ପରଲୋକରେ ପୂର୍ବତନ ବିଧାୟକ
·1 year ago

Key Points
ମାତ୍ର ୨୮ ବର୍ଷରେ ବିଧାୟକ ହୋଇଥିଲେ
୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ
ମୃତ୍ୟୁ ବେଳକୁ ୭୪ ବର୍ଷ ହୋଇଥିଲା
ପରଲୋକରେ କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ। ଗତକାଲି ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ମଲ୍ଟି ଅର୍ଗାନ ଫେଲ ହେବାରୁ ସେ ଅସୁସ୍ଥ ଥିଲେ। ଗତକାଲି ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଗତକାଲି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳୁ ତାଙ୍କର ପରଲୋକ ହୋଇଛି। ତାଙ୍କୁ ମାତ୍ର ୨୮ ବର୍ଷ ହୋଇଥିବା ବେଳେ ସେ ବିଧାୟକ ହୋଇଥିଲେ। ଶେଷଥର ପାଇଁ ୨୦୧୪ ମସିହାରେ ବିଜେପିରୁ ପ୍ରାର୍ଥୀ ହୋଇ ସେ ପରାଜିତ ହୋଇଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: