ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ହେଲେ OERC ଅଧ୍ୟକ୍ଷ
·1 year ago·1 min read

ଅବସରପ୍ରାପ୍ତ ଆଇଏଏସ୍ ପ୍ରଦୀପ କୁମାର ଜେନାଙ୍କୁ ବଡ ଦାୟିତ୍ୱ। ପ୍ରଦୀପ ଜେନା OERC (ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ) ଅଧ୍ୟକ୍ଷ । ତାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର । ପୂର୍ବତନ ମୁଖ୍ୟ ଶାସନ ସଚିବ ଥିଲେ ପ୍ରଦୀପ ଜେନା । ସୁରେଶ ମହାପାତ୍ରଙ୍କ ପରେ ଖାଲି ପଡ଼ିଥିଲା ଏହି ପଦ । ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ସୂଚନା ଦିଆଯାଇଛି।
ପୂର୍ବରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗତ ଫେବୃୟାରୀ ୨୪ ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫର୍ମାଟରେ ଆବେଦନ କରିବାକୁ ବିଜ୍ଞାପନରେ ଦର୍ଶାଯାଇଥିଲା। ଅବସରପ୍ରାପ୍ତ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଇସ୍ତଫା ଯୋଗୁ ଗତ ୨୦୨୩ ନଭେମ୍ବର ମାସରୁ ଏହି ଓଇଆରସି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା। ବିଜ୍ଞପ୍ତି ଅନୁଯାୟୀ ଏହି ପଦବୀରେ ସର୍ବାଧିକ ୫ବର୍ଷ ଅବା ୬୫ବର୍ଷ ବୟସ ହେବା ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ। ଯିଏ ଏହି ଅଧ୍ୟକ୍ଷ ପଦବୀରେ କାର୍ଯ୍ୟ କରିବେ ସେ ଅନ୍ୟ କୌଣସି ଦାୟିତ୍ୱରେ ରହିପାରିବେ ନାହିଁ ବୋଲି ବିଜ୍ଞାପନରେ ଦର୍ଶାଯାଇଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: