ଶିକାରୀ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ
·1 year ago

Key Points
ହିନ୍ଦୋଳ ରେଞ୍ଜ କଇ ରିଜର୍ଭ ଫରେଷ୍ଟ ତଣ୍ଟିଚିରା ନିକଟରେ ଅଘଟଣ
ମୃତକ ହିନ୍ଦୋଳ ରେଞ୍ଜରେ କାର୍ଯ୍ୟରତ ଫରେଷ୍ଟର ପ୍ରହଲ୍ଲାଦ ପ୍ରଧାନ
ପାଟ୍ରୋଲିଂ ସମୟରେ ଶିକାରୀଙ୍କ ଗୁଳିରେ ଗୁରୁତର ହୋଇଥିଲେ ଫରେଷ୍ଟର
ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର
ଫରେଷ୍ଟରଙ୍କୁ ଶିକାରୀଙ୍କ ହତ୍ୟା। ହିନ୍ଦୋଳ ରେଞ୍ଜ କଇ ରିଜର୍ଭ ଫରେଷ୍ଟ ତଣ୍ଟିଚିରା ନିକଟରେ ଅଘଟଣ । ମୃତକ ହିନ୍ଦୋଳ ରେଞ୍ଜରେ କାର୍ଯ୍ୟରତ ଫରେଷ୍ଟର ପ୍ରହଲ୍ଲାଦ ପ୍ରଧାନ। ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ଗୁଳି ଚଳାଇ ଥିଲେ ଶିକାରୀ। ଗୁଳି ପ୍ରହ୍ଲାଦଙ୍କ ପେଟରେ ବାଜିଥିଲା । ଫଳରେ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାଟ୍ରୋଲିଂ କରୁଥିବା ଅନ୍ୟ କର୍ମଚାରୀମାନେ ତୁରନ୍ତ ୪ ଶିକାରୀଙ୍କୁ କାବୁ କରିଥିଲେ । ଶିକାରୀଙ୍କ ପାଖରୁ କିଛି ବନ୍ଧୁକ ଜବତ ସହ ସେମାନଙ୍କୁ ଅଧିକ ପଚରାଉଚରା ଚାଲିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: