Videos
|
Odisha

କଂଗ୍ରେସକୁ ଫେରିଲେ ପୂର୍ବତନ ବିଧାୟକ ସୁରେଶ ରାଉତରାୟ

Rashmita Mishra
Browse all articles by Rashmita Mishra
·1 year ago·1 min read
କଂଗ୍ରେସକୁ ଫେରିଲେ ପୂର୍ବତନ ବିଧାୟକ ସୁରେଶ ରାଉତରାୟ

କଂଗ୍ରେସକୁ ଫେରିଲେ ପୂର୍ବତନ ବିଧାୟକ ସୁରେଶ ରାଉତରାୟ। 9 ମାସର ନିଲମ୍ବନ ପରେ ଆଜି କଂଗ୍ରେସ ଭବନରେ କଲେ ପ୍ରବେଶ। ଭାବବିହ୍ଵଳ ହୋଇ କହିଲେ ୯ ମାସ ବହୁତ ଯନ୍ତ୍ରଣାରେ ଥିଲି। କିଛି କୁଚକ୍ରୀ ଷଡ଼ଯନ୍ତ୍ର କରି ନିଲମ୍ବନ କରିଥିଲେ। ଆଜି ମୋ ମନ୍ଦିରକୁ ଫେରିଲି। ଏଣିକି ମିଳିମିଶି ସଂଗଠନ ପାଇଁ କାମ କରିବୁ। କଂଗ୍ରେସ ଅଧ୍ୟକ୍ଷ ଓ ପିସିସି ସଭାପତିଙ୍କୁ ଜଣାଇଲେ ଧନ୍ୟବାଦ।


ବରିଷ୍ଠ ନେତା ସୁର ରାଉତରାୟଙ୍କ ଘରବାହୁଡ଼ା। କଂଗ୍ରେସକୁ ଫେରିଲେ ପୂର୍ବତନ ବିଧାୟକ ସୁରେଶ ରାଉତରାୟ। 9 ମାସର ନିଲମ୍ବନ ପୁଣି ଦଳକୁ ଫେରିଲେ ସୁରେଶ ରାଉତରାୟ। ଆଜି କଂଗ୍ରେସ ଭବନରେ ପ୍ରବେଶ କରିଛନ୍ତି ସୁରେଶ ରାଉତରାୟ। ନିଜ ପ୍ରତିକ୍ରିୟାରେ ସୁର କହିଛନ୍ତି ୯ ମାସ ବହୁତ ଯନ୍ତ୍ରଣାରେ ଥିଲି ।କିଛି କୁଚକ୍ରୀ ମୋତେ ଷଡ଼ଯନ୍ତ୍ର କରି ନିଲମ୍ବନ କରିଥିଲେ। ଆଜି ମୋ ମନ୍ଦିରକୁ ମୁଁ ଫେରିଲି, ଏଥିପାଇଁ ବହୁତ ଖୁସି। ଆଉ କନ୍ଦଳ ରହିବନି, ମିଳିମିଶି ସଂଗଠନ ପାଇଁ କାମ କରିବୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ସୁର ରାଉତରାୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ସମୟରେ ସୁରଙ୍କ ସହ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ଉପସ୍ଥିତ ଥିଲେ। ୯ ମାସ ପରେ ଫେରିବାରୁ ଭାବବିହ୍ବଳ ହୋଇ କାନ୍ଦି ପକାଇଲେ ସୁର। କଂଗ୍ରେସ ଅଧ୍ୟକ୍ଷ ଓ ପିସିସି ସଭାପତିଙ୍କୁ ଧନ୍ୟବାଦ ଜଣାଇଲେ। ଯୁବ କଂଗ୍ରେସକୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି ସୁର ରାଉତରାୟ।

Former MLA Suresh Rautaray returns to Congress | Argus News