Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜା ସ୍ବାଇଁଙ୍କ ଖାସ୍ ଅନୁଗତ ଚଗଲାଙ୍କ ଫାର୍ମ ହାଉସରେ ବନ ବିଭାଗର ଚଢ଼ାଉ

Rashmita Mishra
Browse all articles by Rashmita Mishra
·1 year ago·1 min read
ରାଜା ସ୍ବାଇଁଙ୍କ ଖାସ୍ ଅନୁଗତ ଚଗଲାଙ୍କ ଫାର୍ମ ହାଉସରେ ବନ ବିଭାଗର ଚଢ଼ାଉ

ଅର୍ଗସ ବ୍ୟୁରୋ: ବିଜେଡି ନେତା ତଥା ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ରାଇଟ୍ ହ୍ୟାଣ୍ଡ ରଂଜିତ ରାଉତ ଓରଫ ଚଗଲାଙ୍କ ଘରୋଇ ଫାର୍ମହାଉସ ଉପରେ ବନ ବିଭାଗର ଚଢ଼ାଉ। କଟକ ଜିଲ୍ଲା ଟାଙ୍ଗି ଚୌଦ୍ୱାର ବ୍ଲକ ବ୍ରହ୍ମପୁର ପଞ୍ଚାୟତରେ ଥିବା  ଫାର୍ମ ହାଉସ ଉପରେ ଚଢ଼ାଉ କରି ବେଆଇନ କାଠ ଜବତ କରିଛି ବନ ବିଭାଗ । 50 ରୁ ଉର୍ଦ୍ଧ୍ବ ଗଛ କଟାଯାଇଥିବା ବେଳେ ଚଢ଼ାଉ ପୂର୍ବରୁ ମୂଳ ଗୁଡିକୁ ମାଫିଆ ମାନେ ସ୍ଥାନାନ୍ତରିତ କରିଥିଲେ। ତେବେ ଚଢ଼ାଉ ବେଳେ ଫାର୍ମ ହାଉସଟି ସରକାରୀ ଜାଗାରେ ଥିବା ଜଣାପଡିଛି। ଜାହାର ଖାତା ନମ୍ବର 542 ଓ ପ୍ଲଟ ନମ୍ବର ରହିଛି 2। ଯେଉଁଠି 10 ହଜାର କାପାସିଟିର କୁକୁଡ଼ା ଫାର୍ମ ନିର୍ମାଣ କରିବା ସହ 24 ଏକର 62 ଡିସିମିଲ ଜାଗାରେ ବେଆଇନ ପାଚେରୀ ନିର୍ମାଣ କରାଯାଇଛି। ଦିର୍ଘ ଦିନ ଧରି ଏହି ଜାଗାକୁ ନିଜ ଅକ୍ତିଆରରେ ରଖିଛନ୍ତି ଆଠଗଡ଼ ବିଧାୟକ ରାଜାସ୍ବାଇଁଙ୍କ ଏକାନ୍ତ ଅନୁଗତ ପଞ୍ଚାୟତର ପୂର୍ବତନ ସରପଞ୍ଚ ରଂଜିତ ରାଉତ ଓରଫ ଚଗଲା।   ଏନେଇ ବନବିଭାଗ ଆରାଇ ଓ ତସିଲଦାରଙ୍କୁ ଖବର ଦେଇଛନ୍ତି। ସେପଟେ ଏ ସଂକ୍ରାନ୍ତରେ ବନବିଭାଗ ଓ ତହସିଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Forest Department raids Raja Swain's close aide Chagla's farmhouse | Argus News