SOCIAL MEDIA / ସୋସିଆଲ ମିଡ଼ିଆରେ ବନ୍ୟପ୍ରାଣୀଙ୍କ ଭିଡିଓ ପୋଷ୍ଟ ଉପରେ ହେବ ଜୋରଦାର ଆକ୍ସନ
·5 months ago·2 min read

Key Points
ସୋସିଆଲ ମିଡ଼ିଆରେ ବେଆଇନ ବନ୍ୟପ୍ରାଣୀ ଭିଡିଓ ପୋଷ୍ଟରେ ଲାଗିପାରୁନି ରୋକ୍ I
ବନ୍ୟପ୍ରାଣୀ ଆଇନର ଖୁଲମଖୁଲା ଉଲଂଘନ I
ସୋସିଆଲ୍ ମିଡିଆରୁ ଭିଡିଓ ହଟାଇବାକୁ ୟୁ-ଟ୍ୟୁବ୍କୁ ବନ ବିଭାଗ ଲେଖିଲା ଚିଠି

ସୋସିଆଲ ମିଡ଼ିଆରେ ବନ୍ୟପ୍ରାଣୀଙ୍କ ଭିଡିଓ ପୋଷ୍ଟ କରୁଥିଲେ ହୋଇଯାଆନ୍ତୁ ସାବଧାନ I ଆଉ ଚୁପ୍ ବସିବନି ବନ ବିଭାଗ I ବିଭିନ୍ନ ସୋସିଆଲ ମିଡିଆରୁ ବନ୍ୟପ୍ରାଣୀଙ୍କ ଭିଡିଓକୁ ତୁରନ୍ତ ଡିଲିଟ କରିବା ପାଇଁ କେନ୍ଦୁଝର ବନ ବିଭାଗ ଚିଠି ଲେଖିବା ପରେ ଘଟଣାଟି ଆସିଛି ସାମ୍ନାକୁ I ତେବେ ସୋସିଆଲ ମିଡିଆରେ କିଛି ବ୍ୟକ୍ତି ବେଆଇନ ବନ୍ୟ ଜନ୍ତୁଙ୍କୁ ଧରି ଭିଡିଓ ପୋଷ୍ଟ କରି ଭଲ ରୋଜଗାର କରୁଥିଲେ, ହେଲେ ଆଗକୁ ଆଉ ଚଳିବନି ସେମାନଙ୍କ ମନ ମୁଖୀ କାରବାର I
କେନ୍ଦୁଝରରେ ଏକ ପୁରୁଣା ଭିଡିଓରେ ବନ୍ୟପ୍ରାଣୀ ନିୟମ ଉଲଂଘନ ହୋଇଥିବା ଦର୍ଶାଇ ଭିଡିଓକୁ ହଟାଇବା ପାଇଁ କେଉଁଝର ଡିଏଫ୍ଓ ଧନରାଜ ଏଚ. ଡି
ୟୁ-ଟ୍ୟୁବ୍କୁ ଏକ ପତ୍ର ଲେଖିଛନ୍ତି I କେନ୍ଦୁଝର ଡିଏଫ୍ଓଙ୍କ ପକ୍ଷରୁ ୟୁ-ଟ୍ୟୁବ୍କୁ ଲିଖୂତ ପତ୍ରରେ ୭ ଅଗଷ୍ଟ ୨୦୧୯ରେ ପୋଷ୍ଟ ହୋଇଥିବା ଭିଡିଓକୁ ହଟାଇବାକୁ କୁହାଯାଇଛି। ଏହି ଭିଡିଓରେ ‘ଅହିରାଜ ଅଣ୍ଡା ଉଦ୍ଧାର କରି ଏହାକୁ ଜଙ୍ଗଲରେ ଛାଡ଼ିବା'ର ଦୃଶ୍ୟ ରହିଛି I ଭଦ୍ରକ ଜଣେ ସାପ ଉଦ୍ଧାରକାରୀ ବ୍ୟକ୍ତି ଏହି ଭିଡିଓକୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି | ବନ୍ୟ ପ୍ରାଣୀ ଆଇନ ଅନୁଯାୟୀ ଅହିରାଜ ସାପ ସୁଡୁଲ-୧ବନ୍ୟପ୍ରାଣୀ ଶ୍ରେଣୀଭୁକ୍ତ। ଅହିରାଜ ସାପର ବସାରୁ ଅଣ୍ଡା ହଟାଇବା ଏକ ଧର୍ତବ୍ୟ ଅପରାଧ। କେନ୍ଦୁଝର ଡିଭିଜନର ଘଟଗାଁ ରେଞ୍ଜ ଅଧାନରେ ଥିବା ଅଟେଇ ସଂରକ୍ଷିତ ଜଙ୍ଗଲରୁ ଏହାକୁ ଉଦ୍ଧାର କରାଯାଇଥିଲା। ମାତ୍ର ସ୍ଥାନୀୟ ବନ ବିଭାଗକୁ ନ ଜଣାଇ ସମ୍ପୃକ୍ତ ସାପ ଧରାଳି ଅହିରାଜ ର ଅଣ୍ଡା କୁ ଉଦ୍ଧାର କରିଥିବା କାରଣରୁ ଭିଡିଓ କରି ପୋଷ୍ଟ କରିବା ଫଳରେ ବନ ବିଭାଗ ଏବେ ଆକ୍ସନ ମୋଡରେ I
ସେପଟେ ବନ୍ୟପ୍ରାଣୀ ଆଇନ ଧାରା ୨ (୧୬) ଅନୁଯାୟୀ କୌଣସି ପକ୍ଷୀ ବା ସରୀସୃପଙ୍କ ବସା ନଷ୍ଟ କରିବା ବା ଅଣ୍ଡା ହଟେଇବା ଶିକାର ବୋଲି ପରିଗଣିତ I ତେବେ କେନ୍ଦୁଝର ଡିଏଫ୍ଓଙ୍କ ଏଭଲି ଘଟଣାରେ ଆକ୍ସନ ନେବା ପାଇଁ ତତ୍ପରତା ଦେଖାଇବା ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ବନ୍ୟପ୍ରାଣୀ ନିୟମ ଉଲଂଘନକାରୀଙ୍କ ଭିତରେ ସ୍ରୁଷ୍ଟି ହୋଇଛି କୋକୁଆ ଭୟ I ରାତାରାତି ଅନ୍ୟମାନେ ବି ଏଭଲି ଭିଡିଓ କୁ ଡିଲିଟ କରିବା ଦେଖିବାକୁ ମିଳୁଥିବା ବେଳେ କିନ୍ତୁ ମିର୍ଜା ଏମଡି ଆରିଫ ନିଜ ସୋସିଆଲ ମିଡିଆ ପୋଷ୍ଟ କରିବା ଘଟଣାରେ ଆଇନ ଅନୁସାରେ ଯାହା ନିଷ୍ପତ୍ତି ନେବେ ମୁଁ ମାନିବି ବୋଲି କହିଛନ୍ତି ସାପ ଧରାଳି ମିର୍ଜା ଏମଡି ଆରିଫ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories