Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅସୁସ୍ଥ ହେଲେ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ହସ୍ପିଟାଲରେ ଭର୍ତ୍ତି

Ritu Das
Browse all articles by Ritu Das
·1 year ago·1 min read
ଅସୁସ୍ଥ ହେଲେ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ହସ୍ପିଟାଲରେ ଭର୍ତ୍ତି

ଅର୍ଗସ ବ୍ୟୁରୋ: ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପୁଣି ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି । ଫଳରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ। ତେବେ ଆନ୍ଧ୍ର ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ହେଉଛନ୍ତି ବିଶ୍ୱଭୂଷଣ । ଅସୁସ୍ଥତା ସମ୍ପର୍କରେ ଆଇନ ମନ୍ତ୍ରୀ ତଥା ପୁଅ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।


ସୂଚନାଯୋଗ୍ୟ ଯେ, ୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଜନ୍ମ । ୧୯୭୧ ମସିହାରେ ଭାରତୀୟ ଜନସଂଘର ଜଣେ କର୍ମକର୍ତ୍ତା ଭାବେ ଯୋଗଦେଇଥିଲେ । ଏହାପରେ ୧୯୭୭ ମସିହାରେ ଜନତା ପାର୍ଟିର ସାଧାରଣ ସଂପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ । ଏମିତିକି ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଗୃହବନ୍ଦୀ ହୋଇଥିଲେ । ୧୯୭୭ରେ ମଧ୍ୟ ଜନତା ପାର୍ଟିର ଟିକେଟରେ ଚିଲିକା ବିଧାନସଭା ନିର୍ବାଚନ ଲଢିଥିଲେ, ଆଉ ବିଜୟୀ ବି ହୋଇଥିଲେ । ୧୯୯୦ରେ ଜନତା ଦଳ ଟିକେଟରେ ଚିଲିକାରୁ ପୁଣି ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୬ରେ ବିଜେପିରେ ସାମିଲ ହୋଇଥିଲେ । ପରେ ଭୁବନେଶ୍ୱର ମଧ୍ୟ ଆସନରୁ ବିଧାୟକ ଭାବେ ନିର୍ବାଚନ ହୋଇଥିଲା । ଆଉ ନବୀନ ପଟ୍ଟାନୟକଙ୍କ କ୍ୟାବିନେଟ୍‌ରେ ଆଇନ, ଅବକାରୀ ଆଦି ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଶେଷରେ ୨୦୧୯ରେ ଆନ୍ଧ୍ରପ୍ରଦେଶରେ ୨୩ ତମ ରାଜ୍ୟପାଳ ଭାବେ ଶପଥ ନେଇଥିଲେ । ଏହାପରେ ୨୦୨୩ରେ ଛତିଶଗଡ଼ର ୭ମ ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:





Sponsored
Former Governor Biswabhushan Harichandan falls ill, admitted to hospital | Argus News