ସକାଳର ହେଡଲାଇନ୍ସ ଦେଖିବାକୁ ଭୁଲିଯାଇଛନ୍ତି କି? ତୁରନ୍ତ ପଢ଼ିନିଅନ୍ତୁ

୧- ବିଜେପି ସରକାରରେ ରାଜ୍ୟରେ ତଳମୁହାଁ ମହିଳା ବିରୋଧୀ ଅପରାଧ… 7.4% କମିଛି ହତ୍ୟା ମାମଲା…ନାବାଳିକା ଯୌନ ନିର୍ଯାତନା 7.7 ପ୍ରତିଶତ ଓ ଦୁଷ୍କର୍ମ ମାମଲାରେ ହୋଇଛି 1.7 ପ୍ରତିଶତ ହ୍ରାସ... ବିଧାନସଭାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ସୂଚନା
୨- ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନ ଦାବିରେ ଆଜି ବିଧାନସଭା ଘେରାଉ କରିବ କଂଗ୍ରେସ... ଆଇନ ଶୃଙ୍ଖଳା ରକ୍ଷା ପାଇଁ କମିସନରେଟ ପୋଲିସର ବଡ଼ ପ୍ରସ୍ତୁତି... ରାଜଧାନୀରେ ମୁତୟନ ହୋଇଛନ୍ତି 80 ପ୍ଲାଟୁନ୍ ପୋଲିସ ଫୋର୍ସ... ସାମିଲ ଅଛନ୍ତି 10 ପ୍ଲାଟୁନ ମହିଳା ପୋଲିସ... ଭୁବନେଶ୍ବର ଡିସିପି କହିଲେ, ଆଇନ ଉଲଙ୍ଘନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ...
୩- କର୍କଟ, ମଧୁମେହ, ହୃଦଘାତ ଏବଂ ଅନ୍ୟାନ୍ୟ ଆଣ୍ଟିବାୟୋଟିକ୍ ସମେତ ସରକାର-ନିୟନ୍ତ୍ରିତ ଔଷଧଗୁଡ଼ିକ ଖୁବ୍ ଶୀଘ୍ର ମହଙ୍ଗା ହେବ। ରିପୋର୍ଟ ଅନୁଯାୟୀ ଏହି ଔଷଧଗୁଡ଼ିକର ମୂଲ୍ୟ ୧.୭ ପ୍ରତିଶତ ବୃଦ୍ଧି ପାଇବାର ଆଶା କରାଯାଉଛି
୪- ଉଦଳା ହଷ୍ଟେଲରୁ ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା... ହଷ୍ଟେଲ ଛାଡିଲେ ଅନ୍ତେବାସୀ... ବିଳମ୍ବିତ ରାତିରେ ନିଜ ପିଲାଙ୍କୁ ନେଇଗଲେ ଅଭିଭାବକ... ହଷ୍ଟେଲ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠାଇଲେ ପ୍ରଶ୍ନ… ସନ୍ଦେହ ଘେରରେ ଛାତ୍ରୀଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଜାରି
୫- ରାୟଗଡାରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍... ୨୩ ଯାତ୍ରୀ ଆହତ, ୩ଜଣ ଗୁରୁତର... ହିଞ୍ଜଳିକାଟୁରୁ ଟିକିରି ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣା…ରାୟଗଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ସମସ୍ତ ଗୁରୁତର ଭର୍ତ୍ତି...
୬- ମହାବାରୁଣୀ ସ୍ନାନ ପାଇଁ ଚଳଚଞ୍ଚଳ ଋଷିକୁଲ୍ୟା ସଙ୍ଗମ ... ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦାନ ସହ ଅସ୍ଥି ବିସର୍ଜନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ... ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ..
୭- କନ୍ଧମାଳ ଜିଲ୍ଲା କେନ୍ଦୁ ପଦର ସାହିରେ ନୃଶଂସ ବାପାର ଜଘନ୍ୟ କାଣ୍ଡ । ପନ୍ଦର ବର୍ଷର ପୁଅକୁ ମାଡ଼ ମାରି ବାପା ଫ୍ୟାନରେ ଝୁଲାଇଥିବା ଅଭିଯୋଗ । ମୃତକ ଅଭିଜିତ ବଗର୍ତ୍ତୀ । ପୁଅ ଫ୍ୟାନରେ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ମୃତକଙ୍କ ମାଆ । ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
୮- ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କାରକୁ ଏକ ବସ୍ ଧକ୍କା ଦେଇଛି। ବସ୍ ସହ ଧକ୍କା ହେବା ଯୋଗୁଁ ଐଶ୍ୱର୍ଯ୍ୟା ରାୟଙ୍କ କାର ଟୟୋଟା ଭେଲଫାୟାରର ପଛ ଭାଗ କ୍ଷତିଗ୍ରସ୍ତ ହୋଇଛି। କାର ଭିତରେ କିଏ ଥିଲା ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ।
୯- ବର୍ଷା ପରେ ପୁଣି ବଦଳିଲା ପାଗର ମିଜାଜ୍ ... ଆସନ୍ତା ୩ ଦିନ ଅସମ୍ଭାଳ ହେବ ତାତି ... ୪୦ ଟପିବା ସହ କିଛି ସ୍ଥାନରେ ୪୨ ଡିଗ୍ରୀ ଛୁଇଁବ ପାରଦ ... ୨୯ ଓ ୩୦ ୨ ଦିନ ହିଟ୍ ୱେଭ ସତର୍କତା ଜାରି କଲା ପାଣିପାଗ ବିଭାଗ
୧୦- ଚଳିତ ଆଇପିଏଲ୍ରେ ପୂର୍ବ ବିଜେତା କୋଲକାତା ନାଇଟ୍ ରାଇଡର୍ସ ଗତକାଲି ପ୍ରଥମ ବିଜୟ ହାସଲ କରିଛି। ବୁଧବାର ଏହି ଦଳ ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍ସକୁ ଏକତରଫା ଭାବେ ୮ ୱିକେଟ୍ରେ ହରାଇ ପଏଣ୍ଟ୍ ଖାତା ଖୋଲିଛି।