Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Rashmita Mishra
Browse all articles by Rashmita Mishra
·1 year ago·2 min read
ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Key Points

ପଞ୍ଚରିଡା ରେଞ୍ଜ ଫରେଷ୍ଟର ଶିଶିର ସାହୁଙ୍କ ମୃତଦେହ ଉଦ୍ଧାର
ବାରମାସୀ ଦଣ୍ଡା ସ୍ଥିତ ଶିଶିରଙ୍କ ଘରେ ଘଟିଛି ଘଟିଛି
ଗତକାଲି ରାତିରେ ଶିଶିରଙ୍କ ଘରେ ନିଆଁ ଲାଗିଥିବା ସ୍ତ୍ରୀ କହିଥିଲେ
ଶିଶିର ନିଜ ଦେହରେ ନିଆଁ ଲଗାଇ ଆତ୍ମାହତ୍ୟା କରିଛନ୍ତି ନା ଏହା ହତ୍ୟା ?
ନା ଘରେ ନିଆଁ ଲାଗି ତାଙ୍କର ମୃତ୍ୟୁ ହୋଇଛି ?

ନୟାଗଡ଼ରେ ଚାଞ୍ଚଲ୍ୟ । ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ଆହତ ହୋଇଛନ୍ତି ସ୍ତ୍ରୀ । ନୟାଗଡ଼ ଜିଲ୍ଲା ପଞ୍ଚରିଡା ରେଞ୍ଜ ଫରେଷ୍ଟର ଶିଶିର ସାହୁଙ୍କ ମୃତଦେହକୁ ଟାଉନ ଥାନା ପୋଲିସ ଜବତ କରିଛି । ବାରମାସୀ ଦଣ୍ଡା ସ୍ଥିତ ଶିଶିରଙ୍କ ଘରେ ଏ ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଶିଶିର ଏବଂ ତାଙ୍କ ସ୍ତ୍ରୀ, ପୁଅ ଘରେ ଥିବାବେଳେ ହଠାତ୍ ଘରୁ ନିଆଁ ବାହାରିଥିଲା । ଶିଶିରଙ୍କ ସ୍ତ୍ରୀ ଘରୁ ବାହାରି ଚିତ୍କାର କରି ଡାକିଥିଲେ ଘରେ ନିଆଁ ଲାଗିଯାଇଛି । ଆଉ ସେହି ନିଆଁରେ ଶିଶିର ପୋଡ଼ି ଯାଇଛନ୍ତି, ଘର ଭିତରେ ତାଙ୍କ ମୃତଦେହ ରହିଛି ।

ଖବର ପାଇ ଫାୟାର ଟିମ୍ ନିଆଁଙ୍କୁ ଆୟତ କରିଥିବା ବେଳେ, ଘଟଣାର ତଦନ୍ତ କରୁଛି ପୋଲିସ । ନିଆଁ ଲାଗି ଘରେ ଥ‌ିବା ସ୍କୁଟି ପୋଡ଼ି ଯାଇଥିବା ବେଳେ, ଅନେକ ଆସବାବପତ୍ର ମଧ୍ୟ ପୋଡିଯାଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥ‌ିବାରୁ ଶିଶିରଙ୍କ ମୃତ୍ୟୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି । ପଞ୍ଚରିଡ଼ା ଫରେଷ୍ଟର ଶିଶିର ସାହୁଙ୍କର ଘର ମାନପୁର ହୋଇଥିବା ବେଳେ ସେ ନୟାଗଡ଼ ସହରର ବାରମାସୀଦଣ୍ଡା ସ୍ଥିତ ଅଞ୍ଚଳରେ ଘର କରି ସ୍ତ୍ରୀ ଏବଂ ପୁଅଙ୍କ ସହ ରହୁଥିଲେ । ଟାଉନ ଥାନା ପୁଲିସ ଶିଶିରଙ୍କ ପୁଅଙ୍କୁ ପଚରାଉଚରା କରୁଛି । ଶିଶିର ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିବା ପରେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଛି । ନା ଘରେ ନିଆଁ ଲାଗି ତାଙ୍କର ମୃତ୍ୟୁ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
foresters-half-burnt-body-recovered-from-house | Argus News