BJD ଇତିହାସରେ ପ୍ରଥମ, ନବୀନଙ୍କୁ ଧମକାଇଲେ କର୍ମୀ !

୨୪ ବର୍ଷରେ ଏମିତି କେବେ ଘଟିନଥିଲା । ସବୁଠୁ ଶୃଙ୍ଖଳିତ ଦଳରେ ଆଜି ବେଶି ବିଶୃଙ୍ଖଳା । ନବୀନ ନିବାସରେ କର୍ମୀଙ୍କ ହଙ୍ଗାମା । କର୍ମୀଙ୍କ ଧମକ ସସ୍ମିତଙ୍କୁ ସସ୍ପେଣ୍ଡ କର । ୨୫ ବର୍ଷ ଆମେ ରହିଲୁ ଆମକୁ ନ୍ୟାୟ ଦରକାର ।
ଦିନେ ଦଳରେ କାନ ଖିଡ଼ି ବାଜୁନଥିଲା । ଉଠ ବୋଲେ ଉଠୁଥିଲେ, ବସ୍ ବୋଲେ ବସୁଥିଲେ କର୍ମୀ । ଦଳରେ ଟିକେ ବିଶୃଙ୍ଖଳା ହେଲେ ସିଧା ସସ୍ପେଣ୍ଡ । ନେତା କ'ଣ କହିବେ, କ'ଣ କରିବେ କେଉଁଠିକି ଯିବେ, କାହା ସହ କଥା ହେବେ ସବୁ କିଛି ହେଉଥିଲା ପ୍ରି-ପ୍ଲାନ୍ଡ । ଯିଏ ଟିକେ ବି ବେଲାଇନ୍ ହେଲା ତାର ଖେଳ ଖତମ । ଦଳରୁ ସିଧା ବାହାର କରୁଥିଲେ ନବୀନ । ହେଲେ ଏବେ ସବୁ କିଛି ବଦଳିଯାଇଛି ।
ଦଳରେ ଆଉ ନାହିଁ ସେ ଶୃଙ୍ଖଳା । ସତ୍ତା ଯାଉ ଯାଉ କଣ୍ଟ୍ରୋଲ ବାହାରେ କର୍ମୀ-ନେତା । ଯାହାର ଯାହା ମନକୁ ଆସିଲା.. କହିଲେ । ନବୀନଙ୍କ ପ୍ରତି ଆଉ କର୍ମୀଙ୍କ ନାହିଁ ଡର ଭୟ । ଦଳ କ'ଣ ଆକ୍ସନ ନେବ ତାକୁ ବି ଖାତିର ନାହିଁ । ଯାହାର ପ୍ରମାଣ ଦେଇଛନ୍ତି ମୁନା ଖାଁ ଆଣ୍ଡ କୋ ।
ମୁନା ଖାଁଙ୍କ ସହ ନବୀନ ନିବାସ ଯାଇଥିବା କର୍ମୀ, ନବୀନଙ୍କୁ ଦେଇଛନ୍ତି ଧମକ । ସିଧା ସିଧା ପ୍ରଶ୍ନ କରିଛନ୍ତି ଦଳ ମୁଖିଆଙ୍କୁ । ଆମେ ୨୫ ବର୍ଷ ଆପଣଙ୍କ ସହ ରହିଲୁ । ଯେତେ ଯାହା ଅସୁବିଧା ହେଲେ ବି ଆମେ ହଲିନୁ । ଆମକୁ ଏବେ ନ୍ୟାୟ ଦରକାର । ସସ୍ମିତ ପାତ୍ର ଦଳରୁ ସସ୍ପେଣ୍ଡ ହେବା ଦରକାର । ତାଙ୍କୁ କିଏ କହିଥିଲା ଟ୍ୱିଟ୍ କରିବାକୁ, ତାକୁ ଧରିବା ଦରକାର ।
ଏବେ ପ୍ରଶ୍ନ କ'ଣ କରିବେ ନବୀନ ? ମୁନା ଖାଁ ଆଣ୍ଡ କୋ' ଟିମ୍ ଚାପରେ, ସସ୍ମିତଙ୍କୁ କରିବେ କି ସସ୍ପେଣ୍ଡ ? ନା ଘଟଣାର ପ୍ରକୃତ କାରଣ ଖୋଜିବେ ? କାହିଁକି ଏମିତି କଲେ ସସ୍ମିତ ? କିଏ ଦେଇଥିଲା ତାଙ୍କୁ ନିର୍ଦେଶ ? ଦଳରେ ବିଶୃଙ୍ଖଳା ପଛରେ କାହାର ରହିଛି ଷଡ଼ଯନ୍ତ୍ର ?
ଏହି ଘଟଣା ଏବେ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି । କାରଣ ଗତ ୨୪ ବର୍ଷରେ ବିଜେଡିରେ ଏମିତି କେବେ କିଛି ଦେଖାଯାଇନଥିଲା । ରାଜନୀତି ସମୀକ୍ଷକଙ୍କ ମତ... ବିଜେଡିରେ ସବୁକିଛି ଠିକ୍ ଚାଲିନି । ଏମିତି ହେଲେ ଭାଙ୍ଗିଯିବ ଦଳ। ସେପଟେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଲେଣି ଟପ୍ ଟୁ ବଟମ ଭାଙ୍ଗିଗଲାଣି ବିଜେଡି ।