Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଗୁରୁତର ଅସୁସ୍ଥ

Ritu Das
Browse all articles by Ritu Das
·1 year ago
ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଗୁରୁତର ଅସୁସ୍ଥ

ପୂର୍ବତନ ବିଧାୟକ ସୁଶାନ୍ତ ସିଂହ ଗୁରୁତର । ଭୁବନେଶ୍ୱରର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ହସ୍ପିଟାଲ ଯାଇ ଗୁରୁତର ସୁଶାନ୍ତଙ୍କୁ ଭେଟିଛନ୍ତି ବିରୋଧି ଦଳର ନେତା ନବୀନ ପଟ୍ଟନାୟକ । ବିଜେଡିର ଅନ୍ୟ ବରିଷ୍ଠ ନେତା ମଧ୍ୟ ଗୁରୁତର ସୁଶାନ୍ତଙ୍କୁ ଭେଟିଛନ୍ତି । ସୂଚନାଥାଉକି, କିଛି ଦିନ ହେବ ବରଗଡ଼ ଜିଲ୍ଲା ଭଟ୍‌ଲିର ପୂର୍ବତନ ମନ୍ତ୍ରୀ ତଥା ବିଜେଡି‌ ନେତା ସୁଶାନ୍ତ ସିଂ ଅସୁସ୍ଥ ଅଛନ୍ତି ।


ବରଗଡ଼ର ଏକ ଘରୋର ହସ୍ପିଟାଲରେ ସେ ଫୁସ୍‌ଫୁସ୍ ସଂକ୍ରମଣ ସାଙ୍ଗକୁ ଏକାଧିକ ଜଟିଳ ରୋଗ ପୀଡ଼ିତ ହୋଇ ଚିକିତ୍ସତ ହେଉଥିଲେ। ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କ ଭୁବନେଶ୍ବର ସ୍ଥାନ୍ତରିତ କରାଯାଇଥିଲା। ବର୍ତ୍ତମାନ ସୁଶାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଥିବା ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Former minister Sushant Singh seriously ill | Argus News