Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ବଲପୁରରେ ଫୁଟିଲା ବିଦେଶୀ ଫୁଲ, ପ୍ରଶଂସା କଲେ ଧର୍ମେନ୍ଦ୍ର

Banajyotshna Ray
Browse all articles by Banajyotshna Ray
·10 months ago·2 min read
ସମ୍ବଲପୁରରେ ଫୁଟିଲା ବିଦେଶୀ ଫୁଲ, ପ୍ରଶଂସା କଲେ ଧର୍ମେନ୍ଦ୍ର

Key Points

ରାଜ୍ୟରେ ପ୍ରଥମ ଥର ଫୁଟିଲା ଆମେରିକୀୟ ୟୁଷ୍ଟୋମା ଫୁଲ । ସମ୍ବଲପୁରରେ ଫୁଟିଲା ବିଦେଶୀ ଫୁଲ

ସମ୍ବଲପୁରରେ ଫୁଟିଲା ଆମେରିକୀୟ ଫୁଲ । ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ ସନାତନ ପାଲି ଗାଁରେ ସବୁଜ ସନାତନ ପାଲି ଏଫପିଓ ପକ୍ଷରୁ ପରୀକ୍ଷା ମୂଳକ ଭାବେ ଏହି ଫୁଲ ଚାଷ କରାଯାଇଥିଲା । ସବୁଜ ସନାତନପାଲିର ଏଫପିଓକୁ ୟୁଷ୍ଟୋମା ଫୁୁଲର ୨ ହଜାର ଚାରା ପ୍ରଦାନ କରିଥିଲା CSIR ଲକ୍ଷ୍ନୌ । ଗାଁରେ ନିର୍ମାଣ କରାଯାଇଥିବା ପଲି ହାଉସରେ ଏହି ଚାରା ରୋପଣ କରାଯାଇଥିଲା । ୨୦୨୫ ଅପ୍ରେଲ ୧୪ ତାରିଖରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସନାତନପାଲି ଗାଁକୁ ଗସ୍ତ କରି ପଲି ହାଉସରେ ଏହି ଚାରା ରୋପଣ କରିଥିଲେ । ପ୍ରାୟ ୩ ତିନି ମାସ ମଧ୍ୟରେ ଏହା ସଫଳତା ସହ କଢ଼ ହୋଇ ଫୁଲ ଫୁଟିଛି । ଏବେ ୟୁଷ୍ଟୋମା ଫୁଲର ୫ଟି ପ୍ରଜାତିର ଫୁଲ ଫୁଟିଥିବାବେଳେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ୟୁଷ୍ଟୋମା ଫୁଲ ଓଡିଶାରେ ପ୍ରଥମ ଥର ଫୁଟିବାକୁ ପ୍ରଂଶସା କରିଛନ୍ତି । ଏହି ଫୁଲର ବାଣିଜ୍ୟିକ କୃଷି କଲେ ଚାଷୀଙ୍କୁ ବେଶ୍ ଭଲ ଆର୍ଥିକ ଲାଭ ମିଳିପାରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ୟୁଷ୍ଟୋମା ଉତ୍ତର ଆମେରିକୀୟ ଫୁଲ । ମୁଖ୍ୟତଃ ୟୁରୋପ, ଅଷ୍ଟେଲିଆ, ନ୍ୟୁଜିଲାଣ୍ତ, ଜାପାନ ସହ ଆମେରିକାରେ ବ୍ୟବହାର ହୋଇଥାଏ । ଏହି ଫୁଲ ତୋଲିବାର ଦୀର୍ଘ ଦିନ ବି ତାଜା ରହୁଛି । ସନାତନପାଲିର ଯୁବ ଚାଷୀ ଈତିଶ ପ୍ରଧାନ ଏହି ଚାଷର ଦ୍ଵାୟିତ୍ବ ନେଇଛନ୍ତି । ଏବେ ପରୀକ୍ଷା ମୂଳକ ଭାବେ ହୋଇଥିବା ଏହି ଚାଷରେ ଶତାଧିକ ସଂଖ୍ୟାରେ ଫୁଲ ଫୁଟିଛି । ଏହି ବିଦେଶୀ ଫୁଲର ବେଶ୍ ଚାହିଦା ଥିବାରୁ ଫୁଲ ତୋଡ଼ାର ମୂଲ୍ୟ ୧୫ ଶହ ଟଙ୍କା ରହିଛି। ତେବେ ଏହାକୁ ଏବେ ବିକ୍ରି କରାଯିବ ନାହିଁ । ଏହାର ମଞ୍ଜି ସରଂକ୍ଷିତ ରଖାଯିବ ।

ଫୁଲ ଫୁଟିବା ପରେ ଶୁକ୍ରବାର ରାଜ୍ୟ କୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ଗୀତାଶ୍ରୀ ପାଢୀ ଏକ ଟିମ ସହ ପରିଦର୍ଶନ କରିଛନ୍ତି । ଏହି ଫୁଲ ଚାଷ ଦ୍ବାରା ଚାଷୀଙ୍କୁ ଆର୍ଥିକ ଅଭିବୃଦ୍ଧିରେ ବଡ଼ ସହାୟକ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Foreign Flower Blooms in Sambalpur, Dharmendra Praises the Initiative | Argus News | Argus News