|
logo
Live

Argus News - ପୁରୀରେ ଏଇ କାରଣ ଲାଗି ମାଟି କାମୁଡ଼ିଲା ବିଜେଡି

Odisha

ପୁରୀରେ ଏଇ କାରଣ ଲାଗି ମାଟି କାମୁଡ଼ିଲା ବିଜେଡି

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ପୁରୀରେ ଏଇ କାରଣ ଲାଗି ମାଟି କାମୁଡ଼ିଲା ବିଜେଡି

Key Points

  • ପୁରୀରେ ଏଇ କାରଣ ଲାଗି ମାଟି କାମୁଡ଼ିଲା ବିଜେଡି
  • ସମୀରଙ୍କ ବିଜେପି ଯିବା, ବିଜେଡି ଲାଗି କାଳ ହେଲା
  • ଏବେ ଅନୁତାପ କଲେ ବି କିଛି ଲାଭ ନାହିଁ

ଅର୍ଗସ ବ୍ୟୁରୋ : ଅନୁତାପ କଲେ ବି କିଛି ଲାଭ ନାହିଁ । କାରଣ ଭୁଲ ରଣନୀତି ହିଁ ବିଜେଡି ମାଟି କାମୁଡ଼ିଲା । ଯେଉଁ ଆସନରେ ବର୍ଷବର୍ଷ ଧରି ବିଜେଡି ବିଜୟ ହେଉଥିଲା, ଏଥର ଭୁଲ ନିଷ୍ପତ୍ତି ଯୋଗୁଁ ଦଳ ଅମାନତ ହରାଇଲା । ମିଳିଥିବା ସୂଚନା ଅନୁସାରେ, ପୁରୀର ୬ ନିର୍ବାଚନମଣ୍ଡଳୀ ମଧ୍ୟରୁ ବିଜେଡି ପାଇଁ ସବୁଠୁ ଅଧିକ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ନିମାପଡ଼ା ବିଧାନସଭା ଆସନ । କାରଣ ଏହି ଆସନରେ ବିଜେଡିର ପୂର୍ବତନ ବିଧାୟକ ସମୀର ରଂଜନ ଦାଶଙ୍କ ଟିକେଟ୍‌ କାଟି ଦିଲ୍ଲୀପ କୁମାର ନାୟକଙ୍କୁ ଟିକେଟ୍‌ ଦେଇଥିଲା ଦଳ । ଦିଲୀପ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡିର ହାତ ଧରିଥିଲେ । ଯାହା ଦଳ ପାଇଁ ମହଙ୍ଗା ପଡ଼ିଛି । କାରଣ ଦିଲ୍ଲୀପ ଗଡ଼ ବଂଚାଇବାରେ ସଫଳ ହୋଇନାହାନ୍ତି ।

ବିଜେଡି ପାଇଁ କାଳ ହେଲେ ପାଣ୍ଡିଆନ । ନିଜର ଭୁଲ ନିଷ୍ପତ୍ତି ଲାଗି ୨୪ ବର୍ଷର ନିରଙ୍କୁଶ ଶାସନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ବିଜେଡିର ନୂଆ ପ୍ରାର୍ଥୀ ଭାବେ ଶେଷ ପର୍ଯ୍ୟନ୍ତ ଦିଲୀପ ବିଜୟ ପାଇଁ ସଂଘର୍ଷ କରିଥିଲେ । କିନ୍ତୁ ଶେଷ କିଛି ବୁଥ୍‌ ତାଙ୍କୁ ପରାଜୟ ଆଡ଼କୁ ନେଇ ଯାଇଥିଲା । ଜିଲ୍ଲାର ୬ ନିର୍ବାଚନମଣ୍ଡଳୀ ଭିତରେ ସବୁଠୁ କମ୍‌ ଭୋଟ୍‌ ବ୍ୟବଧାନ ଅର୍ଥାତ୍‌ ମାତ୍ର ୪ହଜାର ୪୫୮ ଭୋଟ୍‌ରେ ପଛରେ ରହି ଦିଲୀପ ପରାଜିତ ହୋଇଥିଲେ । ପ୍ରଭାତୀଙ୍କୁ ୯୫ହଜାର ୧୨୬ ଭୋଟ୍‌ ଓ ଦିଲୀପଙ୍କୁ ୯୦ହଜାର ୬୬୮ ଭୋଟ୍‌ ମିଳିଥିଲା। ଆଉ ବିଧାୟିକା ହେବା ପରେ ରାଜ୍ୟର ଆଜି ଉପ-ମୁଖ୍ୟମନ୍ତ୍ରୀ ହୋଇଛନ୍ତି ପ୍ରଭାତୀ ପରିଡ଼ା ।

କଥା ହେଲା, ନିମାପଡ଼ାରେ କେତେବେଳେ ବିଜେପି ତ କେତେବେଳେ ବିଜେଡି ବିଜୟୀ ହୋଇଛି । ୨୦୦୦ ଓ ୨୦୦୪ ସାଧାରଣ ନିର୍ବାଚନରେ ବିଜେପିର ବାଇଧର ମଲ୍ଲିକ ଏଠାରୁ ବିଜୟୀ ହୋଇଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ସମୀର ବିଜେଡିରୁ ନିମାପଡ଼ା ନିର୍ବାଚନମଣ୍ଡଳୀରୁ ଲଢ଼ିଥିଲେ ଓ କଂଗ୍ରେସ ସହ ଟକ୍କର ହୋଇଥିଲା। ଏହି ନିର୍ବାଚନରେ ପ୍ରାୟ ୪୦ହଜାର ଭୋଟ୍‌ରେ ବିଜୟୀ ହୋଇଥିଲେ ସମୀର । ପରେ ବିଜେଡି କେବେ ପରାଜୟ ମୁହଁ ଦେଖିନି । ୨୦୧୪, ୨୦୧୯ରେ ସମୀର ବିଜୟୀ ହୋଇ ବିଧାୟକ ହୋଇଛନ୍ତି । ହେଲେ ୨୪ ରେ ସମୀରଙ୍କ ବଦଳରେ ବିଜେଡି ଦିଲୀପଙ୍କୁ ଟିକେଟ୍‌ ଦେଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯାହାକୁ ନେଇ ସମୀର ଓ ତାଙ୍କ ଗୋଷ୍ଠୀ ଅସନ୍ତୁଷ୍ଟ ଥିଲେ । ଯେଉଁଥିପାଇଁ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସମୀର ତାଙ୍କ ସମର୍ଥକଙ୍କ ସହ ବିଜେପିରେ ମିଶିଥିଲେ । ଯାହା ବିଜେପି ପାଇଁ ବରଦାନ ସଦୃଶ ହୋଇଥିଲା । ୨୦୦୪ ପରଠାରୁ ଯେଉଁ ବିଜେପି ବିଜୟ ସ୍ବାଦ ଚାଖିନଥିଲା, ୧୫ବର୍ଷ ପରେ ଚଳିତ ନିର୍ବାଚନରେ ବିଜେପି ବିଜୟ ମୁକୁଟ ପିନ୍ଧିଛି । ଗଣତି ଆରମ୍ଭରୁ ହିଁ ଦିଲୀପ ପ୍ରାୟ ୩ଶହରୁ ୧୫ଶହ ଭୋଟ୍‌ ବ୍ୟବଧାନରେ ପଛରେ ରହିଥିଲେ । ୭ମ ପର୍ଯ୍ୟାୟ ଗଣତି ପରଠାରୁ ଭୋଟ୍‌ ବ୍ୟବଧାନ ବଢ଼ିବା ସହ ୨ହଜାର ଟପିଥିଲା । ୨୦ ପର୍ଯ୍ୟାୟ ଗଣତି ସୁଦ୍ଧା ୨ହଜାରରୁ ୩ହଜାର ଭିତରେ ଭୋଟ୍‌ ବ୍ୟବଧାନ ରହିଥିଲା । କିନ୍ତୁ ଶେଷ 
 

Sponsored
ପୁରୀରେ ଏଇ କାରଣ ଲାଗି ମାଟି କାମୁଡ଼ିଲା ବିଜେଡି | Argus News