ଲୋକଙ୍କ ପାଖରେ ପହଞ୍ଚିଲେ People's CM

ପ୍ରଥମ ଥର ରାଜଧାନୀ ବାହାରେ ସମ୍ବଲପୁରରେ ଖୋଲିଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ଅଭିଯୋଗ ନେଇ ଆସିଥିଲେ ଲୋକେ । ଲୋକଙ୍କ ଅଭିଯୋଗ ମୁଖ୍ୟମନ୍ତ୍ରୀ ଶୁଣିବା ପରେ ଅନ ଦି ସ୍ପଟ୍ ସମାଧାନ କରିଛନ୍ତି ।
ବାମରା ମହୁଲ ପାଲିର ଦିବ୍ୟାଙ୍ଗ ତୁଲାରାମ ମାଝୀ । ଏକ ଇ- ରିକ୍ସା ଓ ଭତ୍ତା ରାଶି ପାଇ ପୂର୍ବ ସରକାର ସମୟରେ ବାରମ୍ବାର ଗୁହାରି କରୁଥିଲେ ତୁଲାରାମ । ହେଲେ କେହି ଶୁଣୁ ନ ଥିଲେ । ତେବେ ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ଗୁହାରି ଶୁଣିବା ପରେ ତୁଲାରାମକୁ ଇ-ରିକ୍ସା ସହ ୩୫ ଶହ ଭତ୍ତା ପ୍ରଦାନ ପାଇ ଦେଇଥିଲେ ପ୍ରତିଶୃତି । ଏହାସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ତରୁ ୧ ଲକ୍ଷ ଟଙ୍କା ସହୟତା ରାଶି ବି ମିଳିଛି ତୁଲାରାମକୁ ।
ସେହିପରି ବଲାଙ୍ଗୀର ତୁରୁଲର ଡେସମତି ରଣା । ଦିବ୍ୟାଙ୍ଗ ପୁଅକୁ ସହୟତା ପାଇଁ ସେ ବି ଅଫିସରୁ ଅଫିସ ଦୌଡୁଥିଲେ । ଆଜି ପୁଅର ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କା ସହ ଘର ଖଣ୍ଡେ ଓ ବିଜୁଳି ପାଇବାର ପ୍ରତିଶ୍ରୁତି ପାଇଛନ୍ତି ଡେସମତି ।
ମୁଖ୍ୟମନ୍ତ୍ରୀଙ୍କ ସହ ଲୋକଙ୍କ ଅଭିଯୋଗ ଶୁଣିଥିଲେ ୧୧ ମନ୍ତ୍ରୀ । ସାଙ୍ଗରେ ଥିଲେ ୧୨ ସଚିବ ଓ CMOର ବରିଷ୍ଠ ଅଧିକାରୀ । ୧୦୦୦ ଜଣ ଅନଲାଇନରେ ନାଁ ପଞ୍ଜୀକରଣ କରିଥିବାବେଳେ 1368 ଜଣ ଅଫ ଲାଇନରେ ପଞ୍ଜିକରଣ କରିଥିଲେ । ମୋଟ 2000 ଲୋକଙ୍କ ଅଭିଯୋଗର ହୋଇଥିଲା ଶୁଣାଣୀ । ୧୮ ଜଣକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୯ ଲକ୍ଷ ୫୦ ହଜାର ଟଙ୍କା ସହାୟତା ରାଶି ନିଜେ ମୁଖ୍ୟମନ୍ତ୍ରୀ ବାଣ୍ଟିଛନ୍ତି ।
📱 Get Argus News App
✨ସମ୍ବଲପୁରରୁ ନେଇ ସୋନପୁର, ବଲାଙ୍ଗୀର, ସୁନ୍ଦରଗଡ ଏମିତିକି କୋରାପୁଟ ଓ ପାରଳାଖେମୁଣ୍ଡିରୁ ଅଭିଯୋଗ ନେଇ ଲୋକେ ପହଁଞ୍ଚିଥିଲେ ମୁଖ୍ୟମନ୍ତ୍ରୀଙ୍କ ପାଖରେ । କିଏ ନିଜ ଗାଁକୁ ମଦମୁକ୍ତି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲେ ତ ଆଉ କିଏ ପୂର୍ବ ସରକାର ସମୟରେ ସହିଥିବା ଅନ୍ୟାୟ ବିରୋଧରେ କହିବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ ।
ତେବେ ଅଭିଯୋଗ ଶୁଣିବା ବେଳେ ପୂର୍ବ ସରକାର ବେଳେ ଅଫିସର କେମିତି ଅଭିଯୋଗ ଶୁଣିବା ପାଇଁ ନାଟକ କରୁଥିଲେ ଓ ମନ୍ତ୍ରୀ ତାଙ୍କ ପାଇଁ ମଂଚ ବାନ୍ଧୁଥିଲା ତାହା ମନେ ପକାଇଦେଇ କଟାକ୍ଷ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।
10 ମାସ ଭିତରେ ସମ୍ବଲପୁରର ଶୁଣାଣି ଥିଲା ଦଶମ ଶୁଣାଣି । ପୂର୍ବ 9 ଶୁଣାଣିରେ ଆସିଥିଲା 9377 ଅଭିଯୋଗ । ଏଥିରୁ 80 ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି ।