ପକ୍ଷୀଙ୍କୁ ଟ୍ରାକ୍ କରିବ ବନ ବିଭାଗ

Key Points
ପକ୍ଷୀଙ୍କୁ ଟ୍ରାକ୍ କରିବ ବନ ବିଭାଗ
ଓଡ଼ିଶା ଛାଡ଼ି କୁଆଡ଼େ ଯାଉଛନ୍ତି ନଜର ରଖିବ
କେଉଁ ବାଟରେ ଯାଉଛନ୍ତି ସବୁ ଜଣାପଡ଼ିବ
ଗ୍ରେଟର ଫ୍ଲେମିଙ୍ଗୋ ଗୋଡ଼ରେ ଲାଗିଲା GPS
ର୍ଅଗସ ବ୍ୟୁରୋ: ଏଣିକି ବିଦେଶୀ ପକ୍ଷୀ କୁଆଡ଼େ ଯିବେ । କେଉଁ ରାସ୍ତା ଦେଇ ଯିବେ । ବାଟରେ କେଉଁଠି ଅଟକିବେ । ତାହାର ପୂରା ଟ୍ରାକ୍ ରେକର୍ଡ ରଖିବ ବନ ବିଭାଗ । କାରଣ ଏବେ ଦୁଇଟି ଗ୍ରେଟର ଫ୍ଲେମିଙ୍ଗୋ ପକ୍ଷୀଙ୍କ ଗୋଡ଼ରେ ଲଗାଯାଇଛି GPS ଟ୍ରାକିଂ ସିଷ୍ଟମ । ଯାହାକି ସୋଲାର ଏନର୍ଜିରେରେ ଚାଲିବ । ତେଣୁ ବ୍ୟାଟେରୀ ବ୍ୟାକପ୍ ସରିଲେ ବି ତାହା ପୁଣି ଚାର୍ଜ ହେବ । ଆଉ ପକ୍ଷୀମାନେ କୁଆଡ଼େ ଯାଉଛନ୍ତି ତାହା ବନ ବିଭାଗ ପାଖରେ ଖବର ରହିବ ।
ଶୀତ ଅସିଲେ ଚିଲିକାକୁ ଅନେକ ବିଦେଶୀ ପକ୍ଷୀ ଆସିଥାନ୍ତି । ଆଉ ଶୀତ ସରିଲେ ସେମାନେ ପୁଣି ଉଡ଼ି ଯାଆନ୍ତି । ତେବେ ଏଠି ପ୍ରଶ୍ନ ଉଠୁଥିଲା, ପକ୍ଷୀମାନେ ଓଡ଼ିଶା ଛାଡ଼ିବା ପରେ କେଉଁ ଆଡ଼େ ଯାଆନ୍ତି । ସେମାନେ ଯେଉଁଠୁ ଆସିଥିଲେ ସେଇଠିକି ଫେରୁଛନ୍ତି ନା ଆଉ କୁଆଡ଼େ ଯାଉଛନ୍ତି । କେଉଁ ରାସ୍ତା ଦେଇ ଯାଉଛନ୍ତି ।
ଏସବୁ ପ୍ରଶ୍ନର ଉତ୍ତର ଏବେ କହିଦେବ ଏହି GPS ଟ୍ରାକିଂ ସିଷ୍ଟମ । ବିଦେଶୀ ପକ୍ଷୀମାନେ ଚିଲିକାର କେଉଁ କେଉଁ ସ୍ଥାନ ପରିଭ୍ରମଣ କରୁଛନ୍ତି ତାହା ମଧ୍ୟ ରେକର୍ଡ କରାଯାଇପାରିବ ।
କୁହାଯାଏ ଶୀତ ଆସିଲେ ଇରାନ, କାଜାକିସ୍ତାନ ଅଂଚଳରୁ ପକ୍ଷୀମାନେ ଓଡ଼ିଶା ଆସିଥାନ୍ତି । ହେଲେ ଏନେଇ କୌଣସି ସ୍ପଷ୍ଟ ପ୍ରମାଣ ମିଳିପାରିନାହିଁ । କିନ୍ତୁ ଏବେ ଏହି ଜିପିଏସ୍ ଟ୍ରାନ୍ସମିଟର ଦ୍ବାରା ଅନେକ କିଛି ସ୍ପଷ୍ଟ ହେବ ।
