Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଢୁଥିବା ହାତୀ ମୃତ୍ୟୁ ନେଇ ଜଙ୍ଗଲ ମନ୍ତ୍ରୀଙ୍କ ଉଦବେଗ

Rashmita Mishra
Browse all articles by Rashmita Mishra
·1 year ago·2 min read
ବଢୁଥିବା ହାତୀ ମୃତ୍ୟୁ ନେଇ ଜଙ୍ଗଲ ମନ୍ତ୍ରୀଙ୍କ ଉଦବେଗ

ଅର୍ଗସ ବ୍ୟୁରୋ: ସମ୍ବଲପୁର ନାକଟିଦେଉଳ ରେଞ୍ଜରେ ବିଦ୍ୟୁତ ଆଘାତରେ 3 ହାତୀ ମୃତ୍ୟୁ ଘଟଣାରେ ଆକ୍ସନ ବନ ବିଭାଗ। ୩ କ୍ଷେତ୍ର ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏଥିସହ ଡିଏଫଓ ଏବଂ ରେଞ୍ଜରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ କରାଯାଇଛି ସୁପାରିଶ। ଅନ୍ୟ ପକ୍ଷରେ ଚିହ୍ନଟ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ଅଭିଯୁକ୍ତକୁ ପୋଲିସ ସହାୟତାରେ ଖୋଜୁଛି ବନ ବିଭାଗ। ସେପଟେ ହାଇକୋର୍ଟ ବି ହାତୀ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିବା ସହ ନିଜ ଆଡୁ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି। ଏଥିସହ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ କରିଛନ୍ତି ଜବାବ ତଲବ। 

ରାଜ୍ୟରେ ବଢୁଥିବା ହାତୀ ଓ ବାରାହା ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଅଭାବକୁ ଏଥିପାଇଁ ଦାୟୀ କରିଛନ୍ତି। ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟରେ ବନ୍ୟଜନ୍ତୁଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କ ପାଇଁ ନ୍ୟାୟାଳୟ  ଉଦଘାଟନ କରିବା ଅବସରରେ ରାଜ୍ୟର ସବୁ ବନଖଣ୍ଡ କାର୍ଯ୍ୟାଳୟରେ ନ୍ୟାୟାଳୟ ଖୋଲାଯିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜଙ୍ଗଲ ମନ୍ତ୍ରୀ।

 ସମ୍ବଲପୁର ନାକଟିଦେଉଳ ରେଞ୍ଜ ବୁରମାଳ ଜଙ୍ଗଲ ରେ ବାରହା ଶିକାର ପାଇଁ ଷଡଯନ୍ତ୍ର ରଚିଥିଲେ ଶିକାରୀ। ବିଛା ଯାଇଥିଲା ବିଦ୍ୟୁତ ତାର । ହେଲେ ବାରହା ତ ଆସିଲା ନାହିଁ ତାରରେ ଛନ୍ଦି ହୋଇ ଗଲା 3 ହାତୀ ଙ୍କ ଜୀବନ। ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଉଦବେଗ ପ୍ରକାଶ ପାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ବଢୁଥିବା ହାତୀ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ବନ ବିଭାଗ ଦେଖାଇଥିଲା ତତ୍ପରତା। ଏହା ବନ ବିଭାଗର ଦୋଷ ବୋଲି ସ୍ବୀକାର କରିଥିଲେ ପିସିପିଏଫ। ହାତୀ ମୃତ୍ୟୁର ତଦନ୍ତ ପାଇଁ ଗଠନ ହୋଇଥିଲା ଟିମ୍। ସେପଟେ ଘଟଣାସ୍ଥଳକୁ ସିସିଏଫ ମନୋଜ ନାୟରଙ୍କ ସହ ଏକ 4 ଜଣିଆ ଟିମ ଯାଇ ତଦନ୍ତ କରି। ହାତୀ ଚଲାପଥ ଅଂଚଳରେ କିପରି ବିଦ୍ୟୁତ ତାର ବିଞ୍ଛା ଯାଇଥିଲା ତାହାର ଅନୁଧ୍ୟାନ କରିଛି ଟିମ। 3 ହାତୀଙ୍କର ପୋଷ୍ଟ ମର୍ଟମ ମଧ୍ୟ କରାଯାଇଛି। 

ଗତ 7 ବର୍ଷ ର ରିପୋର୍ଟ କହୁଛି କେବଳ ବିଦ୍ୟୁତ ଆଘାତ ରେ 123 ହାତୀ ଙ୍କ ଜୀବନ ଯାଇଛି.. ଏହା ଭିତରୁ ଉଦ୍ଦେଶ୍ୟ ମୂଳକ ଭାବେ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମରିଛନ୍ତି 91 ହାତୀ। ଗତ କିଛି ମାସ ଭିତରେ 50 ରୁ ଅଧିକ ହାତୀ ବିଭିନ୍ନ କାରଣରୁ ମୃତ୍ୟୁ ବରଣ କରିବା ବନ ବିଭାଗର ଅସହାୟତାକୁ ପଦାରେ ପକାଇଛି।

 

Sponsored
Forest Minister concerned over rising elephant deaths | Argus News