|
logo
Live

Argus News - ବବିଙ୍କୁ ବୋଲ୍ଡ କରିଦେଲେ କୁଲେସିକା । କହିଲେ...ମୁହଁ ବନ୍ଦ କରିବାକୁ

Odisha

ବବିଙ୍କୁ ବୋଲ୍ଡ କରିଦେଲେ କୁଲେସିକା । କହିଲେ...ମୁହଁ ବନ୍ଦ କରିବାକୁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ବବିଙ୍କୁ ବୋଲ୍ଡ କରିଦେଲେ କୁଲେସିକା । କହିଲେ...ମୁହଁ ବନ୍ଦ କରିବାକୁ

Key Points

  • ମୁହଁ ବନ୍ଦ କରିବାକୁ ବବି ଯାଚିଥିଲେ କୋଟିଏ
  • ଏସଡିସିର ଉପାଧ୍ୟକ୍ଷ ପଦର ବି ଦେଇଥିଲେ ଲାଳସା
  • ଦଳ ଛାଡିବା ପରେ ବବିଙ୍କୁ ବୋଲ୍ଡ କରିଦେଲେ କୁଲେସିକା

ବିଜେଡିରେ ରହିବାକୁ ହେଲେ ମୁହଁ ବନ୍ଦ କରିବା ସହ ଟଙ୍କା ନେବାକୁ ପଡ଼େ । ପ୍ରାର୍ଥୀ କିଏ ହେବ ସେନେଇ ଦଳୀୟ ନେତା ନୁହେଁ ବରଂ କିଛି ନେତା ଆଲୋଚନା କରନ୍ତି । ପର ଘର ତିଅଣ ଭାରି ସୁଆଦିଆ ପରି ଅନ୍ୟ ଦଳରୁ ନେତା ଆଣି ନିଜ ଦଳରେ ଭର୍ତ୍ତି କରୁ କରୁ ବିଜେଡି ସ୍ଥିତି ଏବେ ଏମିତି ଟଳମଳ ହେଲାଣି ଯେ ବୈତରଣୀରେ ଡଙ୍ଗା ବୁଡ଼ିବା ଏକ ପ୍ରକାର ଥୟ ବୋଲି ଲୋକେ କହିଲେଣି । 

ଟିକଟ ଆଶାରେ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ କୋରାପୁଟ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା । ଏମିତିକି ସେ ଟିକଟ ପାଇବେ ବୋଲି ଆଶା ବି ରଖିଥିଲେ । ହେଲେ ଦଳ ଟିକଟ ଦେଲାନି । ବାସ୍‌ ଏହାପରେ କ୍ୟାମେରା ସାମ୍ନାରେ ବିଜେଡିର ସବୁ ସତକୁ ଏମିତି କହିଦେଇଥିଲେ କୁଲେସିକା । ସିଧାସିଧା କହିଥିଲେ, ବିଜେଡି ମୋତେ ଠକି ଦେଲା, ଟିକେଟ ଆଉ ଜଣଙ୍କୁ ବିକିଦେଲା । ମୋତେ କୋଟିଏ ଟଙ୍କା ସହ ଓଏସଡିସିର ଉପାଧ୍ୟକ୍ଷ ଆସନରେ ବସାଇବାକୁ ପ୍ରସ୍ତାବ ଦେଇଥିବାର ବି ଖୁଲାସା କରିଛନ୍ତି କୁଲେସିକା । ପ୍ରଶ୍ନ ଉଠୁଛି, ଯଦି ଟିକେଟ ଦେବାର ନଥିଲା ତାହେଲେ କୈଳାସଙ୍କୁ କାହିଁକି ବିଜେଡିରେ ସାମିଲ କରିଥିଲା ଦଳ ? ପ୍ରକୃତରେ କୈଳାସଙ୍କୁ ଦଳ ଭରସାକୁ ନେଲାନି ନା କାମ ସରିଗଲା ବୋଲି ଫୋପାଡି ଦେଲା ? 

ସବୁଠୁ ବଡ କଥା ହେଲା ୧୯ ନିର୍ବାଚନରେ ଦଳ ସେଠି ଜିତିଥିଲେ ବି କୈଳାସଙ୍କୁ ଦଳକୁ ନେଇଥିଲା । ଆଉ ଏହା ପଛର କାରଣ ଭାବେ ଲକ୍ଷ୍ମୀପୁର ମାଇନ୍ସ କାରବାର କଥା ଚର୍ଚ୍ଚାକୁ ଆସୁଛି । କାରଣ ଏହି ଖଣି ସଂସ୍ଥା ସହ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଏବଂ ସାଧାରଣ ସଂପାଦକ ଈଶ୍ୱର ପାଣିଗ୍ରାହୀଙ୍କ ବ୍ୟାବସାୟିକ ସଂପର୍କ ରହିଛି । କଂଗ୍ରେସରେ ଥିବା ବେଳେ କୋଡ଼ିଙ୍ଗା ମାଳି ମାଇନ୍ସକୁ ଜୋରଦାର ବିରୋଧ କରୁଥିଲେ କୈଳାସ କୁଲେସିକା । ହୁଏତ ତାଙ୍କୁ ମ୍ୟାନେଜ କରିବାକୁ ବିଜେଡିରେ ସାମିଲ କରି ଟିକେଟ ଥୋପ ଦିଆଯାଇଥିଲା । ତେବେ ୨୪ ଟିକେଟ୍ କଟିବା ପଛରେ ବି ମାଇନ୍ସ ଲବି ଥିବା ଚର୍ଚ୍ଚା ହେଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ବବିଙ୍କୁ ନେଇ ବବିଙ୍କୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । କାରଣ ଦଳରେ ସେ ଏବେ ଏତେ ବିବାଦୀୟ ହେଲେଣି ଯେ ଯାଜପୁରରୁ ଯାଇ ସମ୍ବଲପୁରେ ପ୍ରାର୍ଥୀ ହେଲେ । କିନ୍ତୁ ଏହା ପରେ ବି ଯେଉଁ ନେତାଙ୍କୁ ସେ ମିଛ ପ୍ରତିଶ୍ରୁତି ଦେଇଥିଲେ ସେମାନେ ଏବେ ପ୍ରତାରଣାର ଶିକାର ହୋଇ ବବିଙ୍କ ଅସଲ ଗୁମର ଖୋଲୁଛନ୍ତି । ତେବେ ପୂରା ଘଟଣାରେ ବିଜେଡି କିମ୍ବା ବବିଙ୍କର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।

 

Sponsored
ବବିଙ୍କୁ ବୋଲ୍ଡ କରିଦେଲେ କୁଲେସିକା । କହିଲେ...ମୁହଁ ବନ୍ଦ କରିବାକୁ | Argus News