Tourist Places / ଓଡ଼ିଶାକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

Key Points
ଓଡ଼ିଶାକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ....
୨୦୨୪-୨୫ ଏବେସୁଦ୍ଧା ୧ କୋଟିରୁ ଅଧିକ ପର୍ଯ୍ୟଟକ ଆସିଲେଣି
ଜାପାନବାସୀଙ୍କ ପ୍ରଥମ ପସନ୍ଦ ଓଡ଼ିଶା...ବିଧାନସଭାରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉତ୍ତର
ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା । ଓଡ଼ିଶାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ୨୦୨୨-୨୩ରେ ୮୬ ଲକ୍ଷ ୨୪ ହଜାର ପର୍ଯ୍ୟଟକ ଓଡ଼ିଶା ଆସିଥିଲେ । ୨୦୨୩-୨୪ ରେ ୧ କୋଟି ୧୪ ହଜାର ୧୭୫ ପର୍ଯ୍ୟଟକ ଆସିଥିଲେ ଓଡ଼ିଶା ତା'ସହ ବିଦେଶରୁ ବି ଆସୁଛନ୍ତି ଅନେକ ଟୁରିଷ୍ଟ । ୨୦୨୪-୨୫ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୩ ଲକ୍ଷ ୮୩ ହଜାର ୫୫୬ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ସେହିପରି ଓଡ଼ିଶା ପର୍ଯ୍ୟଟନ ପ୍ରତି ବଢୁଛି ବିଦେଶୀଙ୍କ ଆଗ୍ରହ । ଓଡ଼ିଶାରେ ବଢୁଛି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା । ୫ ବର୍ଷରେ ଓଡ଼ିଶା ଆସିଲେଣି ୧ ଲକ୍ଷ ୩୩ ହଜାର ୧୬୧ ବିଦେଶୀ ପର୍ଯ୍ୟଟକ । ୨୦୨୦ ରେ ୧୦ ହଜାର ୨୦୬ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ । ୨୦୨୧ ରେ ଆସିଥିଲେ ୨୨୬୯ ବିଦେଶୀ ପର୍ଯ୍ୟଟକ । ୨୦୨୨ରେ ୨୨ ହଜାର ୧୭୨ ବିଦେଶୀ ପର୍ଯ୍ୟଟକ ଆସିଥିଲେ । ୨୦୨୩ରେ ୪୫ ହଜାର ୧୭୩ ବିଦେଶୀ ପର୍ଯ୍ୟଟକ । ୨୦୨୪ ରେ ୫୩ ହଜାର ୩୯୨ ବିଦେଶୀ ପର୍ଯ୍ୟଟକ ।
କୁହାଯାଇଛି କି ଜାପାନରୁ ସବୁଠାରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି ଓଡ଼ିଶା । ଯାହାର ସଂଖ୍ୟା ହେଉଛି ୪ ହଜାର ୪୨୩ । ଜାପାନ ପରେ ଦ୍ଵିତୀୟରେ ରହିଛି ଇଟାଲୀ- ୩ ହଜାର ୮୩୦ ଇଟାଲୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି । ସେହିପରି ଜର୍ମାନୀରୁ ୩୭୨୨, ୟୁକେରୁ ୩୭୧୫, ଫ୍ରାନ୍ସରୁ ୩୦୦୮ ବିଦେଶୀ ପର୍ଯ୍ୟଟକ ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ଆସିଛନ୍ତି ।
ସେପଟେ ଭଡ଼ା ଘରେ ଅଙ୍ଗନୱାଡି ଚାଲିଥିବା ନେଇ କହିଛନ୍ତି କି ୨୦୧୫୦ଟି ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ଵ ଘର । ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉତ୍ତରକୁ ନେଇ ଉଦବେଗ । ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ମୋଟ ୭୪୨୨୪ଟି ଅଙ୍ଗନୱାଡି କେନ୍ଦ୍ର ଅଛି । ୫୦ଟି ଅଙ୍ଗନୱାଡି କେନ୍ଦ୍ର ପାଇଁ ୧୨ ଲକ୍ଷ ହିସାବରେ ୬ କୋଟି ମଞ୍ଜୁର ହୋଇଛି।
ଗୋଟିଏର ଅଙ୍ଗନୱାଡି କାର୍ଯ୍ୟ ଆରମ୍ଭ ହୋଇଛି । ଏ ସବୁ ଅଙ୍ଗନୱାଡି କେନ୍ଦ୍ର ସହରାଞ୍ଚଳରେ ଉଦ୍ଦିଷ୍ଟ। ସମସ୍ତ ଅଙ୍ଗନୱାଡି କେନ୍ଦ୍ର ପାଇଁ ଜମି ଚିହ୍ନଟ ସରିଛି। ରାଜ୍ୟରେ ଏବେ ୩୮୯୦ଟି ଅଙ୍ଗନବାଡି କେନ୍ଦ୍ର ଭଡା ଘରେ ଚାଲୁଛି। ୧୦ ହଜାର ୪୬୯ଟି ଅଙ୍ଗନୱାଡି କମ୍ୟୁନିଟି ସେଣ୍ଟରରେ ଚାଲିଛି। ୪୫୭୪ଟି ଅଙ୍ଗନୱାଡି କେନ୍ଦ୍ର ସ୍କୁଲ ଘରେ ଚାଲିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories