁ ଏଯାଏ ପରଦା ହଟାଇ ନାହାନ୍ତି । ସସ୍ମିତ ପାତ୍ର ଦିଲ୍ଲୀ ଫେରିଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତେବେ ଦଳର ବିଧାୟକ କହିଛନ୍ତି ଖୁବଶୀଘ୍ର ସେ ଉପରୁ ହଟିବ ପରଦା । ସେପଟେ ଖୁବଶୀଘ୍ର ବିଜେଡି ଭାଙ୍ଗି କିଛି ବରିଷ୍ଠ ନେତା ନୂଆ ଦଳ ଗଢିବାକୁ ଯାଉଥିବା ଦାବି କରିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ବିଜେଡି ଭିତରେ ପାଣ୍ଡିଆନଙ୍କୁ ନେଇ ଲାଗି ରହିଥିବା ଏହି ଝଡ଼ ନବୀନ ଙ୍କ କ୍ଲିନଚିଟ ପରେ ଥମୁଛି ନା ଅଧିକ ଉଗ୍ର ହେଉଛି ତାହା ଉପରେ ନଜର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
For the first time, a senior party leader gave a direct reply to Supreme Chief Naveen Patnaik. | Argus News