Migratory Birds Chilika / ଚିଲିକାକୁ ଆସୁଛନ୍ତି ବିଦେଶୀ ଅତିଥି, ସ୍ୱାଗତ ପାଇଁ ସଜାଗ ନୀଳାମ୍ବୁ ଚିଲିକା
·46 mins ago·2 min read

Key Points
ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ।
ସଜାଗ ହୋଇଛି ବନବିଭାଗ।
ସୁରକ୍ଷା ବ୍ୟବସ୍ଥା ହେଲାଣି କଡାକଡି
୨୨ଟି ସୁରକ୍ଷା ଶିବିର, କଡ଼ା ନଜରରେ ଶିକାରୀ
ସଜାଗ ହୋଇଛି ବନବିଭାଗ।
ସୁରକ୍ଷା ବ୍ୟବସ୍ଥା ହେଲାଣି କଡାକଡି
୨୨ଟି ସୁରକ୍ଷା ଶିବିର, କଡ଼ା ନଜରରେ ଶିକାରୀ
ପୁରୀ: ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ। ସଜାଗ ହୋଇଛି ବନବିଭାଗ। ସୁରକ୍ଷା ବ୍ୟବସ୍ଥା ହେଲାଣି କଡାକଡି। ପ୍ରତିବର୍ଷ ଶୀତଦିନେ ସାଇବେରିଆ ଓ ଅନ୍ୟାନ୍ୟ ଶୀତପ୍ରଧାନ ଅଞ୍ଚଳରେ ପ୍ରବଳ ବରଫପାତ ହେତୁ ଖାଦ୍ୟ ଓ ସୁରକ୍ଷିତ ଆଶ୍ରୟ ଆଶାରେ ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀ ଚିଲିକାକୁ ଆସିଥାନ୍ତି। ଚିଲିକାକୁ ଆସୁଥିବା ଅତିଥିମାନଙ୍କ ପାଇଁ ଏକ ନିରାପଦ ସ୍ୱର୍ଗପୁରୀ ଭାବେ ଗଢ଼ି ତୋଳିବାକୁ ବନ ବିଭାଗ ଭିଡିଛି ଅଣ୍ଟା।
ଚିଲିକା ଆସୁଛନ୍ତି ବିଦେଶୀ ଅତିଥି। ବନ ବିଭାଗ ସଜାଗ। ସୁରକ୍ଷା ବ୍ୟବସ୍ଥା ହେଲାଣି କଡାକଡି କଡ଼ାକଡି। ଶୀତଋତୁର ଆଗମନ ପୂର୍ବରୁ ଓଡ଼ିଶାର ପ୍ରସିଦ୍ଧ ଚିଲିକା ହ୍ରଦକୁ ବିଦେଶୀ ପକ୍ଷୀଙ୍କ ଆଗମନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସାବେରୀ, ସାଇବେରିଆ, କାଜାଖସ୍ତାନ, ହିମାଳୟ ଏବଂ କେନ୍ଦ୍ରୀୟ ଏସିଆ ଭଳି ଦୂରଦୂରାନ୍ତରୁ ହଜାର ହଜାର ମାଇଲ୍ ଅତିକ୍ରମ କରି ଆସୁଥିବା ରଙ୍ଗବେରଙ୍ଗର ଏହି ଅତିଥି ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ସଜାଗ ହୋଇପଡ଼ିଛି। ପକ୍ଷୀ ଶିକାର ରୋକିବା ଏବଂ ସେମାନଙ୍କୁ ସୁରକ୍ଷିତ ପରିବେଶ ଯୋଗାଇଦେବା ପାଇଁ "ଅକ୍ଟୋବର ୧ ତାରିଖରୁ ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚିଲିକାରେ ବ୍ୟାପକ ଓ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି" ବୋଲି କହିଛନ୍ତି ବାଲୁଗାଁ ଡିଏଫଓ
ପଢନ୍ତୁ ଏହି ଖବର: ଏଣିକି ଏହି ସହରରେ ଧୂମପାନ ମନା! ନିୟମ ଉଲ୍ଲଂଘନ କଲେ ଗଣିବେ ଜରିମାନା।
ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ରହିଛି ବାଲୁଗାଁ,ଟାଙ୍ଗି,ରମ୍ଭା,ଚିଲିକା ନୂଆପଡା ଓ ସାତପଡା ରେଞ୍ଜ। ଚିଲିକାକୁ ମୋଟ ୨୨ଟି ଭାଗରେ ବିଭକ୍ତ କରାଯାଇଛି। ରମ୍ଭା ରେଞ୍ଜରେ ୩ଟି ବାଲୁଗାଁ ରେଞ୍ଜ ରେ ୪ଟି,ଚିଲିକା ନୂଆପଡା ରେ ୨ଟି,ସାତପଡା ରେ ୪ଟି,ଟାଙ୍ଗିରେ ୧୧ଟି ଶୁରକ୍ଷା ଶିବିର କରାଯାଇଛି। ଗୋଟିଏ ଶିବିରରେ ଜଣେ ଲେଗାଏଁ ଇନଚାର୍ଜ ସହ ୩ ରୁ ୪ ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଟାଙ୍ଗିରେ ଗୋଟିଏ ଲ୍ୟାଣ୍ଡ ମୋବାଇଲ୍ ଏବଂ କଣ୍ଟୋଲରୁମ୍ ଟିମ୍ ମଧ୍ୟ ନିଯୋଜିତ ହୋଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚିଲିକାର ମଙ୍ଗଳାଜୋଡି, ନଳବଣ ଏବଂ ଅନ୍ୟାନ୍ୟ ପ୍ରମୁଖ ଜଳାଶୟ ଅଞ୍ଚଳରେ ଅସ୍ଥାୟୀ Anti-poaching Camps ସ୍ଥାପନ କରାଯାଇଛି। ଶିକାରୀଙ୍କ ଉପରେ କଡ଼ା ନଜର ରଖିବା ପାଇଁ ସ୍ଥାନୀୟ ବାର୍ଡ କ୍ଲବ୍, ମତ୍ସ୍ୟଜୀବୀ ଏବଂ ପରିବେଶବିତ୍ମାନଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯାଇଛି।
Related Topics
Explore more stories