Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Sarthak Missing Case / ଜାହାଜକୁ ଯିବା ମାତ୍ରେ ଘେରିଗଲେ 10 ରୁ 15 ଜଣ, ମାମୁଁ କହିଲେ ସାଇନ୍‌ ପାଇଁ ବାଧ୍ୟ କରିଥିଲେ...

Banajyotshna Ray
Browse all articles by Banajyotshna Ray
·4 months ago·2 min read
ଜାହାଜକୁ ଯିବା ମାତ୍ରେ ଘେରିଗଲେ 10 ରୁ 15 ଜଣ, ମାମୁଁ କହିଲେ ସାଇନ୍‌ ପାଇଁ ବାଧ୍ୟ କରିଥିଲେ...
Sarthak’s Uncle

Key Points

ସିଙ୍ଗାପୁରରୁ ଫେରି ଚାଞ୍ଚଲ୍ୟକର ବୟାନ ଦେଲେ ସାର୍ଥକଙ୍କ ମାମୁଁ
ଜାହାଜକୁ ଯିବା ମାତ୍ରେ ଘେରି ଗଲେ 10 ରୁ 15 ଜଣ


ସିଙ୍ଗାପୁରରୁ ଫେରି ଏମିତି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ସାର୍ଥକଙ୍କ ମା ଓ ମାମୁ । ଜାହାଜ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନେକ କିଛି ଆମକୁ ଲୁଚାଯାଉଛି । କିଛି ନା କିଛି ସ୍ୱାର୍ଥକଙ୍କ ସହିତ ସେମାନେ ଘଟାଇଛନ୍ତି । ହଂକଂରେ ଜାହାଜ ଆରେଷ୍ଟ କରାଯିବ । ଆମକୁ ଦୁଇ ଘଣ୍ଟା ଭିତରେ ଜାହାଜରୁ ଓଲ୍ଲାଇ ଦେଲେ ଜାହାଜ କର୍ତ୍ତୃପକ୍ଷ । ସେମାନେ ଆମଠୁ ଏକ ଏଗ୍ରିମେଣ୍ଟରେ ଦସ୍ତଖତ କରାଇବାକୁ ଚେଷ୍ଟା କଲେ। ଯେମିତି ଆଗାମୀ ଦିନରେ ଆମେ ତାଙ୍କ ବିରୋଧରେ କୌଣସି କେସ୍ କରିପାରିବୁନି । ସେଠି ଆମକୁ ବହୁତ ସମୟ ରଖିଦେଲେ । ଶେଷରେ ଆମେ ସନ୍ଧ୍ୟାରେ ଯେତେବେଳେ ସିପକୁ ଗଲୁ, ସେତେବେଳେ ଆମେ ସିପର ଲୋକମାନଙ୍କ ସହ କଥା ହେବାକୁ ଚେଷ୍ଟା କରୁଥିଲୁ। ହେଲେ ସିପର ଏଚଆର ମ୍ୟାନେଜର ଇଆନ ଦୁବେଶ, ଶାନ୍ତନୁ ଆମକୁ ବାରମ୍ବାର ସେଠି ଅଟକାଉଥିଲେ। ଆମେ ଯେତେବେଳେ ସର୍ଚ୍ଚ କରିବା ପାଇଁ କହିଥିଲୁ, ସେତେବେଳେ ଆମକୁ ୧୦ରୁ ୧୫ ଜଣ ଘେରି ରହିଥିଲେ। ସେମାନେ କେବଳ ଜାହାଜରେ ସାର୍ଥକ ଚ୍ୟାମ୍ବର ଭିତରକୁ ଯିବାକୁ ସୁଯୋଗ ଦେଇଥିଲେ। ଯେତେ ଅନୁରୋଧ କଲେ ବି ଅନ୍ୟ ସ୍ଥାନକୁ ଯିବାକୁ ସୁଯୋଗ ଦେଲେନି ।

ସ୍ୱାର୍ଥକଙ୍କ କ୍ୟାବିନ୍ ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଯିବାକୁ ଦିଆଯାଇନଥିଲା ବୋଲି କହିଛନ୍ତି ସାର୍ଥକଙ୍କ ପରିବାର ଲୋକେ । ମିସିଂ ବିଷୟରେ ଆମକୁ କୌଣସି ଅବଗତ କରାଇଲେନି। ଡିଜି ସିପିଂରୁ ଯେଉଁମାନେ ଯାଇଥିଲେ, ସେମାନେ ଆମକୁ ସହଯୋଗ କଲେ। ଅନେକ ଦୋଷ ତ୍ରୁଟି ତାଙ୍କର ବାହାର କଲେ। ଯେତେବେଳେ ସାର୍ଥକଙ୍କର ଜିନିଷ ଆମକୁ ଦେବାର ଥିଲା, ତାହା ଭଲଭାବେ ସିଲିଂ କରାଯାଇନଥିଲା। ଆମକୁ ଏମିତି ଥାର୍ଡ ପାର୍ଟି ଏଜେଣ୍ଟ ମାଧ୍ୟମରେ ଦେଇ ଦେଇଥିଲେ। ଏହାକୁ ଡିଜି ସିପିଂ ଅଧିକାରୀ ବିରୋଧ କରିବାରୁ ତାଙ୍କୁ ମଧ୍ୟ ସେମାନେ ଦୁର୍ବ୍ୟବହାର କଲେ । ଏହି ସବୁ ଘଟଣାର ତଦନ୍ତ ପାଇଁ ହାଇ କମିଶନରଙ୍କୁ ଭେଟି ଥିଲେ ପରିବାର ଲୋକେ । ସେମାନେ ମେରାଇନ ପୋର୍ଟ ଅଥରିଟିକୁ ଏହାର ତଦନ୍ତ ହେବ ବୋଲି ସୂଚନା ମିଳିଛି ।

ଆବଶ୍ୟକ ପଡ଼ିଲେ, ସେମାନେ ସିଙ୍ଗାପୁର ପୁଲିସର ସହଯୋଗ ନେବେ ବୋଲି ମଧ୍ୟ ଜଣାପଡ଼ିଛି । ସାର୍ଥକ ଙ୍କ ମାମୁ ଆହୁରି ମଧ୍ୟ କହିଛନ୍ତି ଜାହାଜ କର୍ତ୍ତୃପକ୍ଷ ମାତ୍ର ଦୁଇ ଘଣ୍ଟା ଭିତରେ ଆମକୁ ଜାହାଜରୁ ଓହ୍ଲାଇ ଦେଲେ । ଆମର ପାସ୍ ଥିଲା ରାତି ୧୨ଟା ପର୍ଯ୍ୟନ୍ତ, କିନ୍ତୁ ସେମାନେ ଆମକୁ ୯ଟାରୁ ଓହ୍ଲାଇ ଦେଲେ । ତାଙ୍କର କଥାରେ କୌଣସି ତାଳମେଳ ନଥିଲା । ଲଗବୁକ ଠିକ ଭାବେ ଦେଖାଇଲେନି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାର୍ଥକର ପାସପୋର୍ଟ ବି ସେମାନେ ଦେଇନାହାନ୍ତି, ଜାହାଜର କ୍ୟାପଟେନ ନେଇକି ଚାଲିଗଲେ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 
ସମୁଦ୍ର ମଝିରୁ ସାର୍ଥକ କୁଆଡ଼େ ହଜିଗଲେ ଏବେ ସାମ୍ନାକୁ ଆସୁଛି ସତ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sarthak Missing Case | Sarthak’s Uncle Gives Shocking Statement After Returning from Singapore | Argus News | Argus News