Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡଙ୍କାରୀ ପାହାଡକୁ ନେଇ ଆସୁଛି ଚାଞ୍ଚଲ୍ୟକର ତଥ୍ୟ 

Smruti Parija
Browse all articles by Smruti Parija
·1 year ago·2 min read
ଡଙ୍କାରୀ ପାହାଡକୁ ନେଇ ଆସୁଛି ଚାଞ୍ଚଲ୍ୟକର ତଥ୍ୟ 

Key Points

  • ପୁଣି ବିବାଦ ଘେରରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ
  • ଡଙ୍କାରୀ ପାହାଡକୁ ନେଇ ଆସୁଛି ଚାଞ୍ଚଲ୍ୟକର ତଥ୍ୟ 
  • ୨୦୧୭ରୁ ୨୦୨୪ ମଧ୍ୟରେ ଖଣିରେ ୫୦ରୁ ଅଧିକ ମୃତ୍ୟୁ ଅଭିଯୋଗ  

ଅର୍ଗସ ବ୍ୟୁରୋ: ବିଜେଡି ନେତାଙ୍କ ରୋଜଗାରକ୍ଷମ ମନୋବୃତ୍ତି ପାଇଁ ଯାଉଛି ନୀରିହ ଲୋକଙ୍କ ଜୀବନ । ଗତ ମେ 15 ତାରିଖରେ ପଥର ଧସି 3 ଜଣଙ୍କ ମୃତ୍ୟୁ ହୋଇଥିଲା । 2017 ରୁ 2024 ଭିତରେ 50 ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସଙ୍ଗୀନ ଅଭିଯୋଗ ଆସିଛି । ଖଣିର ସୁରକ୍ଷାକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ । ବେଆଇନ ଖନନ ଯୋଗୁଁ ରାଣୀବନ୍ଦ ଜଳସେଚନ ପ୍ରକଳ୍ପର ଜଳ ଧାରଣା କ୍ଷମତା କମିଛି । ଚାଷୀମାନଙ୍କ ପାଇଁ ପାଣି ଯାଇପାରୁନି । ସ୍ଥାନୀୟ ଅଞ୍ଚଳ, ଅର୍ଥନୀତି, ଗାଁ, ଭିତ୍ତିଭୂମି ଉପରେ ଏହାର ପ୍ରଭାବ ପଡିଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଖଣି ଖନନ ପରେ ତାର ଭରଣା କରଯାଉଥିବାରୁ ସେଥିରେ ପଡି ଗାଈ ଗୋରୁଙ୍କ ମଧ୍ୟ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି । ସଂରକ୍ଷିତ ଜମିରେ ଖନନ ହୋଇଥିବାରୁ ଏହାର ତଦନ୍ତ ପାଇଁ ଦାବି ହୋଇଛି  । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଖଣି ବିଭାଗ ମଧ୍ୟ ଏଥିରେ ଫେଲ ମାରିଥିବା ଅଭିଯୋଗ ହୋଇଛି । 

ବିଗତ ଦିନରେ ତିନି ଶ୍ରମିକ ମୃତ୍ୟୁକୁ ନେଇ ଜିଲ୍ଲା ପ୍ରଶାସନ ଠାରୁ ନେଇ ପୂର୍ବ ସରକାର ହରଡ଼ ଘଣାରେ ପଡ଼ିଥିବାବେଳେ ଏବେ ତାହାର ତଦନ୍ତ ରିପୋର୍ଟ ଆସିଛି । ବର୍ଷକୁ ୩୪ ହଜାର କ୍ୟୁବିକ ମିଟର ଖନନ ପାଇଁ ଅନୁମତି ଥିବାବେଳେ 17 ଜୁଲାଇ ସୁଦ୍ଧା 1ଲକ୍ଷ 47ହଜାର କ୍ୟୁବିକ ମିଟର ଖନନ ହୋଇଛି । ଅର୍ଥାତ୍ ଆବଶ୍ୟକ ଅନୁମତି ଠାରୁ ଅଧିକ 1ଲକ୍ଷ 13ହଜାର କ୍ୟୁବିକ ମିଟର ଅଧିକ ଖଣିକୁ ବେଆଇନ ଖୋଳାଯାଇଛି । 

ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛଖଣ୍ଡି, ବାଘୁଆ, କୁସୁନପୁର, ଲୁଣିବର, ରାହାଡ଼ପୁର, ବରଡ଼ା, ଆରୁହା କଳାପଥର ଖାଦାନରେ ବେଆଇନ କଳାପଥର ଖଣନ ପାଇଁ ପ୍ରଶାସନ ପକ୍ଷରୁ 300 କୋଟି ଜୋରିମାନା କରାଯାଇଥିବାବେଳେ ଅଦ୍ୟାବଧି ଜୋରିମାନା ଅର୍ଥ ଅନାଦେୟ ଅଛି । ଏବେ ପୁଣି ଡଙ୍କାରୀ 5/10କ୍ଵାରୀ ରେ ଅଧିକ ଖନନ I ଏହି କ୍ଵାରୀ ଉପରେ କେତେଅର୍ଥ ଜୋରିମାନା କରାଯିବ ତାହା ଉପରେ ସମସ୍ତଙ୍କ ନଜର ।


ଯାଜପୁର ଖଣି ଉପରେ ଥିଲା 3 ପରିବାରର ରାଜ୍ । ଅଶୋକ ଦାସ ଓ ତାଙ୍କ ପୁଅ ବବି ଦାସ, କଳ୍ପତରୁ ଦାସ ତାଙ୍କ ପୁଅ ପ୍ରଣବ ବଳବନ୍ତରାୟ, ପ୍ରଫୁଲ୍ଲ ଘଡାଇ ଓ ତାଙ୍କ ପୁଅ ପ୍ରୀତିରଂଜନ ଘଡେଇ । ଏମାନଙ୍କ ଇଂଗିତରେ ହିଁ ଖଣି ଲୁଟର ହୋଇଥିଲା ଅଭିଯୋଗ । ଗତ ନିର୍ବାଚନରେ ପରିବାରକୁ ଜବାବ ଦେଇଛନ୍ତି ଜନତା । ଏବେ ମୋହନ ସରକାରଙ୍କ ପାଇଁ ମାଫିଆଙ୍କ ଅଣ୍ଟା ଭାଙ୍ଗିବାର ସମୟ ।

Sponsored
Former MLA Pranab Balbantaray again in controversy | Argus News