ସୁପ୍ରିମକୋର୍ଟଙ୍କ ନୋଟିସ୍ ପରେ ବଢ଼ିଲା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ

Key Points
ମାହାଙ୍ଗା ଡବଲ ମର୍ଡର ମାମଲାରେ ଶେଷ ହୋଇନାହିଁ ଆଇନଗତ ଲଢ଼େଇ
ସୁପ୍ରିମକୋର୍ଟଙ୍କ ନୋଟିସ୍ ପରେ ବଢ଼ିଲା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ
ଆବାସ କେଳେଙ୍କାରୀ ପାଇଁ ୨ ବିଜେପି ନେତାଙ୍କୁ କରାଯାଇଥିଲା ହତ୍ୟା
ଡବଲ ମର୍ଡର ସହ କାବୁଆ ମର୍ଡରରେ ବି ପ୍ରତାପଙ୍କ ସଂପୃକ୍ତି ଅଭିଯୋଗ
ବଡ଼ ପ୍ରଶ୍ନ, ସୁପ୍ରିମକୋର୍ଟଙ୍କ ଆଗରେ କ’ଣ ତଥ୍ୟ ରଖିବେ ରାଜ୍ୟ ସରକାର ?
ଅର୍ଗସ ବ୍ୟୁରୋ: ପୁଣି ଅଡୁଆରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା । ପୁଣି ଆଇନ ଜାଲରେ ଛନ୍ଦି ହୋଇଛନ୍ତି ମାହାଙ୍ଗାର ପୂର୍ବତନ ବିଧାୟକ । ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପଙ୍କୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଚାରି ସପ୍ତାହ ପରେ ମାମଲାର ଶୁଣାଣି ହେବାକୁ ଥିବାବେଳେ ନିମ୍ନ ଅଦାଲତରେ ରେକର୍ଡ ହୋଇଥିବା ସାକ୍ଷୀଙ୍କ ବୟାନ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ହାଇକୋର୍ଟ ପ୍ରତାପ ଜେନାଙ୍କୁ ଦେଇଥିବା କ୍ଲିନଚିଟକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଛନ୍ତି ମୃତକ କୁଳମଣି ବରାଳଙ୍କ ପୁଅ ରଞ୍ଜିତ ବରାଳ ।
2021 ମସିହା ଜାନୁଆରୀ 2ରେ ମାହାଙ୍ଗାର ନୃତଙ୍ଗରେ ଘଟିଥିଲା ନାରକୀୟ କାଣ୍ଡ। ଦୁଇ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ଦୃବୁର୍ତ୍ତ । 12 ଜଣଙ୍କ ସହ ମୁଦାଲା ନମ୍ବର 13 ଥିଲେ ସେତେବେଳର ଆଇନ ମନ୍ତ୍ରୀ ପ୍ରତାପ ଜେନା । ପ୍ରତାପଙ୍କ ଇସାରାରେ ଏହି ଜଘନ୍ୟ କାଣ୍ଡ ହୋଇଥିବା ଅଭିଯୋଗ କରିଥିଲେ ପରିବାର। କିଛି ଦିନ ପରେ ମୁଖ୍ୟ ଅଭିଯୁକ୍ତ କାବୁଆ ଓରଫ୍ ପ୍ରଫୁଲ୍ଲ ବିଶ୍ବାଳର ମୃତ୍ୟୁ ବଢ଼ାଇଥିଲା ସନ୍ଦେହ । ପ୍ରତାପ ଜେନାଙ୍କ ପରିବାର ମାଲିକାନାରେ ଥିବା ଦୁଃଶାସନ ଜେନା ୟାର୍ଡ ନିକଟରୁ ମିଳିଥିଲା କାବୁଆର ମୃତଦେହ ।
ପ୍ରମାଣ ନଷ୍ଟ ପାଇଁ କାବୁଆକୁ ମର୍ଡର କରାଯାଇଥିବା ଅଭିଯୋଗ ଭିତରେ ପୁଣି ବିବାଦକୁ ଆସିଥିଲେ ପ୍ରତାପ ଜେନା। ତେବେ ଚାର୍ଜସିଟରୁ ତାଙ୍କ ନାଁ କାଟିଦେଲା ପୋଲିସ । ଅଦାଲତରେ ମାମଲାର ଶୁଣାଣି ବେଳେ ସାମ୍ନାକୁ ଆସିଥିଲା ସାଂଘାତିକ ତଥ୍ୟ। ପ୍ରତାପ ଜେନା ଓ ତାଙ୍କ ସହଯୋଗୀମାନେ ମୁଖ୍ୟ ଅଭିଯୁକ୍ତ କାବୁଆକୁ ଫୋନ୍ କରିଥିବା କଥା ଜଣାପଡ଼ିଥିଲା। ସାଲେପୁର କୋର୍ଟ ପ୍ରତାପଙ୍କ ବିରୋଧରେ ଦଫା 302ରେ ମାମଲା ଚଲାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପ୍ରତାପ ଜେନା । ହାଇକୋର୍ଟ ତାଙ୍କୁ କ୍ଲିନଚିଟ୍ ଦେବା ସହ ମାମଲା ରଦ୍ଦ କରିଥିଲେ । ଯାହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ କୁଳମଣି ବରାଳଙ୍କ ପୁଅ।
ମାହାଙ୍ଗା ଡବଲ୍ ମର୍ଡରକୁ ନେଇ ରହିଛି ଅନେକ ପ୍ରଶ୍ନ। ହତ୍ୟାକାଣ୍ଡ ପଛର ଉଦ୍ଦେଶ୍ୟ କଣ ? ଆବାସ କେଳେଙ୍କାରୀର ଖୁଲାସା କଲେ ବୋଲି କୁଳମଣିଙ୍କୁ କରାଗଲା କି ହତ୍ୟା ? କେଉଁ ପ୍ରମାଣ ଆଧାରରେ ଚାର୍ଜସିଟରୁ ପ୍ରତାପଙ୍କ ନାଁ କାଟି ଦେଇଥିଲା ପୋଲିସ ? ହତ୍ୟା ଅଭିଯୁକ୍ତ କାବୁଆର କେମିତି ହେଲା ମୃତ୍ୟୁ ? ପ୍ରତାପ ଜେନାଙ୍କ ପରିବାରର ଷ୍ଟକୟାର୍ଡ ନିକଟରୁ ଶବ ମିଳିବା ବଢ଼ାଉନାହିଁ କି ସନ୍ଦେହ ? ପ୍ରତାପ ଜେନା କାବୁଆକୁ କଲ୍ କରିଥିବା ସତ ନା ନୁହେଁ ? ପ୍ରତାପଙ୍କ ସହଯୋଗୀ ମାନେ କାହିଁକି କାବୁଆକୁ ବାରମ୍ବାର କଲ୍ କରିଥିଲେ ? କାହିଁକି ଏନେଇ କେବେ ମୁହଁ ଖୋଲିନାହାନ୍ତି ପ୍ରତାପ ? ମାମଲାରେ 151 ପୃଷ୍ଠାର ଦସ୍ତାବିଜ୍ ଦାଖଲ ହୋଇଥିବାବେଳେ ସୁପ୍ରିମକୋର୍ଟଙ୍କ ରାୟ ସ୍ଥିର କରିବ ପ୍ରତାପଙ୍କ ଭାଗ୍ୟ ।
ମାହାଙ୍ଗା ଡବଲ୍ ମର୍ଡର - ପ୍ରତାପ - ଅନେକ ପ୍ରଶ୍ନ
📱 Get Argus News App
✨ମାହାଙ୍ଗା ଡବଲ୍ ମର୍ଡର ପଛର ମୋଟିଭ୍ କଣ ?
ଆବାସ କେଳେଙ୍କାରୀର ଖୁଲାସା କଲେ ବୋଲି କୁଳମଣିଙ୍କୁ ମାରିଦେଲେ କି ?
କେଉଁ ପ୍ରମାଣ ଆଧାରରେ ଚାର୍ଜସିଟରୁ ପ୍ରତାପଙ୍କ ନାଁ କାଟି ଦେଇଥିଲା ପୋଲିସ ?
ହତ୍ୟା ଅଭିଯୁକ୍ତ କାବୁଆର କେମିତି ହେଲା ମୃତ୍ୟୁ ?
ପ୍ରତାପ ଜେନାଙ୍କ ପରିବାରର ଷ୍ଟକୟାର୍ଡ ନିକଟରୁ ଶବ ମିଳିବା ବଢାଉନି କି ସନ୍ଦେହ ?
ପ୍ରତାପ ଜେନା କାବୁଆକୁ କଲ୍ କରିଥିବା ସତ ନା ନୁହେଁ ?
କାବୁଆକୁ କାହିଁକି ବାରମ୍ବାର କଲ୍ କରିଥିଲେ ପ୍ରତାପଙ୍କ ସହଯୋଗୀ ?
କାହିଁକି ଏନେଇ କେବେ ମୁହଁ ଖୋଲିନାହାନ୍ତି ପ୍ରତାପ ?
ଅଧିକ ପଢ଼ନ୍ତୁ ରାଜନୀତି ଖବର: