Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Bulldozer action / ପୁର୍ବତନ ବିଧାୟକଙ୍କ ଫାର୍ମ ହାଉସରେ ବୁଲିଲା ବୁଲଡୋଜର, ମାଟିରେ ମିଶିଲା ଫାର୍ମ ହାଉସ୍

Bikash Mohanty
Browse all articles by Bikash Mohanty
·4 months ago·2 min read
ପୁର୍ବତନ ବିଧାୟକଙ୍କ ଫାର୍ମ ହାଉସରେ ବୁଲିଲା ବୁଲଡୋଜର, ମାଟିରେ ମିଶିଲା ଫାର୍ମ ହାଉସ୍
Pranab

Key Points

ପୁର୍ବତନ ବିଧାୟକଙ୍କ ଫାର୍ମ ହାଉସରେ ବୁଲିଲା ବୁଲଡୋଜର
ପୁର୍ବତନ ବିଧାୟକ ପ୍ରଣବ ବଳବନ୍ତରାଏଙ୍କ ଫାର୍ମ ହାଉସ
ମାଟିରେ ମିଶିଲା ଫାର୍ମ ହାଉସ୍
ସରକାରୀ ଖାତାକୁ ଫେରିଲା ୧.୧୦ ଏକର ଜମି

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜବରଦଖଲ ଜମି ଉପରେ ବୁଲିଲା ବୁଲ୍‌ଡୋଜର। ସରକାରୀ ଜାଗାରେ ନିର୍ମିତ ବିରାଟ ଫାର୍ମହାଉସ୍‌ କୋଠାଘର ଓ ପାଚେରିକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ମାଜିଷ୍ଟ୍ରେଟ୍‌ ଓ ପୁଲିସ ଫୋର୍ସ ଉପସ୍ଥିତିରେ ଜମି ମାପଚୁପ କରାଯାଇ ୧ ଏକର ୧୦ ଡେସିମିଲ ଜମିରୁ ଏହି ଉଚ୍ଛେଦ କରାଯାଇଛି।

ଧର୍ମଶାଳା ତହସିଲ ତଳଗଡ଼ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନ ମଧୁପୁରଗଡ଼ ମୌଜା ପନ୍ତୁରୀ ଅଞ୍ଚଳରେ ରହିଛି ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟଙ୍କ ଏହି ଫାର୍ମହାଉସ୍‌। ମଧୁପୁରଗଡ଼ ମୌଜା ଖାତା ନମ୍ବର ୩୧୬ରେ ପ୍ରଣବ କିଣିଥିବା ଜମିଠାରୁ ଅଧିକ ଜାଗା ତଥା ସରକାରୀ ଜମି ଜବରଦଖଲ କରିଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ନିଜ ପକ୍ଷ ରଖିବାକୁ ତହସିଲ ପକ୍ଷରୁ ନୋଟିସ୍‌ ହେବା ପରେ ଶ୍ରୀ ବଳବନ୍ତରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କର ୧୨ ଏକର ୮୮ ଡିସିମିଲ ଜାଗାକୁ ଚିହ୍ନଟ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ଜମିର ସୀମା ନିର୍ଦ୍ଧାରଣ ପୂର୍ବରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ଆଦେଶ ଦେଇଥିଲେ। କୋର୍ଟ ନିର୍ଦ୍ଦେଶ ଅନୁସାରେ ରାଜସ୍ବ ବିଭାଗ ପକ୍ଷରୁ ଗତ ସପ୍ତାହରେ ୩ ଦିନ ଧରି ଜମି ମାପଚୁପ କରାଯାଇଥିଲା। ପାଚେରି ବାହାରେ ଅନ୍ୟ ପ୍ଲଟ୍‌ରେ ପ୍ରଣବଙ୍କ ନାମରେ ଥିବା ୧ ଏକର ୨୭ ଡିସିମିଲ ଜାଗାକୁ ପ୍ରଶାସନ ଚିହ୍ନଟ କରିଥିଲା। କିନ୍ତୁ ତାଙ୍କ ପାଚେରି ଭିତରେ ୧ ଏକର ୧୦ ଡିସିମିଲ ସରକାରୀ ଜମି ବାହାରିଥିଲା।

ଏହି ଜାଗା ଉପରେ ସେ ନିର୍ମାଣ କରିଥିବା କୋଠାଘର ଓ ପାଚେରିକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି ବୋଲି ଅତିରିକ୍ତ ତହସିଲଦାର ଗଗନ ବିହାରୀ ଦାସ ପ୍ରକାଶ କରିଛନ୍ତି। ଆଜି ଜମି ମାପଚୁପରେ ଅତିରିକ୍ତ ତହସିଲଦାରଙ୍କ ସହ ସୁପରଭାଇଜର ସୁଜିତ କୁମାର ସାମଲ, ୩ ଜଣ ରାଜସ୍ୱ ନିରୀକ୍ଷକ ତିଳୋତ୍ତମା ସାହୁ, ଚନ୍ଦନ କୁମାର ସାହୁ, ଅନିଲ ସୁନ୍ଦର ଦାସ, ଅମିନ ଦିନେଶ କୁମାର ପୃଷ୍ଟି ଓ ନିହାରକାନ୍ତ ବିଶ୍ୱାଳ ସାମିଲ ହୋଇଥିଲେ। ଆଇନଶୃଙ୍ଖଳା ରକ୍ଷା ପାଇଁ ଜେନାପୁର ଥାନା ଆଇଆଇସିଙ୍କ ତତ୍ତ୍ୱାବଧାନରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

ଗତ ୧୭ ତାରିଖରେ ଏହି ପନ୍ତୁରି ଫାର୍ମ ହାଉସ ଜମିର ମାପଚୁପ ଆରମ୍ଭ ହୋଇଥିଲା। ଧର୍ମଶାଳା ତହସିଲ ପକ୍ଷରୁ ତିନି ଜଣ ରାଜସ୍ଵ ନୀରିକ୍ଷକ ଓ ବ୍ୟକ୍ତିଗତ ଅମିନ ପନ୍ତୁରି ଫାର୍ମ ହାଉସର ମାପଚୁପ କାମରେ ନିୟୋଜିତ ହୋଇଥିଲେ। ପୁର୍ବରୁ ଏହି ଜମିର କିଛି ଅଂଶ ସରକାରୀ ଜମି ଜବର ଦଖଲ ହୋଇଥିବାବେଳେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଙ୍କୁ ନୋଟିସ ହୋଇଥିଲା।

ପଢନ୍ତୁ ଏହି ଖବର: ପ୍ରେମକୁ ବିରୋଧ କରିବାରୁ ଡବଲ ମର୍ଡର, ନିଜ ମା' ଓ ଭାଇକୁ ମାରିଦେଲେ ଯୁବତୀ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bulldozer action | Former MLA Farmhouse Demolished | Bulldozer Action News | Argus News